Boipariguda IIC: ବୈପାରୀଗୁଡ଼ା ଆଇଆଇସିଙ୍କୁ ଚାକିରିରୁ ବିଦା କଲେ ପୋଲିସ ଡିଜି
Advertisement
Article Detail0/zeeodisha/odisha1989015

Boipariguda IIC: ବୈପାରୀଗୁଡ଼ା ଆଇଆଇସିଙ୍କୁ ଚାକିରିରୁ ବିଦା କଲେ ପୋଲିସ ଡିଜି

Boipariguda IIC: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବୈପାରୀଗୁଡ଼ା ଥାନା ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଆଇଆଇସି ଗିରଫ ହେବା ପରେ ଜୟପୁର ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ପୁଲିସ ଡିଜିଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଥିଲେ। 

ସୌ(ସୋସିଆଲ ମିଡିଆ)

Boipariguda IIC: ଚାକିରିରୁ ବିଦା ହେଲେ ଆଇଆଇସି ସୁଶାନ୍ତ ଶତପଥୀ (Boipariguda IIC Sushant Satapathy )। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ବୈପାରୀଗୁଡ଼ା ଥାନା ଅଧିକାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଆଇଆଇସି ଗିରଫ ହେବା ପରେ ଜୟପୁର ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ପୁଲିସ ଡିଜିଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଥିଲେ। ଏହାପରେ ପୋଲିସ ଡିଜି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ସୋମବାର ରାତିରେ ଏକ ଘରୋଇ ବସରେ ପୋଲିସ ଅଧିକାରୀ ଜଣଙ୍କ ବୈପାରୀଗୁଡ଼ାରୁ କଟକ ସ୍ଥିତ ନିଜ ଘରକୁ ଯାଉଥିଲେ । ତେବେ ଏତିକି ବେଳେ ଜୟପୁରରୁ ୫ କିଲୋମିଟର ଦୂର- ଟାଙ୍କୁଆ ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା । ତାଙ୍କ ପାଖରୁ ନଗଦ ୨ ଲକ୍ଷ ୭୦ ହଜାର ଚଙ୍କା ଜବତ କରାଯାଇଥିଲା । ଏତେ ଟଙ୍କା କେଉଁଠୁ ଆଣିଲେ ଓ ଟଙ୍କା ନେଇ କେଉଁ ଆଡ଼େ ଯାଉଥିଲେ ବୋଲି ତାଙ୍କୁ ପ୍ରଶ୍ନ ପଚରାଯିବାରୁ ସେ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହାପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା । ଆଇଆଇସଙ୍କ କାର୍ଯ୍ୟାଳୟ ଚାମ୍ବରରୁ ମଧ୍ଯ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା । ପରେ ସାଢେ ୭ ଲକ୍ଷ ଟଙ୍କା ଓ ଏହାପରେ କଟକ ବକ୍ସିବଜାରସ୍ଥିତ ସରକାରୀ ବାସଭବନରୁ ନଗଦ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଥିଲା । ସେଠାରୁ କିଛି ସୁନା ଅଳଙ୍କାର ମଧ୍ଯ ଜବତ କରିଥିଲା ଭିଜିଲାନ୍ସ ।

ଏହା ବି ପଢନ୍ତୁ-kotia Controversy: ବିଜୁ ପକ୍କା ଘରେ ଡାକ ଘର ଚଳାଉଥିଲା ଆନ୍ଧ୍ର, ଘର ସିଲ୍ କଲେ ତହସିଲଦାର

ବର୍ତ୍ତମାନ ଭୁବନେଶ୍ୱର ସ୍ଥିତ ଜାଗମରାରେ ୧ କୋଟି ୧୦ ଲକ୍ଷର ୩ ମହଲା କୋଠା, ଆସ୍କାରେ ମାର୍କେଟ କମ୍ପ୍ଲେକ୍ସ, ୩ ଲକ୍ଷ ୪୦ ହଜାର ନଗଦ ଟଙ୍କା, ଗୋଟିଏ କାର ଓ ୪ଟି ବାଇକ୍, ୧୭ଟି ବ୍ୟାଙ୍କ ଆକାଉଣ୍ଟ, ବୀମା, ପୋଷ୍ଟାଲ ଜମା ସହ କିଛି ଜମି ଓ ପ୍ଲଟ୍ ଠାବ କରି ଯାଞ୍ଚ କରାଯାଉଛି ।