ସଜେଇ ହେଉଛି ଜନ୍ମମାଟି, ଗାଁକୁ ଯିବେ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2303850

ସଜେଇ ହେଉଛି ଜନ୍ମମାଟି, ଗାଁକୁ ଯିବେ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ

ଗାଁର ପୁଅ ଯେ ଦିନେ ମୁଖ୍ୟମନ୍ତ୍ରୀ ହେବ ଏହା ସଭିଙ୍କ କଳ୍ପନା ବାହାରେ ଥିବା ସମୟରେ ବର୍ତ୍ତମାନ ମୋହନ ମାଝୀଙ୍କ ପ୍ରିୟଜନ ଏବଂ ଗ୍ରାମବାସୀ ଅନେକ ଉତ୍ସାହିତ ଥିବା ଜଣାପଡିଛି । 

ସଜେଇ ହେଉଛି ଜନ୍ମମାଟି, ଗାଁକୁ ଯିବେ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ନିଜ ଗାଁକୁ ଫେରୁଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଗ୍ରାମବାସୀ ଏବେ ଗାଁକୁ ସଜେଇବାରେ ଲାଗିପଡିଛନ୍ତି । ଗାଁର ପୁଅ ଯେ ଦିନେ ମୁଖ୍ୟମନ୍ତ୍ରୀ ହେବ ଏହା ସଭିଙ୍କ କଳ୍ପନା ବାହାରେ ଥିବା ସମୟରେ ବର୍ତ୍ତମାନ ମୋହନ ମାଝୀଙ୍କ ପ୍ରିୟଜନ ଏବଂ ଗ୍ରାମବାସୀ ଅନେକ ଉତ୍ସାହିତ ଥିବା ଜଣାପଡିଛି । 

ସୂଚନା ମୁତାବକ, ଜୁନ ୨୩ ତାରିଖ ଦିନ କେନ୍ଦୁଝର ସଦର ବ୍ଲକ ରାଇକଳା ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ । ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପରେ ପରିବାର ସଦସ୍ୟଙ୍କୁ ଭେଟିବା ସହ ଭୋଜନ କରିବେ । ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ନେଇ କେନ୍ଦୁଝରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ହେଲିକପ୍ଟର ଯୋଗେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନରେ ଘଟଗାଁ ହାଇସ୍କୁଲ ଖେଳ ପଡ଼ିଆରେ ଅବତରଣ କରିବେ ମୁଖ୍ୟମନ୍ତ୍ରୀ । ଘଟଗାଁରେ ମାଆ ତାରିଣୀଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ କେନ୍ଦୁଝର ରିଜର୍ଭ ପୁଲିସ୍‌ ପଡ଼ିଆ ଅଭିମୁଖେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ଭରିବ । ସର୍କିଟ୍‌ ହାଉସ୍‌ରେ ବିଶ୍ରାମ ପରେ ବିଶାଳ ରୋଡ୍‌ ଶୋ’ରେ ଯାଇ କେନ୍ଦୁଝର ଷ୍ଟାଡିୟମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

Also Read- ସରକାର ବଦଳିଲା ପରେ ଅଧିକାରୀ ଛାନିଆ: ଜଣେ ପରେ ଜଣେ ଆଇଏଏସ୍‍ ଯାଉଛନ୍ତି ଛୁଟିରେ

Also Read- ସମ୍ବଲପୁରରେ ଦ୍ୱିତୀୟ ଏମ୍ସ ଏବଂ ସୁଭଦ୍ରା ଯୋଜନା ପାଇଁ କେନ୍ଦ୍ରୀୟ ସହାୟତା ଦାବି କଲା ଓଡ଼ିଶା