Cyclone Dana: ୯୨ ପ୍ରତିଶତ ରୁ ଅଧିକ ଘରକୁ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ କରାଯାଇଛି
Advertisement
Article Detail0/zeeodisha/odisha2490120

Cyclone Dana: ୯୨ ପ୍ରତିଶତ ରୁ ଅଧିକ ଘରକୁ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ କରାଯାଇଛି

କେନ୍ଦ୍ରାପଡାରେ ବର୍ତ୍ତମାନ ସ୍ଥିତି ପ୍ରାୟତ ସ୍ବାଭାବିକ ଅଛି। ବର୍ତ୍ତମାନ ସୁଦ୍ଧା ବାତ୍ୟା ଦ୍ୱାରା ପ୍ରଭାବିତ ୯୫ ପ୍ରତିଶତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି । ପ୍ରାୟ ୧୫ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ବର୍ତ୍ତମାନ ମଧ୍ୟ କାମ ଜାରି ରହିଛି ।

 

Cyclone Dana
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ଓ ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଦୁଇ ଥର ସମୀକ୍ଷା କରି ବାତ୍ୟା ପରବର୍ତ୍ତୀ ପରିସ୍ଥିତି ଓ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି। ପୁନରୁଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
 
ସମୀକ୍ଷା ପରେ ସନ୍ଧ୍ୟାରେ ଗଣ ମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରାଜ୍ୟରେ ବାତ୍ୟା ଆଶ୍ରୟସ୍ଥଳକୁ ସମୁଦାୟ ୮ ଲକ୍ଷ ୯ ହଜାର ୫୧୩ ଲୋକମାନଙ୍କୁ ଅଣାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବାପରେ ଲୋକମାନେ ନିଜ ଘରକୁ ଫେରିଛନ୍ତି । ବର୍ତ୍ତମାନ ମାତ୍ର ୧ ଲକ୍ଷ ୧୦ ହଜାର ୭୭୦ ଜଣ ଆଶ୍ରୟସ୍ଥଳୀରେ ଅଛନ୍ତି । ଯେଉଁ ଅଞ୍ଚଳରେ ପାଣି ଜମି ରହିଛି, ସେଠାରେ ଲୋକମାନେ ଏ ପର୍ଯ୍ୟନ୍ତ ଅଛନ୍ତି। ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ ସେମାନେ ରହି ପାରିବେ।
 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ବାତ୍ୟା ଯୋଗୁ ସମୁଦାୟ ୨୨.୮୪ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଥିଲା । ତନ୍ମଧ୍ୟରୁ ଆଜି ସନ୍ଧ୍ୟା ୭ ଟା ୩୦ ସୁଦ୍ଧା ୯୨ ପ୍ରତିଶତରୁ ଅଧିକ ପରିବାରକୁ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରାଯାଇଛି ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାତ୍ୟା “ଦାନା” ଦ୍ୱାରା କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ଏହିସବୁ ଜିଲ୍ଲା ଗୁଡିକରେ ଗଛ ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିଥିଲା । 
 
କେନ୍ଦ୍ରାପଡାରେ ବର୍ତ୍ତମାନ ସ୍ଥିତି ପ୍ରାୟତ ସ୍ବାଭାବିକ ଅଛି। ବର୍ତ୍ତମାନ ସୁଦ୍ଧା ବାତ୍ୟା ଦ୍ୱାରା ପ୍ରଭାବିତ ୯୫ ପ୍ରତିଶତ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି । ପ୍ରାୟ ୧୫ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ବର୍ତ୍ତମାନ ମଧ୍ୟ କାମ ଜାରି ରହିଛି ।
 
