ସିସିଟିଭି ସର୍ଭିଲାନ୍ସକୁ ବୃଦ୍ଧି କରିବ କମିଶନରେଟ୍‍ ପୋଲିସ, ନୂଆ ମିଶନର ନାଁ ‘ସହଭାଗୀତା’
Advertisement
Article Detail0/zeeodisha/odisha1848443

ସିସିଟିଭି ସର୍ଭିଲାନ୍ସକୁ ବୃଦ୍ଧି କରିବ କମିଶନରେଟ୍‍ ପୋଲିସ, ନୂଆ ମିଶନର ନାଁ ‘ସହଭାଗୀତା’

Increasing CCTV surveillance: ଘରୋଇ ମଲ ଓ ଦୋକାନ ଗୁଡିକର ସିସିଟିଭି ଫୁଟେଜ୍ ରହିବ ପୋଲିସ ପାଖରେ । ଯାହାଦ୍ୱାରା ଅପରାଧିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯିବାରେ ସହଜ ହେବ ।

ସିସିଟିଭି ସର୍ଭିଲାନ୍ସକୁ ବୃଦ୍ଧି କରିବ କମିଶନରେଟ୍‍ ପୋଲିସ, ନୂଆ ମିଶନର ନାଁ ‘ସହଭାଗୀତା’

Increasing CCTV surveillance: ରାଜଧାନୀ ଭୁବନେଶ୍ୱରରେ ଆହୁରୀ ବ୍ୟାପକ ହେବ ସିକ୍ୟୁରିଟି ବ୍ୟବସ୍ଥା (Security system) । ପୁରା ଭୁବନେଶ୍ୱର ରହିବ ସିସିଟିଭି ସର୍ଭେଲାନ୍ସ ରେ । ଏଥିପାଇଁ କମିଶନରେଟ ପୋଲିସ (commissionerate police) ପକ୍ଷରୁ ଏକ ନୂଆ ମିଶନ ଆରମ୍ଭ ହେବାକୁ ଯାଉଛି । ନୂଆ ମିଶନର ନାଁ ରହିଛି “ସହଭାଗିତା”। ଅପରାଧୀକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ତଥା ରାଜଧାନୀରେ ଚୋରୀ, ଲୁଟ କରୁଥିବା ଅଭିଯୁକ୍ତଙ୍କୁ କାବୁ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏପରି ଏକ ନୂଆ ରଣନୀତି କରାଯାଇଛି । ଭୁବନେଶ୍ୱରରେ ପୋଲିସ ପକ୍ଷରୁ ଆରମ୍ଭ ହେବାକୁ ଥିବା ନୂଆ ମିଶନ “ସହଭାଗିତା” ମାଧ୍ୟମରେ ସହରରେ ରହିଥିବା ବଡ଼ ବଡ଼ ସପିଂ ମଲ, ତଥା ଦୋକାନ ଗୁଡିକ ସିଧାସଳଖ ଭାବରେ ଯୋଡି ହେବେ ।

ମିଳିଥିବା ସୂଚନା ମୁତାବକ, ଏପରି ଏକ ନୂଆ ପ୍ରୟାସ ଦ୍ୱାରା ଭୁବନେଶ୍ୱରେ ରହୁଥିବା ଜନସାଧାରଣ ବେଶ୍ ଉପକୃତ ହେବେ । ସମସ୍ତ ବଡ଼ ବଡ଼ ଦୋକାନ ଓ ମଲ ଗୁଡିକର ସିସିଟିଭି ଫୁଟେଜ୍ ସିଧାସଳଖ ପୋଲିସ କଣ୍ଟ୍ରୋଲ ରୁମ (Police Control Room) ସହିତ ସଂଯୋଗ ରହିବ । ଯାହାଦ୍ୱାରା ଖୁବ ସହଜରେ ଅପରାଧିକ କାର୍ଯ୍ୟକଳାପ ତଥା ଗତୀବିଧିକୁ ପୋଲିସ ଲକ୍ଷ କରିପାରିବ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ମଧ୍ୟ ସହଜରେ ଅଭିଯୁକ୍ତ ପାଖରେ ପହଞ୍ଚି ପାରିବ । ତେବେ ଦୋକାନ ଓ ମଲ ଗୁଡିକରେ ଲାଗିଥିବା ସିସିଟିଭି ଗୁଡିକର ଫୁଟେଜ୍ ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଗୋପନୀୟ ରହିବ । ପୋଲିସ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ସିସିଟିଭି କ୍ୟାମେରା କେବଳ ଦୋକାନ ଭିତର ନୁହେଁ ବରଂ ଦୋକାନ ବାହାରେ ରାସ୍ତା ଆଡକୁ ରହିଲେ ଖୁବ୍ ଭଲ । ଏହା ମାଧ୍ୟମରେ ଦୋକାନକୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ନଜର ରହିପାରିବ ।

Also Read- Hero ବନ୍ଦ କରିଥିଲା ଏହି ବାଇକ୍, ପୁଣି ଥରେ ନୂଆ ଫିଚର୍ ସହ କଲା ଲଞ୍ଚ୍

Also Read- Krishan Kumar’s fake Instagram profile: ଓଡ଼ିଆ ଆଇଏଏସ୍‍ ଅଧିକାରୀଙ୍କୁ ଜାଲ୍‍ ଆକାଉଣ୍ଟ ଭୟ