ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2151861

ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଯୋଡାବାସିନ୍ଦାଙ୍କ ଦୀର୍ଘ ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ପଡିବା ସହ ଉଦଘାଟିତ ହୋଇଛି ରାଜ୍ୟର ସବୁଠୁ ଦୀର୍ଘତମ ଫ୍ଲାଏଓଭର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଫ୍ଲାଏ ଓଭରର ଉଦଘାଟନ କରିଛନ୍ତି ।

ରାଜ୍ୟର ଦୀର୍ଘତମ ଫ୍ଲାଏଓଭର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଯୋଡାବାସିନ୍ଦାଙ୍କ ଦୀର୍ଘ ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ପଡିବା ସହ ଉଦଘାଟିତ ହୋଇଛି ରାଜ୍ୟର ସବୁଠୁ ଦୀର୍ଘତମ ଫ୍ଲାଏଓଭର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ଫ୍ଲାଏ ଓଭରର ଉଦଘାଟନ କରିଛନ୍ତି ।

ଏହି ଫ୍ଲାଏଓଭରରେ ମୋଟ ୨୫୦ କୋଟି ଟଙ୍କା ଡିଏମଏଫ ପାଣ୍ଠିରୁ ଖର୍ଚ୍ଚ କରାଯାଇଛି । ଫ୍ଲାଏଓଭରର ନିର୍ମାଣକାର୍ଯ୍ୟ ୨୦୨୦ ମସିହାରେ ଆରମ୍ଭ ହୋଇଥିବା ବେଳେ ମାତ୍ର ୪ ବର୍ଷ ମଧ୍ୟରେ ଶେଷ ହେବାରେ ସକ୍ଷମ ହୋଇଛି । ଫ୍ଲାଏଓଭରର ଲମ୍ୱ ୨.୯୮କିମି ଏବଂ ଓସାର ୫.୫ ମିଟର ରହିଛି । ଆପ୍ରୋଚ ରାସ୍ତାକୁ ମିଶାଇ ଏହାର ଲମ୍ୱ ୪.୪୮୭କିମି ରହିଛି ।

ତେବେ ଏହି ଫ୍ଲାଏଓଭର ଉଦଘାଟନ ପରେ ବର୍ତ୍ତମାନ ଯୋଡା ସମେତ ଅନେକ ଅଞ୍ଚଳର ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବ । ଫ୍ଲାଏଓଭର ରାସ୍ତାରେ ବଡ଼ ବଡ଼ ଗାଡି ଗୁଡିକ ଯିବା ଆସିବା କରିବା ଦ୍ୱାରା ସହରର ଛୋଟ ରାସ୍ତାରେ ଗହଳୀ କମିବ । ଆଜି ଫ୍ଲାଏଓଭର ଲୋକାର୍ପଣ କାର୍ଯ୍ୟକ୍ରମରେ ଚମ୍ପୁଆ ବିଦାୟିକା ମିନାକ୍ଷୀ ମହାନ୍ତଙ୍କ ସମେତ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂହ ଏବଂ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Also Read- ଅଯୋଧ୍ୟା ହୋଇପାରେ ୟୁପିର ରାଜଧାନୀ- ଗୋବିନ୍ଦ ଦେବ ଗିରି

Also Read- ବିଜେଡ଼ି-ବିଜେପି ଛୁଆଙ୍କ ନାମକରଣ କଲା କଂଗ୍ରେସ, ଜାଣନ୍ତୁ କଣ ଦେଇଛି ନାଁ