ଭଦ୍ରକରେ Water logging  ସମସ୍ୟା ଯୋଗୁଁ Power Restoration କାମ ବିଳମ୍ବ ହେଉଛି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୭  ପ୍ରତିଶତ  Restoration ହୋଇଛି । ପ୍ରାୟ ୭୦ ହଜାର ଉପଭୋକ୍ତା ବିଦ୍ୟୁତ୍ ସଂଯୋଗ ଅପେକ୍ଷାରେ ଅଛନ୍ତି । ଅଧିକ ଟିମ୍ ନିୟୋଜିତ କରି ବର୍ତ୍ତମାନ ମଧ୍ୟ କାମ ଜାରି ରହିଛି ।  ଖୁବ୍ ଶୀଘ୍ର ପରିସ୍ଥିତି ସ୍ବଭାବିକ ହୋଇଯିବ ବୋଲି ସେ କହିଛନ୍ତି।
ବାଲେଶ୍ୱରର ସ୍ଥିତି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବାଲେଶ୍ୱର ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ବାକିଥିବା ସବୁ ରାସ୍ତା ଅବରୋଧ ହଟାଯାଇଛି । ପ୍ରାୟ ୮୧ ପ୍ରତିଶତ ଉପଭୋକ୍ତାଙ୍କୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯାଇଅଛି । Power Restoration କାମ ଜାରି ରହିଛି।
 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶିମିଳିପାଳରେ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବୁଢାବଳଙ୍ଗ ନଦୀରେ ଜଳସ୍ତରରେ ବୃଦ୍ଧି ଘଟୁଛି । ତେବେ ବର୍ତ୍ତମାନ ଶେଷ ରିପୋର୍ଟ ଅନୁଯାୟୀ ଜଳ ସ୍ତର ସ୍ଥିର ଅଛି। ବର୍ଷା ବନ୍ଦ ହୋଇଥିବାରୁ ଆହୁରି କମିବାର ସଂଭାବନା ଅଛି।
 
ବାଲେଶ୍ୱର ଜିଲ୍ଲାରେ ୬ ଟି ଗ୍ରାମ ପଞ୍ଚାୟତର ୨୦ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଅଛି । ରେମୁଣା ବ୍ଲକର ୨୫୦୦ ଓ ବାଲେଶ୍ୱର ସଦର ବ୍ଲକର ୮ ହଜାର ଲୋକଙ୍କୁ ପ୍ରଶାସନ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଆଣିଛି । ସେଠାରେ  ପ୍ରଶାସନ, ODRAF ଓ Fire Services ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି । 
 
ମୟୂରଭଞ୍ଜର ସ୍ଥିତି ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ୍ ସଂଯୋଗ ଓ ଯୋଗା ଯୋଗ ବ୍ୟବସ୍ଥା ସ୍ୱାଭାବିକ ହୋଇଛି । ବୁଢାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ  ସେଠାରେ ମଧ୍ୟ ପ୍ରଶାସନ, ODRAF ଓ Fire Services ସମ୍ପୂର୍ଣ୍ଣ ରୂପେ ସଜାଗ ରହିଛି । 
 
ବନ୍ୟା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାକୁ ଅତିରିକ୍ତ ୧୧ ଗୋଟି power boat  ଏବଂ ବାଲେଶ୍ୱର ଜିଲ୍ଲାକୁ ଅତିରିକ୍ତ ୧୦  ଗୋଟି power boat  ପଠେଇବାକୁ ମୁଁ ନିର୍ଦ୍ଦେଶ ଦେଇଛି । 
 
ବାଲେଶ୍ୱରର ଗୋବିନ୍ଦପୁର ସେତୁ ଠାରେ ବର୍ତ୍ତମାନ ଜଳସ୍ତର ୭.୮୪ ମିଟର ରେ ପ୍ରବାହିତ ହେଉଅଛି,  ଯାହାକି ବିପଦ ସଂକେତଠାରୁ ତଳେ   ଅଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
 
ଏପର୍ଯ୍ୟନ୍ତ ସର୍ପାଘାତରେ ୨୮  ଜଣ ବ୍ୟକ୍ତି ଆହାତ ହୋଇ ଚିକିତ୍ସିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ପୁରୁଷ ଓ ୧୩ ଜଣ ମହିଳା ଅଟନ୍ତି ।
 
ଫସଲହାନୀ ଉପରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରାରମ୍ଭିକ ଆକଳନରୁ ଜଣାଯାଇଛି ଯେ 
ପ୍ରାୟ ୨ ଲକ୍ଷ ଏକର ଜମିରେ ଫସଲ ନଷ୍ଟ ହୋଇଛି । ପାଣି ଛାଡିଲା ପରେ ଏହାର ସଠିକ୍ ଆକଳନ କରାଯାଇ ଚାଷୀମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।