Cuttack Deer Park: ବନ୍ଦ ହେବ କଟକର ହରିଣ ପାର୍କ, ଚାଲିଛି ହରିଣ ସ୍ଥାନାନ୍ତରଣ
Advertisement
Article Detail0/zeeodisha/odisha2042412

Cuttack Deer Park: ବନ୍ଦ ହେବ କଟକର ହରିଣ ପାର୍କ, ଚାଲିଛି ହରିଣ ସ୍ଥାନାନ୍ତରଣ

Cuttack Deer Park: କଟକର ହରିଣ ପାର୍କ କିଏ ବା ନ ଜାଣେ । କଟକ ତୁଳସୀପୁର ମଧୁସୂଦନ ନଗରର ଏହି ହରିଣ ପାର୍କ ଯେମିତି କଟକର ଏକ ଅଂଶ। ହେଲେ ଏହି ହରିଣ ମାନଙ୍କୁ ଏବେ କରାଯାଉଛି ସ୍ଥାନାନ୍ତର। ଅଟୋ କିମ୍ବା ଟାଉନ ଏମିତି କି ରିକ୍ସା ବାଲାକୁ ଯଦି କୁହାଯାଏ ହରିଣ ପାର୍କ ଛକରେ ଛାଡ଼ିବାକୁ ତେବେ ସେ ନିର୍ଦ୍ଵନ୍ଦରେ ଆଣି ଛିଡ଼ା କରିଦିଏ ୪୦ ବର୍ଷର ଏହି ହରିଣ ପାର୍କଠାରେ । 

Cuttack Deer Park: ବନ୍ଦ ହେବ କଟକର ହରିଣ ପାର୍କ, ଚାଲିଛି ହରିଣ ସ୍ଥାନାନ୍ତରଣ

Cuttack Deer Park: କଟକର ହରିଣ ପାର୍କ କିଏ ବା ନ ଜାଣେ । କଟକ ତୁଳସୀପୁର ମଧୁସୂଦନ ନଗରର ଏହି ହରିଣ ପାର୍କ ଯେମିତି କଟକର ଏକ ଅଂଶ। ହେଲେ ଏହି ହରିଣ ମାନଙ୍କୁ ଏବେ କରାଯାଉଛି ସ୍ଥାନାନ୍ତର। ଅଟୋ କିମ୍ବା ଟାଉନ ଏମିତି କି ରିକ୍ସା ବାଲାକୁ ଯଦି କୁହାଯାଏ ହରିଣ ପାର୍କ ଛକରେ ଛାଡ଼ିବାକୁ ତେବେ ସେ ନିର୍ଦ୍ଵନ୍ଦରେ ଆଣି ଛିଡ଼ା କରିଦିଏ ୪୦ ବର୍ଷର ଏହି ହରିଣ ପାର୍କଠାରେ । ବର୍ତ୍ତମାନ କିନ୍ତୁ ଏହି ହରିଣ ମାନଙ୍କୁ କଟକ ହରିଣ ପାର୍କରୁ ନିଆଯାଉଛି ଚନ୍ଦକା।

୧୯୮୧ ମସିହାରେ ମହାନଦୀ କୂଳରେ ଗଢ଼ି ଉଠିଥିଲା କଟକର ଏହି ହରିଣ ପାର୍କ। ଚାରି ଏକର ଜମିରେ ନିର୍ମିତ ଏହି ହରିଣ ପାର୍କକୁ ନନ୍ଦନକାନନରୁ ପ୍ରଥମେ ୬ଟି ହରିଣ ଅଣାଯାଇଥିଲା। ଆଉ ଏବେ ହରିଣ ପାର୍କରେ ହରିଣଙ୍କ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି। ତେବେ ବର୍ତ୍ତମାନ ରାସ୍ତା ସମ୍ପ୍ରସାରଣ ହେବାକୁ ଥିବାବେଳେ ଏଠି ଆଉ ହରିଣ ରହିବାକୁ ଜାଗା ନାହିଁ । ଯେଉଁଥିପାଇଁ କଥା କହି ପାରୁ ନଥିବା ଏହି ନିରୀହ ପଶୁଙ୍କୁ ଏବେ ସ୍ଥାନାନ୍ତରିତ କରାଯାଉଛି ଚନ୍ଦକା ପାଖରେ ତିଆରି ସ୍ପେଶିଆଲ ଏନକ୍ଲୋଜରକୁ । ତେବେ ଏଠି ପ୍ରଶ୍ନ ଉଠୁଛି ମଣିଷଙ୍କ ସଂସ୍ପର୍ଶରେ ରହୁଥିବା, ଓ ମଣିଷ କଥାକୁ ଶୁଣୁଥିବା ଏହି ହରିଣମାନେ ଖାପ୍ ଖୁଆଇ ପାରିବେ କି ଜଙ୍ଗଲ ଭିତରେ ବନିଥିବା ନୂଆ ଏନକ୍ଲୋଜରରେ। ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ଏହିଠାରୁ ୧୩ହରିଣ ସ୍ଥାନାନ୍ତର ହୋଇ ସାରିଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ଟି ହରିଣ ଚନ୍ଦକା କୁ ସ୍ଥାନାନ୍ତରିତ କରାଯାଇଛି। ସେଠାରେ ସେମାନଙ୍କୁ ମୁକ୍ତ ପରିବେଶ ସହ ଉତ୍ତମ ସେବା ମିଳିବ ବୋଲି ମତପ୍ରକାଶ କରିଛନ୍ତି ଏ ସିଏଫ୍, ସିଟି ଫରେଷ୍ଟର।

