Commandant Arrested: ପ୍ରଥମ ବାଟାଲିୟନ କମାଣ୍ତାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ
Advertisement
Article Detail0/zeeodisha/odisha1896662

Commandant Arrested: ପ୍ରଥମ ବାଟାଲିୟନ କମାଣ୍ତାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ

Battalion Commandant Arrested: କମାଣ୍ତାଣ୍ଟ ସୁନୀଲ କୁମାର ବେହେରାଙ୍କୁ ବାନ୍ଧିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ  ଫାଶରେ ପଡ଼ିଛନ୍ତି କମାଣ୍ତାଣ୍ଟ । 

ସୌ(ସୋସିଆଲ ମିଡିଆ)

OSAP Battalion Commandant Arrested: ଓଏସଏପି କମାଣ୍ତାଣ୍ଟ (Dhenkanal OSAP first Battalion Commandant) ସୁନୀଲ କୁମାର ବେହେରାଙ୍କୁ ବାନ୍ଧିଛି ଭିଜିଲାନ୍ସ (vigilance) । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ  ଫାଶରେ ପଡ଼ିଛନ୍ତି କମାଣ୍ତାଣ୍ଟ । ତାଙ୍କ ନିକଟରୁ ନଗଦ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯାଇଛି । ସୁନୀଲ କୁମାର ବେହେରା ଫାଷ୍ଟ ବାଟାଲିୟନର କମାଣ୍ତାଣ୍ଟ ଭାବେ କାର୍ଯ୍ୟରତ ।

ସୂଚନା ଅନୁଯାୟୀ, ଶନିବାର ଦିନ କମାଣ୍ତାଣ୍ଟ ସୁନୀଲ କୁମାର ବେହେରା (Sunil Kumar Behera) ଢେଙ୍କାନାଳରୁ ନିଜ କଟକ ସ୍ଥିତ (Cuttack) ବାସଭବନକୁ ଅଫିସ ଗାଡ଼ି ଯୋଗେ ଫେରୁଥିଲା । ଠିକ୍ ଏହି ସମୟରେ କଟକ ସିଡ଼ିଏ ୧୧ ମଧୂସୁଦନ ସେତୁ (Madhusudan Setu) ନିକଟରେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ ମାଡି଼ ବସିଥିଲା । ତାଙ୍କ ନିକଟରୁ ନଗଦ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯାଇଥିଲା । ପରେ ଏକକାଳୀନ ୫ଟି ସ୍ଥାନ ଯଥା କଟକ, ପୁରୀ, ଭୁବନେଶ୍ବର ଓ ଢେଙ୍କାନାଳ ସ୍ଥିତ ସରକାରୀ ବାସଭବନରେ ଚଢଉ କରିଥିଲା ଭିଜିଲାନ୍ସ । କଟକ ସ୍ଥିତ ବାସଭବନରେ ରେଡ଼ (Vigilance Raid) ବେଳେ ନଗଦ ୮ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିଲା । ତେବେ ଏତେ ଟଙ୍କା ସେ କେଉଁଠୁ ଆଣିଲେ ସେନେଇ ପଚରାଯିବାରୁ କମାଣ୍ତାଣ୍ଟ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ତେବେ ଭିଜିଲାନ୍ସ କମାଣ୍ତାଣ୍ଟ ଗିରଫ କରି ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।   

ଗତ ସେପ୍ଟେମ୍ବର ମାସରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ପିଏଚ୍ ଡ଼ିଭିଜନର ଯନ୍ତ୍ରୀ ବାଣେଶ୍ୱର ନାୟକଙ୍କ (Baneswar Naik) ଘରେ ମଧ୍ଯ ଚଢଉ କରିଥିଲା ଭିଜିଲାନ୍ସ । ସହକାରୀ ଯନ୍ତ୍ରୀଙ୍କ ବାରିପଦା ରଘୁନାଥପୁର ସ୍ଥିତ ତିନି ମହଲା ଆବାସିକ ଘର ସମେତ ବଡ଼ସାହି ତଳଣ୍ଡାରେ ଥିବା ଦୁଇ ମହଲା ଘର, ବୈଶିଙ୍ଗା ମାଣିତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଓ ବାରିପଦା ସରକାରୀ କାର୍ଯ୍ୟାଳୟରେ ଚଢ଼ଉ ହୋଇଥିଲା ।

Also Read-Weather Update: ପାଣିପାଗ ବିଭାଗର ସୂଚନା, ଆଜି ଏହି ୫ ଜିଲ୍ଲାରେ ପ୍ରବଳ ବର୍ଷିବ!

Also Read-Odisha News: ‘ସମ୍ବାଦ’ରେ ନୂଆ ଯୁଗ ଆରମ୍ଭ, ସୌମ୍ୟଙ୍କ ଅବ୍ୟାହତି, ସମ୍ପାଦକ ହେଲେ ତନୟା ପଟ୍ଟନାୟକ

ସେହି ମାସରେ, ନିମାପଡ଼ା OSWC ଗୋଡାଉନ ସୁପରିଟେଣ୍ଡେଣ୍ଟ (Odisha Warehousing Corporation Godown officer) ଦେବୀ ପ୍ରସାଦ ମହାନ୍ତିଙ୍କୁ ବାନ୍ଧିଥିଲା ଭିଜିଲାନ୍ସ (Vigilance) । ଓଡିଶା ୱେର ହାଉସିଙ୍ଗ କର୍ପୋରେସନର ଗୋଡାଉନ ସୁପରିଟେଣ୍ଡେଣ୍ଟ (Warehousing Corporation Godown officer) ଭାବେ କାର୍ଯ୍ୟ କରୁଥିବା ଦେବୀପ୍ରସାଦ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ କରିଥିଲା । ଦୁଇ ଲକ୍ଷ ଟଙ୍କା ଧରି ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ଦେବୀ ପ୍ରସାଦ ମହାନ୍ତିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍ । ଏହାସହ ତାଙ୍କ ରାଜଧାନୀସ୍ଥିତ ୱେର ହାଉସ କଲୋନୀରେ ଥିବା ସରକାରୀ କ୍ୱାର୍ଟରରେ ଚଢ଼ାଉ କରାଯାଇ ୧ ଲକ୍ଷ ୮୦ ହଜାର ଟଙ୍କା ଓ ତାଙ୍କ ନିକଟରୁ ୫୯ ହଜାର ଟଙ୍କା ଜବତ କରାଯାଇଥିଲା ।