Vigilance Scanner: ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଆଇଆଇସି
Advertisement
Article Detail0/zeeodisha/odisha1981969

Vigilance Scanner: ଭିଜିଲାନ୍ସ ଜାଲରେ ବୈପାରୀଗୁଡ଼ା ଆଇଆଇସି

Odisha Vigilance: ପୁଣି ଭିଜିଲାନ୍ସ ଜାଲରେ ପୋଲିସ ଅଧିକାରୀ । ଦୁଇ ଲକ୍ଷ ଟଙ୍କା ସହ ଧରି କଟକ ଆସୁଥିବା ବେଳେ ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀକୁ ମାଡ଼ି ବସିଛି ଭିଜିଲାନ୍ସ । ସୋମବାର ରାତିରେ ଏକ ଘରୋଇ ବସରେ ପୋଲିସ ଅଧିକାରୀ ଜଣଙ୍କ ବୈପାରୀଗୁଡ଼ାରୁ କଟକ ସ୍ଥିତ ନିଜ ଘରକୁ ଯାଉଥିଲେ । ତେବେ ଏତିକି ବେଳେ ଜୟପୁରରୁ ୫ କିଲୋମିଟର ଦୂର- ଟାଙ୍କୁଆ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା ।

ସୌ(ସୋସିଆଲ ମିଡିଆ)

ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୭୦ ହଜାର ଚଙ୍କା ଜବତ କରାଯାଇଥିଲା । ଏତେ ଟଙ୍କା କେଉଁଠୁ ଆଣିଲେ ଓ ଟଙ୍କା ନେଇ କେଉଁ ଆଡ଼େ ଯାଉଥିଲେ ବୋଲି ତାଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହାପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । ଆଇଆଇସଙ୍କ କାର୍ଯ୍ୟାଳୟର ଚାମ୍ବରରୁ ମଧ୍ଯ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ବାସଭବନରୁ  ୩ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କଠାରୁ ସମୁଦାୟ ୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରାଯାଇଛି । ତାଙ୍କୁ ଅଟକ ରଖିବା ସହ ଭିଜିଲାନ୍ସ ପଚରାଉଚରା ଜାରି ରଖିଛି । ପ୍ରକାଶ ଥାଉ କି, ଗତ ୫ ମାସ ହେବ ସୁଶାନ୍ତ ଶତପଥୀ ବୈପାରୀଗୁଡା଼ ଥାନା ଆଇଆଇସି ଭାବେ ଦାୟିତ୍ବ ନେଇଥିଲେ । ବସ ଯୋଗେ ସେ କଟକ ଆସି କେନ୍ଦ୍ରାପଡା ଯାଇଥାନ୍ତେ । ଏଥିପାଇଁ ସେ ୫ ଦିନ ଛୁଟି ନେଇଥିଲେ ।

ଏହା ବି ପଢନ୍ତୁ-Jagannath Temple: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜଶ୍ବର ବେଶ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

ନିକଟରେ ଭିଜିଲାନ୍ସ ଫାଶରେ ପଡ଼ିଥିଲେ ଭୁବନେଶ୍ବର ଜନ ସ୍ବାସ୍ଥ୍ୟ ବିଭାଗ ସୁପରିଟେଣ୍ତେଣ୍ଟ ଇଞ୍ଜିନିୟର ବିଶ୍ବବନ୍ଧୁ ପାଣିଗ୍ରାହୀ (Biswabandhu Panigrahi)। ଚଳିତ ମାସ ୮ ତାରିଖରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଏକକାଳୀନ ୬ଟି ସ୍ଥାନରେ ରେଡ଼ କରିଥିଲା ଭିଜିଲାନ୍ସ । ରାଜଧାନୀ ସ୍ଥିତ ଭିଏସଏସ ନଗରରେ ଥିବା ୨ଟି ବିଲ୍ଡିଂ, ରୁଦ୍ରପୁରରେ ଥିବା ଘରେ, ଭଦ୍ରକ ମଠସାହି ଓ ପୈତୃକ ଗାଁ ତୋରଣ ପଡ଼ାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି କରାଯାଇଥିଲା।