ଶ୍ରୀ ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥା ପାଇଁ ଛତିଶଗଡ଼ ରାଜ୍ୟପାଳଙ୍କ କ୍ଷୋଭ
Advertisement
Article Detail0/zeeodisha/odisha1970307

ଶ୍ରୀ ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥା ପାଇଁ ଛତିଶଗଡ଼ ରାଜ୍ୟପାଳଙ୍କ କ୍ଷୋଭ

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଭକ୍ତ । ଲମ୍ୱା ଧାଡିରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିବା ସହ ଅନ୍ୟ ଅବ୍ୟବସ୍ଥା ଉପରେ ମୁହଁ ଖୋଲିଛନ୍ତି ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ଶ୍ରୀ ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥା ପାଇଁ ଛତିଶଗଡ଼ ରାଜ୍ୟପାଳଙ୍କ କ୍ଷୋଭ

ପୁରୀ: ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ପହଞ୍ଚୁଛନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ । ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମନ୍ଦିର ନିକଟରେ ହୋଇଥିବା ବ୍ୟାରିକେଟରେ ହଜାର ହଜାର ଶ୍ରଦ୍ଧାଳୁ ଲମ୍ୱା ଲାଇନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି । ଛୋଟ ଛୁଆ, ମହିଳା ଓ ବୟସ୍କ ବ୍ୟକ୍ତିମାନେ ମଧ୍ୟ ଭିଡରେ ପ୍ରଭାବିତ ହେଉଛନ୍ତି । ଗରମ, ବର୍ଷା, ଶୀତ, ସବୁଥିରେ ଭକ୍ତମାନେ ପ୍ରଭାବିତ ହେଉଛନ୍ତି । ଭକ୍ତମାନେ ସମ୍ମୁଖିନ ହେଉଥିବା ଅବ୍ୟବସ୍ଥାକୁ ନେଇ ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଚିନ୍ତା ପ୍ରକଟ କରିଛନ୍ତି । 

ଶ୍ରୀମନ୍ଦିର ଅବ୍ୟବସ୍ଥାକୁ ନେଇ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ଭକ୍ତମାନଙ୍କ ଦର୍ଶନ ପାଇଁ ଅତି ସମ୍ବେଦନଶୀଳ ହୋଇଛନ୍ତି ବିଶ୍ୱଭୂଷଣ । ସେ ପ୍ରତିକ୍ରିୟାରେ କହିଛନ୍ତି ଯେ, ମହାପ୍ରଭୁ ଓ ଭକ୍ତଙ୍କ ମଧ୍ୟରେ ଏଭଳି ପ୍ରତିବନ୍ଧକ ସୃଷ୍ଟି କରିବା ଅତ୍ୟନ୍ତ ଅନ୍ୟାୟର ପ୍ରସଂଙ୍ଗ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ସମ୍ପର୍କରେ ସେ କହିଛନ୍ତି ଯେ, ଭକ୍ତଙ୍କ ଦର୍ଶନ ପାଇଁ ତିନି ଦ୍ୱାରରେ ବ୍ୟବସ୍ଥା କରିରେ ଭକ୍ତମାନେ ସୁରୁଖୁରୁରେ ଦର୍ଶନ କରିପାରନ୍ତେ । ଏଥିସହ ସେବାୟତଙ୍କ ନୀତି ବିଳମ୍ବ କାରଣରୁ ଭକ୍ତମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବିଶ୍ୱଭୂଷଣ କହିଛନ୍ତି । ପ୍ରଶାସନ ଚାହିଁଲେ ସମସ୍ତ ସମସ୍ୟାର ସମାଧାନ ସହଜରେ ହୋଇପାରିବ ବୋଲି ଏକ ଦୈନିକ ସମ୍ୱାଦପତ୍ରରେ ନିଜ ଲେଖା ପ୍ରକାଶ କରିଛନ୍ତି ଛତିଶଗଡ଼ ରାଜ୍ୟପାଳ । 

Also Read- Lucknow Fire: ଲକ୍ଷ୍ନୌର କାନାରା ବ୍ୟାଙ୍କରେ ବଡ଼ ଧରଣର ଅଗ୍ନିକାଣ୍ଡ, ଛାତରୁ ଡେଇଁ ଜୀବନ ରକ୍ଷା କଲେ କର୍ମଚାରୀ

Also Read- ବସ୍ତି ବାସିନ୍ଦାଙ୍କ ପାଇଁ ତିନୋଟି ଆବାସ ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