Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ଼୍
Advertisement
Article Detail0/zeeodisha/odisha1868984

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ଼୍

Vigilance Raid:  ବାରିପଦା ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ବାଣେଶ୍ୱର ନାୟକଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରିବା କରିବା ସହ ଏକ କାଳୀନ ପାଞ୍ଚଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ ।

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ, ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ଼୍

Vigilance Raid: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଏଥର ବାରିପଦା ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ (Asst. Engineer P.H.Division-1 Baripada) ବାଣେଶ୍ୱର ନାୟକଙ୍କ ଘରେ ଚଢଉ କରିଛି ଭିଜିଲାନ୍ସ (Vigilance)। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରିବା କରିବା ସହ ଏକ କାଳୀନ ପାଞ୍ଚଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ ।

ସୂଚନା ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦା ପିଏଚ୍ ଡ଼ିଭିଜନର ଯନ୍ତ୍ରୀ ବାଣେଶ୍ୱର ନାୟକଙ୍କ (Baneswar Naik) ଘରେ ଭିଜିଲାନ୍ସ ଚଢଉ କରିଛି । ସହକାରୀ ଯନ୍ତ୍ରୀଙ୍କ ବାରିପଦା ରଘୁନାଥପୁର ସ୍ଥିତ ତିନି ମହଲା ଆବାସିକ ଘର, ବଡ଼ସାହି ତଳଣ୍ଡାରେ ଥିବା ଦୁଇ ମହଲା ଘର, ତଳଣ୍ଡାରେ ଥିବା ପୈତୃକ ଘର ସହ ବୈଶିଙ୍ଗା ମାଣିତ୍ରୀରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ଉ କରାଯାଇଛି । ଏଥିସହିତ ତାଙ୍କ ବାରିପଦା ସରକାରୀ କାର୍ଯ୍ୟାଳୟରେ ବି ଚଢ଼ାଉ ଜାରି ରହିଛି। ଏହି ଚଢଉରେ ଦୁଇ ଜଣ ଅତିରିକ୍ତ ଏସପି, ୩ ଡ଼ିଏସପି, ୭ ଇନିସ୍ପେକ୍ଟର, ଜଣେ ଏସଆଇ, ୭ ଏଏସଆଇ ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ଥିବା ଜଣାପଡ଼ିଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଚଢଉ ପରେ ଭିଜିଲାନ୍ସ ପକ୍ଷରୁ ଏନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି କୁହାଯାଇଛି ।

Also Read-Weather Update: ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି

ନିକଟରେ, ନିମାପଡ଼ା OSWC ଗୋଡାଉନ ସୁପରିଟେଣ୍ଡେଣ୍ଟ (Odisha Warehousing Corporation Godown officer) ଦେବୀ ପ୍ରସାଦ ମହାନ୍ତିଙ୍କୁ ମାଡି ବସିଥିଲା ଭିଜିଲାନ୍ସ (Vigilance) । ଓଡିଶା ୱେର ହାଉସିଙ୍ଗ କର୍ପୋରେସନର ଗୋଡାଉନ ସୁପରିଟେଣ୍ଡେଣ୍ଟ (Warehousing Corporation Godown officer) ଭାବେ କାର୍ଯ୍ୟ କରୁଥିବା ଦେବୀପ୍ରସାଦ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିବା ସହ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୧୪ ହଜାର ଟଙ୍କା ଜବତ କରିଥିଲା । ଏତେ ଟଙ୍କା ତାଙ୍କ ନିକଟରୁ କେଉଁଠାରୁ ଆସିଲା ସେ ପ୍ରଶ୍ନର ଉତ୍ତର ଦେଇନପାରିନଥିଲେ ଦେବୀ ପ୍ରସାଦ। ଦୁଇ ଲକ୍ଷ ଟଙ୍କା ଧରି ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲେ । ଏହାସହ ତାଙ୍କ ରାଜଧାନୀସ୍ଥିତ ୱେର ହାଉସ କଲୋନୀରେ ଥିବା ସରକାରୀ କ୍ୱାର୍ଟରରେ ଚଢ଼ାଉ କରାଯାଇ ୧ ଲକ୍ଷ ୮୦ ହଜାର ଟଙ୍କା ଓ ତାଙ୍କ ନିକଟରୁ ୫୯ ହଜାର ଟଙ୍କା ଜବତ କରାଯାଇଥିଲା ।