Vigilance Raid: ଭିଜିଲାନ୍ସ ସ୍କାନରରେ ଅଧୀକ୍ଷଣ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ
Advertisement
Article Detail0/zeeodisha/odisha1950109

Vigilance Raid: ଭିଜିଲାନ୍ସ ସ୍କାନରରେ ଅଧୀକ୍ଷଣ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ

Vigilance Raid: ଭିଜିଲାନ୍ସ ଫାଶରେ ଛନ୍ଦି ହୋଇଛନ୍ତି ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ସୁପରିଟେଣ୍ତେଣ୍ଟ ଇଞ୍ଜିନିୟର ବିଶ୍ବବନ୍ଧୁ ପାଣିଗ୍ରାହୀ (Biswabandhu Panigrahi)। ବୁଧବାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଏକକାଳୀନ ୬ଟି ସ୍ଥାନରେ ରେଡ଼ କରିଛି ଭିଜିଲାନ୍ସ ।

ସୌ(ସୋସିଆଲ ମିଡିଆ)

Vigilance Raid: ଭିଜିଲାନ୍ସ (Vigilance) ଜାଲରେ ଆଉ ଜଣେ ସରକାରୀ ଅଧିକରୀ । ଭୁବନେଶ୍ବର ପିଏଚ୍ ଡ଼ିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ (PHD Superintending Engineer) ଘରେ ଚଢଉ କରିଛି ଭିଜିଲାନ୍ସ। ସୂଚନା ଅନୁଯାୟୀ, ଭିଜିଲାନ୍ସ ଫାଶରେ ଛନ୍ଦି ହୋଇଛନ୍ତି ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ସୁପରିଟେଣ୍ତେଣ୍ଟ ଇଞ୍ଜିନିୟର ବିଶ୍ବବନ୍ଧୁ ପାଣିଗ୍ରାହୀ (Biswabandhu Panigrahi)। ବୁଧବାର ଅଧୀକ୍ଷଣ ଯନ୍ତ୍ରୀଙ୍କ ଏକକାଳୀନ ୬ଟି ସ୍ଥାନରେ ରେଡ଼ କରିଛି ଭିଜିଲାନ୍ସ । ରାଜଧାନୀ ସ୍ଥିତ ଭିଏସଏସ ନଗରରେ ଥିବା ୨ଟି ବିଲ୍ଡିଂ, ରୁଦ୍ରପୁରରେ ଥିବା ଘରେ, ଭଦ୍ରକ ମଠସାହି ଓ ପୈତୃକ ଗାଁ ତୋରଣ ପଡ଼ାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି କରାଯାଇଛି ।

ନିକଟରେ ଗତ ଶୁକ୍ରବାର ଦିନ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର (Arjun Kumar Sahoo) ସାହୁଙ୍କ ଏକାକାଳୀନ ୮ଟି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ ଜାରି ପରେ ୮ ଜଣ ଡିଏସପି, ୮ ଇନ୍ସପେକ୍ଟର, ୭ ଏଏସ୍ଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଭୁବନେଶ୍ୱର, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା ସମେତ ସାଲେପୁର ସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା ଭିଜିଲାନ୍ସ ।

ସେହିପରି ଗତ ଅକ୍ଟୋବର ମାସରେ ଭିଜିଲାନ୍ସ ଫାଶରେ ପଡ଼ିଥିଲେ ଅନୁଗୁଳ (Angul) ଜିଲ୍ଲା ପାଲଲହଡ଼ା (Pallahara) ବିଇଓ ଅଫିସର ଟେକ୍ନିକାଲ କନସଲଟାଣ୍ଟ ଜେଇ ପ୍ରସନ୍ନ ପାଣି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ (Vigilance) ଟେକ୍ନିକାଲ କନସଲଟାଣ୍ଟ ଜେଇଙ୍କ (JE technical consultant) ଏକକାଳୀନ ୯ଟି ସ୍ଥାନରେ ଚଢଉ କରିଥିଲା।

Also Read-Fire crackers Ban: ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସାରା ଦେଶରେ ଫୁଟିବନି ‘ପ୍ରଦୂଷଣକାରୀ ବାଣ’