Crime News: ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ, ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ୨ ଲକ୍ଷ
Advertisement
Article Detail0/zeeodisha/odisha2123395

Crime News: ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ, ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ୨ ଲକ୍ଷ

Crime News: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରାମାଡ କରି ୨ ଲକ୍ଷ ଟଙ୍କା ଲୁଟିନେଲେ ୪ ଦୁର୍ବୃତ୍ତ । ଏପରି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ରାଜଗାଙ୍ଗପୁର ଲୋମଲୋଇ ଛକ ନିକଟରେ ।

Crime News: ରାଜଗାଙ୍ଗପୁରରେ ଚାଞ୍ଚଲ୍ୟ, ମରଣାନ୍ତକ ଆକ୍ରମଣ କରି ଲୁଟିନେଲେ ୨ ଲକ୍ଷ

Crime News: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଛୁରାମାଡ କରି ୨ ଲକ୍ଷ ଟଙ୍କା ଲୁଟିନେଲେ ୪ ଦୁର୍ବୃତ୍ତ । ଏପରି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ରାଜଗାଙ୍ଗପୁର ଲୋମଲୋଇ ଛକ ନିକଟରେ । ଛୁରାମାଡର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନ ରାଉରକେଲା ଆଇଜିଏଚ୍ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ପଦାଜାମପାଲି ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ କାମ କରୁଥିବା ଅନୀଲ ତିୱାରୀ ନାମକ ଜଣେ ବ୍ୟକ୍ତି ଆଜି ସକାଳ ୧୦ଟା ସମୟରେ ରାଜଗାଙ୍ଗପୁର ସ୍ଥିତ ଏକ ବ୍ୟାଙ୍କକୁ ଯାଉଥିଲେ । ବ୍ୟାଙ୍କରେ ଦୁଇ ଲକ୍ଷ ଟଙ୍କା ଜମା କରିବାକୁ ସେ ପାଖରେ ୨ ଲକ୍ଷ ଟଙ୍କା ରଖିଥିଲେ । ସେହି ସମୟରେ ଅନୀଲଙ୍କ ନିକଟରେ ଟଙ୍କା ଥିବା କଥା କୌଣସି ମତେ ସୂଚନା ପାଇଁ ୪ ଜଣ ଦୁର୍ବୁତ୍ତ ଅନୀଲଙ୍କ ପିଛା କରିଥିଲେ । ଲୋମଲୋଇ ଛକ ନିକଟରେ ଅନୀଲଙ୍କୁ ଅଟକାଇ ତାଙ୍କଠାରୁ ଟଙ୍କା ନେବାକୁ ଚେଷ୍ଟା କରିଥିଲେ । ଅନୀଲ ବିରୋଦ୍ଧ କରିବାରୁ ତାଙ୍କ ଉପରକୁ ଅତର୍କିତ ଭାବେ ଛୁରୀରେ ଆକ୍ରମଣ କରିବା ସହ ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । 

ସ୍ଥାନୀୟ ଲୋକେ ଅନୀଲଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବା ପରେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଲୁଟେରାଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି । ଅନ୍ୟପଟେ ଅନୀଲଙ୍କୁ ପ୍ରଥମେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Also Read- Budh-Shukra Rashi Parivartan: ବୁଧ ଏବଂ ଶୁକ୍ରଙ୍କ ଚଳନ, ୩ ରାଶିକୁ ଅର୍ଥ ପ୍ରାପ୍ତି

Also Read- କଂଗ୍ରେସ ସାଂସଦ ରାହୁଲଙ୍କୁ ଜବାବ ଦେଲେ ଗାୟିକା ସୋନା ମହାପାତ୍ର