Mohan Charan Majhi: ଜବାବ ଦେଲେ ମୁଖ୍ୟମନ୍ତ୍ରୀ: ନବୀନଙ୍କୁ କହିଲେ ଆସନ୍ତୁ ମିଳିମିଶି ଜଗନ୍ନାଥଙ୍କ ସେବା କରିବା
Advertisement
Article Detail0/zeeodisha/odisha2331926

Mohan Charan Majhi: ଜବାବ ଦେଲେ ମୁଖ୍ୟମନ୍ତ୍ରୀ: ନବୀନଙ୍କୁ କହିଲେ ଆସନ୍ତୁ ମିଳିମିଶି ଜଗନ୍ନାଥଙ୍କ ସେବା କରିବା

ଭୁବନେଶ୍ୱର: ଆଡ଼ପ ମଣ୍ଡପ ପହଣ୍ଡି ସମୟରେ ଶ୍ରୀ ବଳଭଦ୍ର ଖସି ପଡ଼ି଼ବା ପ୍ରସଙ୍ଗକୁ ନେଇ ବିରୋଧି ଦଳ ନେତାଙ୍କ ଉଦବେଗକୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।   ଏକ ଚିଠି ନେଇ  ତାଙ୍କ ଉଦବେଗକୁ ସମର୍ଥନ କରିଛନ୍ତି। ଏପରିକି ଶ୍ରୀ ଜଗନ୍ନାଥଙ୍କ ନୀତି ଓ ରଥଯାତ୍ରା ପରିଚାଳନାରେ ତାଙ୍କ ସହଯୋଗ କାମନା କରିଛନ୍ତି। ସେ

Mohan Charan Majhi: ଜବାବ ଦେଲେ ମୁଖ୍ୟମନ୍ତ୍ରୀ: ନବୀନଙ୍କୁ କହିଲେ ଆସନ୍ତୁ ମିଳିମିଶି ଜଗନ୍ନାଥଙ୍କ ସେବା କରିବା

Mohan Charan Majhi: ଭୁବନେଶ୍ୱର: ଆଡ଼ପ ମଣ୍ଡପ ପହଣ୍ଡି ସମୟରେ ଶ୍ରୀ ବଳଭଦ୍ର ଖସି ପଡ଼ି଼ବା ପ୍ରସଙ୍ଗକୁ ନେଇ ବିରୋଧି ଦଳ ନେତାଙ୍କ ଉଦବେଗକୁ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।   ଏକ ଚିଠି ନେଇ  ତାଙ୍କ ଉଦବେଗକୁ ସମର୍ଥନ କରିଛନ୍ତି। ଏପରିକି ଶ୍ରୀ ଜଗନ୍ନାଥଙ୍କ ନୀତି ଓ ରଥଯାତ୍ରା ପରିଚାଳନାରେ ତାଙ୍କ ସହଯୋଗ କାମନା କରିଛନ୍ତି। ସେ କହିଛନ୍ତି ‘ଆପଣଙ୍କ ପରାମର୍ଶ ମୋ ପାଇଁ ସବୁବେୂଳେ ସମ୍ମାନର ସହିତ ଗ୍ରହଣୀୟ ହେବ।

ଶାସନ କ୍ଷମତାକୁ ହାତକୁ ନେବା ପରେ ପ୍ରଥମ ରଥଯାତ୍ରାରେ ଯେଉଁ ଅବ୍ୟବସ୍ଥା ଦେଖାଦେଇଛି ତାହାକୁ ନେଇ ସାରା ହିନ୍ଦୁ ସମାଜ ଆଘାତ ପାଇଛି। ପୁଣି ଏ ଘଟଣାକୁ ମନ୍ତ୍ରିମଣ୍ଡଳ ହାଲୁକା ଭାବେ ଗ୍ରହଣ କରିବାକୁ ନେଇ ବିରୋଧି ଦଳ ନେତା ସମାଲୋଚନା କରିଛନ୍ତି। ଏନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କହିବା ପରେ ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖିଛନ୍ତି। ଜବାବ ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଗତର ନାଥ ଜଗନ୍ନାଥ କେବଳ ଓଡ଼ିଆ ଜାତିର ନୁହେଁ ସାରା ଜଗତ ଅର୍ଥାତ୍‍ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳର ନାଥ।  ତ୍ରିମୂର୍ତ୍ତିଙ୍କ ସମାହାର ଏବଂ ସେମାନଙ୍କ ପୂଜା ବିଧି ସାରା ଜଗତରେ ବିରଳ’।

ଚଳିତ ବର୍ଷ ପହଣ୍ଡି ବେଳେ ଯେଉଁ ଅଘଟଣ ଘଟିଛି ସେଥିରେ ମୁଖ୍ୟମନ୍ତ୍ରୀ ମର୍ମାହତ ବୋଲି କହିଛନ୍ତି। କିନ୍ତୁ ଘଟଣା ଘଟିବା ଖବର ମିଳିବା ପରେ ସଙ୍ଗେ ସଙ୍ଗେ ପରିସ୍ଥିତିକୁ ଅନୁଧ୍ୟାନ ତଥା ନିୟନ୍ତ୍ରଣ ଲାଗି ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ  ସେ ପୁରୀ ଗସ୍ତରେ ଯିବାକୁ ଆଦେଶ ଦେଇଥିଲେ ବୋଲି କହିଛନ୍ତି। 
ଜୁନ୍‍ ୯ ତାରିଖ ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ବେଳେ ବଡ଼ ଠାକୁର ମୁହଁ ମାଡ଼ି ପଡ଼ିଯାଇଥିବା ଟିଭି ପର୍ଦ୍ଦାରେ ପ୍ରସାରଣ ହୋଇଥିଲା। ଏହି ଘଟଣାକୁ ନେଇ ପରିଚାଳନା କମିଟି ବୈଠକରେ ସେବାୟତଙ୍କୁ ଦାୟୀ କରିଥିଲେ ଗଜପତି ମହାରାଜା। ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ସଂଖ୍ୟାରେ ସେବାୟତ ରଥ ଉପରେ ଉପସ୍ଥିତ ରହି ନିଜ କାର୍ଯ୍ୟକୁ ନିଷ୍ପାଦନ ନକରିବାରୁ ଏପରି ହୋଇଥିବା ଆଶଙ୍କା ଜନ୍ମିଥିଲା। 

ଏହାପରେ ବରିଷ୍ଠ ସେବାୟତମାନେ ଯୁବ ସେବାୟତଙ୍କ କାର୍ଯ୍ୟ ଶୈଳୀକୁ ନିନ୍ଦା କରିଥିଲେ। ମୋବାଇଲରେ ସେଲ୍ତଫି ନେବା ଏହି ନିନ୍ଦାଜନକ ପରିସ୍ଥିତି ସୃଷ୍ଟି କରିଥିବା କହିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଯାତ୍ରା ଶେଷ ହେବା ପରେ ଏହି କମିଟି ରିପୋର୍ଟ ଦେବେ।