Hemant Soren: ଇଡିକୁ ଡାକିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ: ବୟାନ ନେବାର ଅଛି ତ ଘରକୁ ଆସ
Advertisement
Article Detail0/zeeodisha/odisha2062090

Hemant Soren: ଇଡିକୁ ଡାକିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ: ବୟାନ ନେବାର ଅଛି ତ ଘରକୁ ଆସ

Hemant Soren: ଜମିଜମା ଦୁର୍ନୀତିରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି)କୁ ନିମନ୍ତ୍ରଣ ଦେଇଛନ୍ତି। ବହୁଦିନ ହେଲା ତାଙ୍କର ବୟାନ ରେକର୍ଡ କରିବାକୁ ତାରିଖ ଦେଉଥିବା ଇଡିକୁ ଶ୍ରୀ ସୋରେନ୍‍ ୨୦ ତାରିଖ ଦିନ ନିଜ ସରକାରୀ ବାସଭବନକୁ ଡାକିଛନ୍ତି। ଇଡି ପକ୍ଷରୁ ଜାରି ହୋଇଥିବା ଚିଠିର ଉତ୍ତରରେ ଶ୍ରୀ ସୋରେନ୍‍ ଏହା ଲିଖିତ ଆକାରରେ ଜଣାଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍‍ଆଇ କହିଛି। 
ଶନିବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରୀ ସୋରେନ୍‍ଙ୍କୁ ଜମି ଦୁର୍ନୀତି ମାମଲାରେ ପକ୍ଷ ରଖିବାକୁ ଚିଠି ଲେଖାଯାଇଥିଲା। 

Hemant Soren: ଇଡିକୁ ଡାକିଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ: ବୟାନ ନେବାର ଅଛି ତ ଘରକୁ ଆସ