ଏପଟେ ହରିଣମାନଙ୍କୁ ପ୍ରତିଦିନ ଦେଖିବାକୁ ଆସୁଥିବା ଦେଖଣାହାରି ବିଭିନ୍ନ ପ୍ରକାର ଖାଦ୍ୟ ଯେପରି ବିସ୍କୁଟ, କେକ୍ ଭଳି ଡ୍ରାଏଫୁଡ୍ ଇତ୍ୟାଦି ହରିଣମାନଙ୍କୁ ଖାଇବାକୁ ଦେଇଥାନ୍ତି। ଯାହାକି ହରିଣ ମାନେ ଏହି ଖାଦ୍ୟକୁ ନିଜର ପ୍ରତିଦିନ ଖାଦ୍ୟ ତାଲିକା ଭଳି ଆପଣେଇ ନେଇଥିଲେ। କିନ୍ତୁ ଏବେ ସେଠି ସେ ଖାଦ୍ୟ ତାଙ୍କୁ ମିଳିବନାହିଁ । ଜଙ୍ଗଲ ଭିତରେ ନା ସେ ଦର୍ଶକ ନା'' ମିଳିବ ସେ ଡ୍ରାଏଫୁଡ୍ ଖାଦ୍ୟ। କେବଳ ସେତିକି ନୁହେଁ ଅନେଶ୍ଵତର ମହାବାତ୍ୟା, ଓ ଫନି ଭଳି ଦୁର୍ବିପାକ ସମୟରୁ ହରିଣ ମାନଙ୍କର ସେବା, ଶୁଶ୍ରୁଷା କରୁଥିବା ଶିବ ନନା ଓ ସୁଦାମଙ୍କୁ ବି ଝୁରିବେ ଏହି ନିରୀହ ପଶୁମାନେ। ଅବଶ୍ୟ କିଛିଦିନ ପରେ ଭୁଲିଯିବେ ଏହି ହରିଣମାନେ କିନ୍ତୁ ମଲା ପର୍ଯ୍ୟନ୍ତ ରାବଣ, ବୁଢ଼ା, ଚୁଆଁ ସ୍ମୃତି ହୋଇ ରହିବ ।

ଦୀର୍ଘ ୪୦ ବର୍ଷ ହେବ କଟକର ଏହି ହରିଣ ପାର୍କ କଟକିଆ ପାଇଁ ବନିଥିଲା ଚିଡ଼ିଆ ଖାନା । ପ୍ରତିଦିନ ଚାରିଟା ବାଜିଲେ ଲୋକମାନେ ନିଜ ପିଲାଛୁଆଙ୍କୁ ଧରି ବାହାରନ୍ତି ଡିଅର ପାର୍କ । ଆଣିଥିବା କିଛି ଖାଦ୍ୟ ପକାଇ ହରିଣ ମାନଙ୍କ ସହ କରନ୍ତି ସମୟ ଅତିବାହିତ।

Also Read: Weather Forecast: ବଢ଼ିବ ଶୀତ, ଏହି ରାଜ୍ୟଗୁଡିକରେ ହେବାକୁ ଯାଉଛି ବର୍ଷା, ପାଣିପାଗ ବିଭାଗ ଜାରି କଲା ଅର୍ଲଟ