ସରକାରୀ ସହାୟତା ଲୋଡ଼ିଲେ ସୁଭଦ୍ରା, କହିଲେ ଭଲ ପାଠ ପଢି ଆଇଏସ୍ ହେବି
Advertisement
Article Detail0/zeeodisha/odisha1847554

ସରକାରୀ ସହାୟତା ଲୋଡ଼ିଲେ ସୁଭଦ୍ରା, କହିଲେ ଭଲ ପାଠ ପଢି ଆଇଏସ୍ ହେବି

Cuttack: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ହାତରେ ପାପୁଲି ନ ଥାଇ ମଧ୍ୟ ଲେଖିବା, ନିଜେ ନିଜେ ଖାଇବା, ଚିତା ପକେଇବା, ପାଠ ପଢିବା, ସହ ଘରର ସମସ୍ତ କାର୍ଯ୍ୟ ଯଥା, ଝାଡୁ କରିବା, ଠାକୁର ପୂଜା କରିବା ଆଦି ସମସ୍ତ କାର୍ଯ୍ୟ ବିନା କାହା ସାହାରାରେ ଅତି ସୁନ୍ଦର ଭାବେ କରିପାରୁଛନ୍ତି। ଏମିତି କି, ହାତ ନ ନଥାଇ ମଧ୍ୟ ସେ ସୁନ୍ଦର ସୁନ୍ଦର ହସ୍ତାକ୍ଷର ଲେଖି ପାରୁଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । 

ସୌ(ସୋସିଆଲ ମିଡିଆ)

Cuttack News: ଦିବ୍ୟାଙ୍ଗ ହେଲେ ବି ସେ କାହାଠାରୁ କମ୍ ନୁହନ୍ତି । ଦୃଢ଼ ଇଚ୍ଛା ଶକ୍ତି ଆଗରେ ସମସ୍ତଙ୍କୁ ପଛରେ ପକେଇ ବଞ୍ଚିବାର ରାହା ଆପଣେଇଛନ୍ତି ଦଶମ ଶ୍ରେଣୀରେ ପାଠ ପଢୁଥିବା ସୁଭଦ୍ରା । ଭଗବାନ ଜନ୍ମରୁ ତାଙ୍କୁ ହାତ ଗୋଡ଼ ଦେଇନାହାନ୍ତି ସତ ହେଲେ ସେ କାହାରି ଉପରେ ନିର୍ଭର ନ ହୋଇ ନିଜେ ନିଜର ସମସ୍ତ କାର୍ଯ୍ୟ ନିଜେ କରୁଛନ୍ତି । ଆଉ ଆଶା ଭଲ ପାଠ ପଢି ଜଣେ ଆଇଏସ ଅଫିସର ହେବେ ।

ସୂଚନା ଅନୁଯାୟୀ, କଟକ ସଦର ବ୍ଲକ୍ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ବମ୍ବୁରି ଗ୍ରାମର ବାବୁଲି ଭୋଇ ଓ ବେବୀ ଭୋଇଙ୍କ ଝିଅ ସୁଭଦ୍ରା ଭୋଇ । ନା ଅଛି ହାତ ନା ଅଛି ଗୋଡ। କିନ୍ତୁ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ହାତରେ ପାପୁଲି ନ ଥାଇ ମଧ୍ୟ ଲେଖିବା, ନିଜେ ନିଜେ ଖାଇବା, ଚିତା ପକେଇବା, ପାଠ ପଢିବା, ସହ ଘରର ସମସ୍ତ କାର୍ଯ୍ୟ ଯଥା, ଝାଡୁ କରିବା, ଠାକୁର ପୂଜା କରିବା ଆଦି ସମସ୍ତ କାର୍ଯ୍ୟ ବିନା କାହା ସାହାରାରେ ଅତି ସୁନ୍ଦର ଭାବେ କରିପାରୁଛନ୍ତି। ଏମିତି କି, ହାତ ନ ନଥାଇ ମଧ୍ୟ ସେ ସୁନ୍ଦର ସୁନ୍ଦର ହସ୍ତାକ୍ଷର ଲେଖି ପାରୁଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସୁଭଦ୍ରା ଏବେ ଅଥଙ୍ଗା ସ୍ଥିତ ଚିନ୍ତାମଣି ସ୍ମୃତି ବାଳିକା ବିଦ୍ୟାପୀଠରେ ଦଶମ ଶ୍ରେଣୀର ଛାତ୍ରୀ ଅଟନ୍ତି । ଚଳିତ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେବେ। ପାଠ ପଢିବା ପାଇଁ ତାଙ୍କର ଢେର ଇଚ୍ଛା । ସୁଭଦ୍ରାଙ୍କ ସ୍କୁଲ ଘରଠାରୁ ୪ କିଲୋମିଟର ଦୂରରେ ଥିବାରୁ ତାଙ୍କୁ ଯିବା ଆସିବାରେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।  ତାଙ୍କୁ ତାଙ୍କ ବଡ଼ ଭଉଣୀ ନୀତିଦିନ ସ୍କୁଲ ନେବା ଆଣିବା କରୁଛନ୍ତି ।  ଆଗକୁ ସେ ଭଲ ପାଠ ପଢି ଜଣେ ଆଇଏଏସ ଅଫିସର ହେବା ନେଇ ଲକ୍ଷ୍ୟ ରଖିଥିବା କହିଛନ୍ତି । ନିଜର ତଥା ନିଜ ବାପା ମାଆଙ୍କ ସ୍ବପ୍ନ ସାକାର କରିବେ ବୋଲି ଆଶାବାଦୀ ଅଛନ୍ତି ।