Hemant Soren: ଜମିଜମା ଦୁର୍ନୀତିରେ ଛନ୍ଦି ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି)କୁ ନିମନ୍ତ୍ରଣ ଦେଇଛନ୍ତି। ବହୁଦିନ ହେଲା ତାଙ୍କର ବୟାନ ରେକର୍ଡ କରିବାକୁ ତାରିଖ ଦେଉଥିବା ଇଡିକୁ ଶ୍ରୀ ସୋରେନ୍‍ ୨୦ ତାରିଖ ଦିନ ନିଜ ସରକାରୀ ବାସଭବନକୁ ଡାକିଛନ୍ତି। ଇଡି ପକ୍ଷରୁ ଜାରି ହୋଇଥିବା ଚିଠିର ଉତ୍ତରରେ ଶ୍ରୀ ସୋରେନ୍‍ ଏହା ଲିଖିତ ଆକାରରେ ଜଣାଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍‍ଆଇ କହିଛି। 
ଶନିବାରଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରୀ ସୋରେନ୍‍ଙ୍କୁ ଜମି ଦୁର୍ନୀତି ମାମଲାରେ ପକ୍ଷ ରଖିବାକୁ ଚିଠି ଲେଖାଯାଇଥିଲା। ଏହା ଇଡିର ଅଷ୍ଟମ ଚିଠି ଥିଲା। ଏଥିଲାଗି ୧୬ରୁ ୨୦ ତାରିଖକୁ ସ୍ଥିର କରାଯାଇଥିଲା। ଏହି ଚିଠିର ଉତ୍ତର ଦେବାକୁ ଯାଇ ଶ୍ରୀ ସୋରେନ୍‍ ୨୦ ତାରିଖକୁ ସ୍ଥିର କରିଛନ୍ତି। ଶ୍ରୀ ସୋରେନ୍‍ ଚିଡିରେ ଲେଖିଛନ୍ତି, ଯେ ଇଡି ଆବଶ୍ୟକତା ଅନୁସାରେ ସମସ୍ତ ନଥିପତ୍ର କାର୍ଯ୍ୟାଳୟକୁ ପ୍ରଦାନ କରାଯାଇଛି। ଏହାକୁ ଉଲ୍ଲେଖ କରି ସବୁ ପ୍ରଶ୍ନର ଉତ୍ତର ମିଳିପାରିବ।  
ପ୍ରଥମଥର ପାଇଁ ଅଗଷ୍ଟ ୨୦୨୩ରେ ଶ୍ରୀ ସୋରେନ୍‍ଙ୍କୁ ଇଡି ସମନ କରିଥିଲା। ଏହାକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ଇଡି ଅଗେ୍ଟ ୨୪, ସେପ୍ଟମ୍ବର ୯ ତାରିଖରେ ସମଲ କରିଥିଲା। କିନ୍ତୁ ଏହି ତାରିଖରେ ସେ ବ୍ୟସ୍ତ ଥିବା ଦର୍ଶାଇ ଜେରା ପାଇଁ ହାଜର ହୋଇ ନଥିଲେ। ଏହାପରେ ପୁଣିଥରେ ସେମ୍ପଟର ୨୩ ତାରିଖରେ ଚତୁର୍ଥ ଥର ପାଇଁ ସମନ ଜାରି ହୋଇଥିଲା।ତା ପରଠୁ ଏହି ସମନ୍‍କ ବେଆଇନ ବୋଲି ଶ୍ରୀ ସୋରେନ୍‍ ଅଭିହିତ କରିଥିଲେ। 
ବେଆଇନ ଖଣି ମାମଲାରେ ଇଡି ଶ୍ରୀ ସୋରେନ୍‍ଙ୍କ ପ୍ରେସ୍‍ ପରାମର୍ଶଦାତା ଅଭିଶେକ ପ୍ରସାଦଙ୍କୁ ତଦନ୍ତରେ ଯୋଗ ଦେବା ଲାଗି ୧୬ ତାରିଖ ଦିନ ଡକାଇଥିଲେ। ଏହା ପୂର୍ବରୁ ଶ୍ରୀ ପ୍ରସାଦଙ୍କ ଘରେ ମଧ୍ୟ ଇଡି ଚଢ଼ଉ କରିଥିଲେ। ଜାନୁୟାରୀ ୩ ତାରିଖ ଦିନ ରାଞ୍ଚି ବାସଭବନରେ ଏହି ଚଢ଼ଉ କରାଯାଇଥିଲା। 
ଏହାପରେ ଶ୍ରୀ ସୋରେନ଼ଙ୍କୁ ଇଡି ଶେଷଥର ପାଇଁ ସମନ୍‍ ଜାରି କରି ନିଜ ବୟାନ ରେକର୍ଡ କରିବାକୁ କହିଥିଲେ। ଏହି ଚିଡିରେ କୁହାଯାଇଥିଲା ଯେ, ଯେହେତୁ ଶ୍ରୀ ସୋରେନ୍‍ ବାରମ୍ବାର ସମନ୍‍ ସତ୍ତ୍ୱେ ନିଜର ବୟାନ ରେକର୍ଡ କରିବାକୁ ଇଡି କାର୍ଯ୍ୟାଳୟ ଆସୁ ନାହାନ୍ତି ଏଣୁ ଦୁଇ ପକ୍ଷର ସହମତିରେ ଯେଉଁ ସ୍ଥାନ, ସମୟ ଏବଂ ତାରିଖକୁ ସ୍ଥିର କରାଯାଏ ତାହାକୁ ପାଳନ କରିବା ଲାଗି ଇଡି ଚିଠିରେ ଉଲ୍ଲଖ କରିଥିଲେ।   ଏହାର ଉତ୍ତରରେ ନିଜର ସରକାରୀ ବାସଭବନକୁ ସ୍ଥିର କରିଛନ୍ତି ଶ୍ରୀ ସୋରେନ୍‍।
Also Read: Petrol Diesel Price: ବଢ଼ିଲା ପେଟ୍ରୋଲ,ଡିଜେଲ ଦର ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଲିଟର ପିଛା ଦର