Metro Project: ପାଣ୍ତିଆନଙ୍କ ସୂଚନା, ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1934925

Metro Project: ପାଣ୍ତିଆନଙ୍କ ସୂଚନା, ନୂଆବର୍ଷରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

Metro Project: ନୂଆବର୍ଷ ପହିଲାରେ ମେଟ୍ରୋ ପ୍ରକଳ୍ପର (Metro Project) ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ୫ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ ଦାୟିତ୍ବ ନେବା ପରେ ରବିବାର ସକାଳୁ ସକାଳୁ ମେଟ୍ରୋ ରେଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭି.କେ ପାଣ୍ତିଆନ୍ (V.K Pandian) ।

 

 

ସୌ(ସୋସିଆଲ ମିଡିଆ)

Metro Project: ନୂଆବର୍ଷ ପହିଲାରେ ମେଟ୍ରୋ ପ୍ରକଳ୍ପର (Metro Project) ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ୫ଟି ଓ ନବୀନ ଓଡ଼ିଶା ଅଧ୍ଯକ୍ଷ ଦାୟିତ୍ବ ନେବା ପରେ ରବିବାର ସକାଳୁ ସକାଳୁ ମେଟ୍ରୋ ରେଳ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଭି.କେ ପାଣ୍ତିଆନ୍ (V.K Pandian) । ମୁଖ୍ୟମନ୍ତ୍ରୀଙ୍କ (CM Naveen Patnaik) ନିର୍ଦ୍ଦେଶକ୍ରମେ  ଭି.କେ ପାଣ୍ଡିଆନ ରବିବାର ଭୋର୍ ସମୟରେ ତ୍ରିଶୂଳିଆରେ ପ୍ରସ୍ତାବିତ ମେଟ୍ରୋ ରେଳ ଷ୍ଟେସନ ଟର୍ମିନାଲ ଓ ଡିପୋ ବୁଲି ଦେଖିବା ସହ ବରିଷ୍ଠ  ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ମେଟ୍ରୋ ପ୍ରକଳ୍ପ ତ୍ରିଶୂଳିଆକୁ ଭାୟା ଚନ୍ଦ୍ରଶେଖରପୁର, ଜୟଦେବ ବିହାର, ବାଣୀ ବିହାର, ମାଷ୍ଟର କ୍ୟାଣ୍ଟିନ ଓ ରାଜମହଲ ଛକ ଦେଇ ଭୁବନେଶ୍ବର  ବିମାନ ବନ୍ଦରକୁ ସଂଯୋଗ  କରିବ । ମେଟ୍ରୋ ପ୍ରକଳ୍ପର ନିର୍ମାଣ କାମ ଯେପରି ଠିକ୍ ସମୟରେ ଆରମ୍ଭ ହେବ ସେନେଇ ପାଣ୍ଡିଆନ୍ ବରିଷ୍ଠ  ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ଉତ୍କଳ ଦିବସ (Utkal Divas) ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ମେଟ୍ରୋ ପ୍ରକଳ୍ପ ନେଇ ଘୋଷଣା କରିଥିଲେ । ଏହାପରେ ସରକାର ଡ଼ିପିଆର୍ ଅନୁମୋଦନ କରିଥିଲେ । ଭୁବନେଶ୍ଵର-ଖୋର୍ଦ୍ଧା- ପୁରୀ ଓ କଟକ  ସହରରେ ମେଟ୍ରୋ ରେଳ ସମ୍ପ୍ରସାରିତ କରିବା ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ଜରିଆରେ ମାଷ୍ଟର ପ୍ଳାନ ପ୍ରସ୍ତୁତ କରାଯାଉଛି । ଭୁବନେଶ୍ଵର-ଖୋର୍ଦ୍ଧା- ପୁରୀ- କଟକକୁ ମେଟ୍ରୋ (Metro) ମାଧ୍ୟମରେ ଯୋଡ଼ିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି ଡ଼ିଏମଆରସି (DMRC)। ମେଟ୍ରୋ ପ୍ରକଳ୍ପରେ ଦ୍ବୈତ ନଗରୀ ଲାଗି ତ୍ରିଶୂଳିଆ ଟ୍ରାଫିକ୍ ହବ ହେବ । ତ୍ରିଶୂଳିଆରେ (Trisulia) ମେଟ୍ରୋର କେନ୍ଦ୍ରୀୟ ଡ଼ିପୋ ହେବା ସହ କମାଣ୍ତ ଓ କଣ୍ଟ୍ରୋଲ ସେଣ୍ଟର କରାଯିବ।ଏଠାରେ ମେଟ୍ରୋ (Metro) ଟ୍ରେନର ମରାମତି ସୁବିଧା ମଧ୍ୟ ରହିବ। ତ୍ରିଶୂଳିଆ ଛକରେ ଏକ ନୂଆ ବସଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଉଛି । ଏହାକୁ ଆହୁରି ସମ୍ପ୍ରସାରିତ କରାଯାଇ ମେଟ୍ରୋ ଷ୍ଟେସନ (Metro station) ସହ ସମନ୍ୱିତ କରାଯାଇ ଏକକ ରହଣୀ ସ୍ଥଳ ଭାବରେ ବିକଶିତ କରାଯିବ। ୨୦୨୪ ଜାନୁୟାରୀ ପହିଲାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ନିର୍ଦ୍ଧାରିତ ୪ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନେଇ 5T ନୀତି ଅନୁସରଣ ସହ ଏହି ପ୍ରକଳ୍ପରେ ଅତ୍ୟାଧୁନିକ ଉପକରଣର ବ୍ୟବହାର ଲାଗି ପଣ୍ଡିଆନ ପରାମର୍ଶ ଦେଇଥିଲେ।

Also Read-Super Cyclone 1999: ମହାବାତ୍ୟାକୁ ପୂରିଛି ୨୪ ବର୍ଷ, ଏବେବି ମନରୁ ଲିଭିନି ଧ୍ୱସ୍ତ ବିଧ୍ୱସ୍ତର କରାଳ ରୂପ

ସେହିପରି ଆଜି କଟକ ନେତାଜୀ ବସ ଟର୍ମିନାଲକୁ (Cuttack Netaji Bus Terminal) ସରପ୍ରାଇଜ ଭିଜିଟ କରିଥିଲେ ପାଣ୍ଡିଆନ । ନେତାଜୀ ବସ ଟର୍ମିନାଲରେ ପରିଷ୍କାର ପରିଚ୍ଛନ୍ନତା ଓ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ । ଯାତ୍ରୀ, ଭେଣ୍ଡର, ବସ ଅପରେଟର ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ତାଳଦାଣ୍ଡ କେନାଲ (Taladanda Canal Cuttack) ମଧ୍ୟ ବୁଲି ଦେଖିଛନ୍ତି ।