Chandrayaan-3 Update: ଚନ୍ଦ୍ର ପୃଷ୍ଠରେ ହେଲା ସୂର୍ଯ୍ୟୋଦୟ; ହେଲେ କେବେ ଭାଙ୍ଗିବ ବିକ୍ରମ-ପ୍ରଜ୍ଞାନ ନିଦ?
Advertisement
Article Detail0/zeeodisha/odisha1890396

Chandrayaan-3 Update: ଚନ୍ଦ୍ର ପୃଷ୍ଠରେ ହେଲା ସୂର୍ଯ୍ୟୋଦୟ; ହେଲେ କେବେ ଭାଙ୍ଗିବ ବିକ୍ରମ-ପ୍ରଜ୍ଞାନ ନିଦ?

Chandrayaan-3 Mission: ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟୋଦୟ ହେବା ପରେ ମଧ୍ୟ ଚନ୍ଦ୍ରାୟନ-୩ ଅଭିଯାନରେ ବ୍ୟବହୃତ ହୋଇଥିବା ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଏ ପର୍ଯ୍ୟନ୍ତ ଜାଗ୍ରତ ହୋଇନାହାଁନ୍ତି।

 

Chandrayaan-3 Update: ଚନ୍ଦ୍ର ପୃଷ୍ଠରେ ହେଲା ସୂର୍ଯ୍ୟୋଦୟ; ହେଲେ କେବେ ଭାଙ୍ଗିବ ବିକ୍ରମ-ପ୍ରଜ୍ଞାନ ନିଦ?

Vikram Lander Pragyan Rover: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ରାୟନ-୩ ଅଭିଯାନର ଅପାର ସଫଳତା ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଚନ୍ଦ୍ରାୟନ-୩ ଅଭିଯାନରେ ବ୍ୟବହୃତ ଲ୍ୟାଣ୍ଡର ବିକ୍ରମ ଅଗଷ୍ଟ ୨୩ ତାରିଖରେ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ର ପୃଷ୍ଠରେ ସ୍ୱାଭାବିକ ଅବତରଣ କରିଥିଲା। ଯେତେବେଳେ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା ସେତେବେଳେ ସେଠାରେ ସୂର୍ଯ୍ୟୋଦୟ ହୋଇଥିଲେ। ଅବତରଣ କରିବାର ପ୍ରାୟ ୧୪ ଦିନ ପରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସେମାନଙ୍କର କାର୍ଯ୍ୟ ଶେଷ କରିଥିଲେ। 

ହେଲେ ଉଭୟ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସେମାନଙ୍କ କାମ ସାରିବା ପରେ ସେମାନଙ୍କୁ ଶୟନ ଅବସ୍ଥାକୁ ପଠାଇ ଦିଆଗଲା। କାରଣ ସେତେବେଳେ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟୋଦୟ ଶେଷ ହେବା ସହ ସୂର୍ଯ୍ୟୋସ୍ତ ଆରମ୍ଭ ହୋଇଥିଲା। ହେଲେ ଯେତେବେଳେ ଗତ ୨୧ ତାରିଖରୁ ଚନ୍ଦ୍ରରେ ସକାଳ ହେଲା ସେତେବେଳେ ଇସ୍ରୋ ମଧ୍ୟ ବିକ୍ରମ ଏବଂ ପ୍ରଜ୍ଞାନ କୁ ନିଦରୁ ଉଠାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ଏ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ସଫଳତା ହାସଲ କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ନିଦରୁ ଉଠିବେ ନା ନାହିଁ ସେ ନେଇ ପ୍ରଶ୍ନ ଉଠିଛି। କ'ଣ ଚନ୍ଦ୍ରାୟନ-୩ ଅଭିଯାନ ସମାପ୍ତ ହୋଇଯାଇଛି? 

ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀର ୧୪ ଦିନ ସହିତ ସମାନ। ସେହିପରି ଚନ୍ଦ୍ରରେ ଗୋଟିଏ ରାତି ପୃଥିବୀର ୧୪ ରାତି ସହିତ ସମାନ। ଚନ୍ଦ୍ରୟାନ-୩ ଅଭିଯାନର ଲକ୍ଷ୍ୟ କେବଳ ୧୪ ଦିନ ପାଇଁ ରଖାଯାଇଥିଲା। ଏହା ନିଶ୍ଚିତ ଥିଲା ଯେ ପରବର୍ତ୍ତୀ ସମୟରେ ଚନ୍ଦ୍ରରେ ଦିନ ଆସିବ ଏବଂ ଉଭୟ ବିକ୍ରମ-ପ୍ରଜ୍ଞାନ କଠିନ ପରିଶ୍ରମ କରିପାରିବେ। ଏବେ ସମାନ ଘଟଣା ଘଟୁଥିବା ପରି ମନେହୁଏ। ଅନ୍ୟପକ୍ଷରେ ଇସ୍ରୋ ବୈଜ୍ଞାନିକ ମଧ୍ୟ ନିରନ୍ତର ଚେଷ୍ଟା କରୁଛନ୍ତି। ଏପରି ପରିସ୍ଥିତିରେ ଯଦି ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସକ୍ରିୟ ହୁଅନ୍ତି, ତାହେଲେ ଏହା ଏକ ଅପ୍ରତ୍ୟାଶିତ ସଫଳତା ହେବ। ହେଲେ ଏହାର ସମ୍ଭାବନା ନାଁ ସହିତ ସମାନ। କାରଣ ଚନ୍ଦ୍ରାୟନ-୩ ଅଭିଯାନ କାର୍ଯ୍ୟକାରୀ ହେବା  ସମୟରେ ବୈଜ୍ଞାନିକ କହିଥିଲେ ଯେ ବିକ୍ରମ- ପ୍ରଜ୍ଞାନ ପୁନର୍ବାର ଜାଗ୍ରତ ହେବାର ସମ୍ଭାବନା ନାହିଁ।

