Odisha News: ଆରମ୍ଭ ହୋଇଛି ପାର୍ବଣ ଋତୁ। ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା ଚାଲିଥିବା ବେଳେ ମଣ୍ତପରେ ମାଆଙ୍କ ଷଷ୍ଠୀ ପୂଜା ଆରମ୍ଭ ହୋଇଛି। ଏନେଇ ଓଡି଼ଶା ହାଇକୋର୍ଟରେ (Orissa High Court) ଦଶହରା ଅବକାଶ ଆରମ୍ଭ ହୋଇ ଯାଇଛି ।
Trending Photos
Odisha News: ଆରମ୍ଭ ହୋଇଛି ପାର୍ବଣ ଋତୁ। ଆଜି ପୀଠରେ ମାଆଙ୍କ ସପ୍ତମୀ ପୂଜା ଚାଲିଥିବା ବେଳେ ମଣ୍ତପରେ ମାଆଙ୍କ ଷଷ୍ଠୀ ପୂଜା ଆରମ୍ଭ ହୋଇଛି। ଏନେଇ ଓଡି଼ଶା ହାଇକୋର୍ଟରେ (Orissa High Court) ଦଶହରା ଅବକାଶ ଆରମ୍ଭ ହୋଇ ଯାଇଛି । ଆଜିଠାରୁ ଗୋଟିଏ ସପ୍ତାହ ଧରି ହାଇକୋର୍ଟ ବନ୍ଦ ରହିବ (High Court To Remain Closed For Puja Vacation From Today)। ଏବ ଚଳିତ ମାସ ୩୦ ତାରିଖରେ ପୁଣି କୋର୍ଟ (Orissa High Court) ଖୋଲିବ। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ୨୦,୨୫ ଓ ୨୭ ତାରିଖରେ କୋର୍ଟ ଅଫିସ୍ ଖୋଲା ରହିବ। ଏନେଇ ଏହି ତିନି ଦିନ କୋର୍ଟର ସମସ୍ତ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ବୋଲି କୁହାଯାଇଛି। ସେହିପରି, ଏହି ଦିନ ଗୁଡିକରେ ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ କୋର୍ଟ ଅଫିସ୍ କାର୍ଯ୍ୟ ଚାଲିବ।
Also Read: Laxmi Bus: ଆଜିଠୁ ଗଜପତିରେ 'ଲକ୍ଷ୍ମୀ' ବସ୍ ସେବା, ଜାଣନ୍ତୁ ଦ୍ବିତୀୟ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?
ସେହିପରି ପୂଜା ପାଇଁ ଛୁଟି ଘୋଷଣା କରିଛି ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ସଂଶୋଧିତ ଛୁଟି କ୍ୟାଲେଣ୍ଡର ବିଜ୍ଞପ୍ତି ଅନୁସାରେ ଆଜିଠାରୁ( ଅକ୍ଟୋବର ୨୦) ତାରିଖରୁ ସରକାର ପୂଜା ଛୁଟି ଘୋଷଣା କରିଛନ୍ତି। ଏଥର ପୂଜା ଛୁଟି ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ପ୍ରାୟ ୮ ଦିନିଆ ଏହି ଛୁଟିକୁ ଏକ ଲମ୍ବା ଛୁଟି ଭାବେ ଗ୍ରହଣ କରାଯାଏ। ଅକ୍ଟୋବର ୨୯ ତାରିଖ ଶନିବାର ଯାଇ ପୂଜା ଛୁଟି ସରିବ। ହେଲେ ରବିବାର ସ୍ୱଭାବିକ ଭାବେ ଛୁଟି ଦିନ ହୋଇଥିବାରୁ ଅକ୍ଟୋବର ୩୧ ତାରିଖରେ ସ୍କୁଲ୍ ଖୋଲିବ। ଦଶହରା ଛୁଟି ମଧ୍ୟରେ ଦୁଇଟି ରବିବାରକୁ ମିଶାଇଲେ ଚଳିତ ବର୍ଷ ପୂଜା ଛୁଟି ମୋଟ ୧୦ ଦିନ ବିଶିଷ୍ଟ ହେବ।
ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ହଜାରେ ବର୍ଷର ସହର କଟକ ସହର। ଦୁର୍ଗାପୂଜା ଆରମ୍ଭ ହେଉ ଥିବାରୁ କଟକ ସହରରେ ପୂଜା ତଥା ଭସାଣି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ସମ୍ପର୍ଣ୍ଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କଟକ କମିଶନରେଟ ପୋଲିସ। ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳା ସହ କରିବା ନିମନ୍ତେ କଟକ ଇଣ୍ଡୋର ଷ୍ଟାଡିଅମରେ ଏକ ବୈଠକ କରି ଏହି ସୂଚନା ଦେଇଛି। ଏହି ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ କଟକ ଡିସିପି ପିନାକ ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଏବଂ ଦଶହରାରେ ନିୟୋଜିତ ହେବାକୁ ଥିବା ସମସ୍ତ ପୋଲିସ କର୍ମଚାରୀ ମାନେ ଯୋଗ ଦେଇ ଥିଲେ।
ଚଳିତ ବର୍ଷ କଟକ ଦୁର୍ଗା ପୂଜା ପାଇଁ କଟକ ସହରରେ ମୋଟ ୫୫ ପ୍ଲାଟୁନ ପୋଲିସ ଫୋର୍ସ, ୬୩୬ ହୋମଗାର୍ଡ, ୮ ଶହରୁ ଉର୍ଦ୍ଧ କନେଷ୍ଟେବଳ, ୧୪୦ ଜଣ ହାବିଲଦାର, ୩୫୦ ସବ ଇନେସ୍ପେକ୍ଟର, ୫୦ ରୁ ଉର୍ଦ୍ଧ ଇନିସପେକଟର, ୩୪ ଜଣ ଡିଏସପି, ୮ ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆ ଯାଇଛି। ଏହା ସହିତ ୬ ଶହ ସିସିଟିଭି ଲାଗିବ। ଏହା ବ୍ୟତୀତ ସହରର ୩୨ ଟି ସ୍ଥାନରେ ପୋଲିସ ଏଡ଼ ପୋଷ୍ଟ କରାଯାଇଛି। ବିଶେଷକରି ସୁନା ଓ ରୁପା ମେଢ ମଣ୍ଡପ ଗୁଡିକରେ ସଶସ୍ତ୍ର ପୋଲିସ ମୁତୟନ ସହ ପୂଜା ମଣ୍ଡପର କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା, ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମଣ୍ଡପ ତଥା ମଣ୍ଡପ ବାହାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦିଆଯିବ ପାଇଁ ନିର୍ଦେଶ ଦେଇଛନ୍ତି ପୋଲିସ କମିଶନର।