ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ଲାଞ୍ଚ ନେଉଥିବା ବେଳେ ପୋଲିସ SIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
Advertisement
Article Detail0/zeeodisha/odisha1972395

ଗଞ୍ଜେଇ ଗାଡ଼ି ରିଲିଜ ପାଇଁ ଲାଞ୍ଚ ନେଉଥିବା ବେଳେ ପୋଲିସ SIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

Police SI in Vigilance Radar: ଭିଜିଲାନ୍ସ (Vigilance) ଜାଲରେ ପୋଲିସ ଏସଆଇ । ଟଙ୍କା ଲାଞ୍ଚ (Bribe) ନେଉଥିବା ବେଳେ ବୌଦ୍ଧ (Boudh) ଜିଲ୍ଲା ବାଉଁଶୁଣି ଥାନା ଏସଆଇ ବିକ୍ରମ ଦେହୁରୀଙ୍କୁ (Sub-inspector Bikram Dehuri) ଧରିଛି ଭିଜିଲାନ୍ସ ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, କୋର୍ଟର (Court) ଅନୁମତି ପରେ ବି ଜବତ ଗାଡ଼ିକୁ ଛାଡ଼ିବା ପାଇଁ ପୋଲିସ ଏସଆଇ ବିକ୍ରମ ଦେହୁରୀ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ । ଗଞ୍ଜେଇ ମାମଲାରେ ଏକ ଗାଡ଼ି ଜବତ କରିଥିଲା ବାଉଁଶୁଣି ଥାନା ପୋଲିସ । ଜବତ ଗାଡ଼ିକୁ ଛାଡ଼ିବା ପାଇଁ ପୂର୍ବରୁ ପୋଲିସ ବାବୁ ୨୦ ହଜାର ଟଙ୍କା ନେଇଥିଲେ। ଏହା ପରେ କୋର୍ଟ ଅର୍ଡ଼ର ଦେଖାଇବା ସତ୍ତ୍ବେ ସେ ଗାଡ଼ି ରିଲିଜ ପାଇଁ ଆହୁରି ୧୫ ହଜାର ଟଙ୍କା ଦେବାକୁ କହିଥିଲେ । ଏନେଇ ସଂପୃକ୍ତ ଗାଡ଼ି ମାଲିକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ । ଯୋଜନା ମୁତାବକ ଭିଜିଲାନ୍ସ (Vigilance) ବାଉଁସୁଣୀ ଥାନା (Baunsuni Police Station) ଅଞ୍ଚଳରେ ଛପି ରହିଥିଲା । ଅନଲାଇନ (Online) ଯୋଗେ ପୋଲିସ ବାବୁ ୧୫ ହଜାର ଟଙ୍କା ଲାଞ୍ଚ (Bribe) ନେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଏହାପରେ ତାଙ୍କ ସରକାରୀ ବାସଭବନ ସହ ପୁରୁଣା କଟକ ସ୍ଥିତ ନିଜ ବାସଭବନର ଚଢ଼ଉ କରାଯାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତ ଏସଆଇଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Also Read-Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Also Read- kartika Panchuka 2023: ଆଜିଠାରୁ ଆରମ୍ଭ ହେଲା ପଞ୍ଚୁକ ବତ୍ର, ଜାଣନ୍ତୁ କାହିଁକି କରାଯାଏ ପାଳନ?