ଖବର ଅନୁଯାୟୀ ସେପ୍ଟେମ୍ବର ୨୨ ତାରିଖରୁ ଇସ୍ରୋ ପକ୍ଷରୁ କ୍ରମାଗତ ଭାବରେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଉଛି। ଆଗାମୀ କିଛି ଦିନ ପାଇଁ ଅଧିକ ବାର୍ତ୍ତା ପଠାଯିବ। ଯେପର୍ଯ୍ୟନ୍ତ ସେଠାରେ ସୂର୍ଯ୍ୟାସ୍ତ ହୋଇନାହିଁ ସେ ପର୍ଯ୍ୟନ୍ତ ଯୋଗାଯୋଗ କରିବାକୁ ପ୍ରୟାସ ଜାରି ରହିବ। ବର୍ତ୍ତମାନ ଲାଗୁଛି ଯେ ବିକ୍ରମ-ପ୍ରଜ୍ଞାନ ସକ୍ରିୟ ହୋଇପାରିବେ ନାହିଁ। ଯଦି ଏପରି ହୁଏ ତାହେଲେ ଚନ୍ଦ୍ରାୟନ-୩ ଅଭିଯାନ ସମାପ୍ତ ହେବ ବୋଲି ବିବେଚନା କରାଯିବ। ବିଶେଷଜ୍ଞ କହିଛନ୍ତି ଯେ ବିଯୁକ୍ତ ୨୦୦ କିମ୍ବା ବିଯୁକ୍ତ ୨୫୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ବଞ୍ଚିବା ପାଇଁ ଚନ୍ଦ୍ରୟାନ-୩ ଅଭିଯାନରେ ବ୍ୟବହୃତ ଲ୍ୟାଣ୍ଡର-ରୋଭର ଲାଗି ବ୍ୟାଟେରୀ ତିଆରି କରାଯାଇ ନାହିଁ। ଏଭଳି ପରିସ୍ଥିତିରେ ସୂର୍ଯ୍ୟୋଦୟ ହେବା ପରେ ସେମାନଙ୍କ ପାଇଁ ପୁନର୍ବାର କାମ କରିବା କଷ୍ଟକର ହୋଇଯିବ।

ବର୍ତ୍ତମାନ ଚନ୍ଦ୍ରାୟନ-୩ ଅଭିଯାନ ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହି ଅଭିଯାନ ମାଧ୍ୟମରେ ଏହା ଜଣାପଡ଼ିଛି ଯେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର, ଆଲୁମିନିୟମ, କ୍ୟାଲସିୟମ, ଆଇରନ୍, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ୍ ଏବଂ ଅମ୍ଳଜାନ ମହଜୁଦ ରହିଛି। ଚନ୍ଦ୍ର ପୃଷ୍ଠର କୌଣସି ସ୍ଥାନରେ ସମତଳ ରହିଥିବା ବେଳେ କୌଣସି ସ୍ଥାନରେ ଏକ ବଡ଼ ଗର୍ତ୍ତ ରହିଛି। ଚନ୍ଦ୍ର ପୃଷ୍ଠରେ କମ୍ପନ ହେଉଥିବାର ରେକର୍ଡ କରାଯାଇଛି। ଚନ୍ଦ୍ରୟାନ-୩ ଅଭିଯାନରେ ବ୍ୟବହୃତ ହୋଇଥିବା ଲ୍ୟାଣ୍ଡର-ରୋଭର ସର୍ବଦା ଚନ୍ଦ୍ର ପୃଷ୍ଠରେ ରହିବ। ହେଲେ ତଥାପି ବିକ୍ରମ-ପ୍ରଜ୍ଞାନ ମୂଲ୍ୟହୀନ ସାମଗ୍ରୀ ଭାବରେ ବିବେଚିତ ହେବ ନାହିଁ।