fallback

ସୁଭଦ୍ରାଙ୍କୁ କେବଳ ପରିବାର ଲୋକ ନୁହେଁ ସ୍ଥାନୀୟ ବାସିନ୍ଦା ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସାଙ୍ଗମାନେ ବେଶ ଆଦର କରିଥାଆନ୍ତି । ଶାରିରୀକ ଅକ୍ଷମତା ସତ୍ତ୍ବେ ସେ କୌଣସି କାର୍ଯ୍ୟରେ କାହାରି ସହାୟତା ଲୋଡ଼ି ନଥାଆନ୍ତି । ଯାହା ତାଙ୍କୁ ସମସ୍ତଙ୍କଠାରୁ ଭିନ୍ନ ପରିଚୟ ଦେଇଥାଏ ।  ନିଜର ଏହି ଆତ୍ମ ନିର୍ଭରଶୀଳ ପାଇଁ  ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କିନ୍ତୁ ଦୁଃଖର ବିଷୟ କେବଳ ଦିବ୍ୟାଙ୍ଗ ଭତ୍ତା ବ୍ୟତୀତ ସୁଭଦ୍ରାଙ୍କୁ କୌଣସି ସରକାରୀ ସାହାଯ୍ୟ ମିଳିନାହିଁ  । ସେପଟେ ଜାତିଭିତ୍ତିକ ସାର୍ଟିଫିକେଟ୍ ପାଇଁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି ପରିବାର ଲୋକେ । ସୁଭଦ୍ରାଙ୍କ ପରିବାରରେ ଆଠ ଜଣ ସଦସ୍ୟ ଥିବାବେଳେ କେବଳ ବାପାଙ୍କ ରୋଜଗାର ଉପରେ ସମସ୍ତେ ନିର୍ଭରଶୀଳ । ସ୍ବଳ୍ପ ପୁଞ୍ଜିରେ ଘର ଚଳିବା କଷ୍ଟକର ହେଉଥିବାରୁ ଅନେକ ସମୟରେ ସୁଭଦ୍ରା ପାଠ ପଢାରେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସ୍କୁଲ କୁ ଯିବାପାଇଁ ଗୋଟିଏ ତିନି ଚକିଆ ଗାଡି ହେଲେ ସୁଭଦ୍ରା ଆଉ ବଡ଼ ଭଉଣୀ ଉପରେ ନିର୍ଭର ହୁଏନ୍ତେ ନାହିଁ ବୋଲି କହିଛନ୍ତି । ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ସାହାଯ୍ୟ ମିଳିଲେ ସେ ଭଲ ପାଠପଢି ନିଜ ବାପା ମାଆଙ୍କ ନାଁ ରଖି ପାରିବେ ବୋଲି କହିଛନ୍ତି ସୁଭଦ୍ରାଙ୍କ ଜେଜେ କଣ୍ଡୁରୀ ଭୋଇ  ।