Complain Against MLA: ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ରେ ମାରପିଟ୍ ଅଭିଯୋଗ: ଥାନାରେ ମାମଲା ରୁଜୁ
Advertisement
Article Detail0/zeeodisha/odisha1800986

Complain Against MLA: ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ରେ ମାରପିଟ୍ ଅଭିଯୋଗ: ଥାନାରେ ମାମଲା ରୁଜୁ

Complain Against MLA: ବିଜେଡି ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ରେ ମାରପିଟ୍ ଅଭିଯୋଗ । ଅଭିଯୋଗ ଆଣିଲେ ପାଇକମାଳ ବିଏଲସି(BLC) ରୋହିଣୀ ବରିହା ।ବ୍ଲକ୍ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ଡାକି ରୋହିଣୀଙ୍କୁ ବିଧାୟିକା ଓ ତାଙ୍କ କର୍ମକର୍ତ୍ତା ମିଶି ମାରିଥିବାର ଅଭିଯୋଗ ନେଇ ସେ ଥାନାରେ ଏକ ମାମଲା ରୁଜୁ କରିଛନ୍ତି ।

Complain Against MLA: ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ରେ ମାରପିଟ୍ ଅଭିଯୋଗ: ଥାନାରେ ମାମଲା ରୁଜୁ

Complain Against MLA: ବିଧାୟିକା ହେବା ପରେ ବଦଳିଗଲା କି ବର୍ଷା ସିଂ ବରିହାଙ୍କ(Barsha singh bariha) ଆବଭାବ? ବାପାଙ୍କ ମୃତ୍ୟୁ ପରେ ଯେଉଁ ଝିଅ କାନ୍ଦି କାନ୍ଦି ଗ୍ରାମବାସୀଙ୍କୁ ଭୋଟ ମାଗିବା ସହ ସୁଖ ଦୁଃଖରେ ସାଥ୍ ଦେବ ବୋଲି କଥା ଦେଇଥିଲା ଏବେ କାହିଁକି ତାଙ୍କ ନାଁରେ ଅଭିଯୋଗ? ଏପରି ଅଭିଯୋଗ ଆମେ କରୁନୁ ବରଂ ଏପରି ଅଭିଯୋଗ କରିଛନ୍ତି ପାଇକମାଳ ବିଏଲସି(BLC) ରୋହିଣୀ ବରିହା ।

ପାଇକମାଳ ବିଏଲସି ରୋହିଣୀ ବରିହାଙ୍କ ଅଭିଯୋଗ ଅନୁସାରେ ପଦମପୁର(Padampur) ବିଧାୟିକା ବର୍ଷା ସିଂ ବରିହା ନିଜ କର୍ମକର୍ତ୍ତାଙ୍କ ସହ ତାଙ୍କୁ ଧମକ ଚମକ ଦେବା ସହ ମାରପିଟ୍ କରିଛନ୍ତି। ଏ ନେଇ ପାଇକମାଳ ଥାନାରେ ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟ କର୍ମକର୍ତ୍ତାଙ୍କ ନାଁ ରେ ଏକ ମାମଲା ରୁଜୁ ହୋଇଛି। ବିଏଲ୍‌ସି ରୋହିଣୀ ବରିହାଙ୍କୁ ପାଇକମାଳ ବ୍ଲକ୍‌ କାର୍ଯ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗରେ ମାମଲା ରୁଜୁ କରିଛି ପାଇକମାଳ ଥାନା ପୋଲିସ୍ ।

ତେବେ ସୂଚନା ଅନୁସାରେ, ଗତ ୨୧ ତାରିଖ ଦିନ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି ଭବନରେ ଏକ ତାଲିମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏସ୍ଏ‌ଚ୍‌ଜି ସଦସ୍ୟାଙ୍କୁ ତାଲିମ୍ ଦେଉଥିଲେ ବିଏଲ୍‌ସି ରୋହିଣୀ ବରିହା। ଏହି ସମୟରେ ବିଡିଓ, ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ଓ ବିଧାୟିକାଙ୍କ ପିଏସ୍‌ଓ ଦୁଇଥର ତାଙ୍କୁ ଫୋନ୍‌ କରି କହିଥିଲେ ଯେ ବିଧାୟିକା ତାଙ୍କୁ ଡାକୁଛନ୍ତି ବୋଲି। ତେବେ ବିଏଲ୍‌ସି ଶିବିର ଛାଡ଼ି ବର୍ତ୍ତମାନ ଯିବା ଅସମ୍ଭବ ବୋଲି କହିଥିଲେ।

ବିଏଲସିଙ୍କର ଏତିକି କଥା ଶୁଣି କ୍ଷୁବ୍ଧ ହୋଇଯାଇଥିଲେ ବିଧାୟିକା ବର୍ଷା ସିଂ ବରିହା । କିଛି ସମୟ ପରେ ବିଧାୟିକାଙ୍କ ପିଏସ୍ଓ‌ ତାଲିମ କେନ୍ଦ୍ରକୁ ଆସି ରୋହିଣୀଙ୍କୁ ବ୍ଲକ୍ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟକୁ ଡାକି ନେଇଥିଲେ। ସେଠାରେ ବିଧାୟିକାଙ୍କ ସହ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ଅଧିକାରୀ ଉପସ୍ଥିତ ଥିଲେ। ତାଙ୍କ ଆସିବାରେ ବିଳମ୍ବ ଏବଂ ଶିବିର ଚାଲୁଥିବାରୁ ସେ ଆସିବାକୁ ଅରାଜି ହେବା ଘଟଣାକୁ ନେଇ ତାଙ୍କୁ ମାରପିଟ୍‌ ଓ ଗାଳିଗୁଲଜ କରିବା ଆରମ୍ଭ କରିଦେଇଥିଲେ। ଏଭଳି କିଛି ଅଭିଯୋଗ ନେଇ ପାଇକମାଳ ଥାନାରେ ଏତଲା ଦେଇଛନ୍ତି ବିଏଲସି ରୋହିଣୀ ବରିହା।

ତେବେ ପଦମପୁରର ପୂର୍ବତନ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମୃତ୍ୟୁ ପରେ ତାଙ୍କ ପଦ ପାଇଁ ଉପନିର୍ବାନ ଲଢ଼ିଥିଲେ ତାଙ୍କ ଝିଅ ବର୍ଷା ସିଂ ବରିହା । ଚଳିତ ନିର୍ବାଚନରେ ବର୍ଷାଙ୍କୁ ୧ଲକ୍ଷ ୨୦ହଜାର ୮୦୭ ଭୋଟ୍ ପାଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ସେ ୪୨ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଥିଲେ । 

Also Read: Weather Update: ଆଜି ପ୍ରବଳ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ୩୧ରୁ ପୁଣି ବଢିବ ବର୍ଷା!

Gajapati News: ସଫ୍ଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୀନ ଯିବେ ଗଜପତିର ଶ୍ୱେତାସ୍ୱିନୀ