Byanjan Dwadasi: ଆଜି ବ୍ୟଞ୍ଜନ ଦ୍ୱାଦଶୀ, ୮୫୧ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଖାଇଲେ ମହାପ୍ରଭୁ
Advertisement
Article Detail0/zeeodisha/odisha2026649

Byanjan Dwadasi: ଆଜି ବ୍ୟଞ୍ଜନ ଦ୍ୱାଦଶୀ, ୮୫୧ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଖାଇଲେ ମହାପ୍ରଭୁ

Byanjan Dwadasi: ହିନ୍ଦୁ ପରମ୍ପରାରେ ରହିଛି ଅନେକ ପର୍ବପର୍ବାଣ । ସେଥି ମଧ୍ୟରୁ ବ୍ୟଂଜନ ଦ୍ୱାଦଶୀ ଅନ୍ୟତମ। ଏହି ମାର୍ଗଶୀର ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟ ବ୍ୟଂଜନ ଦ୍ୱାଦଶୀ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ଭିତରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ବିଭିନ୍ନ ରକମର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯିବାର ବିଧି ରହିଛି । ସେହିଭଳି ଆଜିର ବିଶେଷ ତିଥିରେ ଗୌଡୀୟ ଓ ବୈଷ୍ଣବ ସମ୍ପ୍ରଦାୟ ମଠ ମାନଙ୍କରେ ଅନେକ ପ୍ରକାରର ସ୍ୱାଦିଷ୍ଟ ବ୍ୟଂଜନ ପ୍ରସ୍ତୁତ କରାଯାଇ ରାଧାକୃଷ୍ଣଙ୍କୁ ଭୋଗ କରାଯାଇଛି ।

Byanjan Dwadasi: ଆଜି ବ୍ୟଞ୍ଜନ ଦ୍ୱାଦଶୀ, ୮୫୧ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଖାଇଲେ ମହାପ୍ରଭୁ

Byanjan Dwadasi: ହିନ୍ଦୁ ପରମ୍ପରାରେ ରହିଛି ଅନେକ ପର୍ବପର୍ବାଣ । ସେଥି ମଧ୍ୟରୁ ବ୍ୟଂଜନ ଦ୍ୱାଦଶୀ ଅନ୍ୟତମ। ଏହି ମାର୍ଗଶୀର ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟ ବ୍ୟଂଜନ ଦ୍ୱାଦଶୀ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ଭିତରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ବିଭିନ୍ନ ରକମର ସୁସ୍ୱାଦୁ ବ୍ୟଞ୍ଜନ ଭୋଗ କରାଯିବାର ବିଧି ରହିଛି । ସେହିଭଳି ଆଜିର ବିଶେଷ ତିଥିରେ ଗୌଡୀୟ ଓ ବୈଷ୍ଣବ ସମ୍ପ୍ରଦାୟ ମଠ ମାନଙ୍କରେ ଅନେକ ପ୍ରକାରର ସ୍ୱାଦିଷ୍ଟ ବ୍ୟଂଜନ ପ୍ରସ୍ତୁତ କରାଯାଇ ରାଧାକୃଷ୍ଣଙ୍କୁ ଭୋଗ କରାଯାଇଛି । ଏହି ଉପଲକ୍ଷେ ପୁରୀର ଗୌରବିହାର ପରିସରରେ ପ୍ରସ୍ତୁତ କରାଯାଇଥିଲା ପ୍ରାୟ ୮୫୧ ପ୍ରକାରର ସ୍ୱାଦିଷ୍ଟ ବ୍ୟଂଜନ । ୪୦ ଜଣ ଭକ୍ତ ଆଠ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ପ୍ରସ୍ତୁତ କରିଥିଲେ ବିଭିନ୍ନ ରକମର ସୁସ୍ୱାଦୁ ବ୍ୟଂଜନ । 

ଭଳିକି ଭଳି ସୁସ୍ୱାଦୁ ପିଠା , ବିଭିନ୍ନ ରକମର ଅନ୍ନ ଡାଲି ସହ ୮୫୧ ପ୍ରକାରର ବ୍ୟଂଜନ । ଏଭଳି ଏକ ଆସର ଦେଖିବାକୁ ମିଳିଥିଲା ପୁରୀର ଗୌରବିହାର ପରିସରରେ । କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ତାଙ୍କ ମା ବ୍ୟଂଜନ ଦ୍ୱାଦଶୀ ତିଥିରେ ବିଭିନ୍ନ ରକମର ସୁସ୍ୱାଦୁ ଭୋଜନ ଦେଇଥାନ୍ତି । ସେହି ପରମ୍ପରାକୁ ଆଧାର କରି ଗୌଡିୟ ଓ ବୈଷ୍ଣବ ସମ୍ପ୍ରଦାୟର ଭକ୍ତମାନେ ପ୍ରଭୂ କୃଷ୍ଣଙ୍କୁ ଭୋଗ କରିଥାନ୍ତି ବିଭିନ୍ନ ରକମର ବ୍ୟଂଜନ । ବ୍ୟଂଜନ ଦ୍ୱାଦଶୀରେ ପୁରୀର ଗୌରବିହାରରେ ଗୌଡୀୟ ଭକ୍ତମାନେ ୮ ଘଣ୍ଟା ପରିଶ୍ରମ କରି ପ୍ରସ୍ତୁତ କରିଛନ୍ତି ପ୍ରାୟ ୮୫୧ ପ୍ରକାରର ବିଭିନ୍ନ ରକମର ବ୍ୟଂଜନ । ତେବେ ଏତେ ପ୍ରକାରର ବ୍ୟଂଜନ ଦେଖିବା ପାଇଁ ଓ ଏହାର ସ୍ୱାଦକୁ ଚାଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁମାନଙ୍କର ଭିଡ ଦେଖିବାକୁ ମିଳିଛି ଗୌରବିହାରରେ । ଆଉ ଖୁବ ଆନନ୍ଦ ଉଲ୍ଲାସରେ ଭକ୍ତମାନେ ପାଳନ କରିଥାନ୍ତି ବ୍ୟଂଜନ ଦ୍ୱାଦଶୀ ପର୍ବକୁ । ଏହି ସବୁ ବ୍ୟଂଜନକୁ ଭୋଗ କରାଯିବା ପରେ ଭକ୍ତମାନଙ୍କୁ ପ୍ରସାଦ ସେବନ କରାଯାଇଥିଲା । ତେବେ ଏଭଳି ପରମ୍ପରାକୁ ବଜାୟ ରଖିବା ସହିତ ୮୫୧ ପ୍ରକାରର ବ୍ୟଂଜନ ପ୍ରସ୍ତୁତ କରିଥିବା ଭକ୍ତମାନେ ନିଜକୁ ଧନ୍ୟ ମନେକରିଛନ୍ତି ।

ଗୌରବିହାର ପକ୍ଷରୁ ପୂର୍ବ ବର୍ଷ ୮୫୧ପ୍ରକାରର ବ୍ୟଂଜନ ପ୍ରସ୍ତୁତ କରାଯାଇଥିବା ବେଳେ ଚଳିତ ବର୍ଷ ୧୪ ପ୍ରକାରର ଅନ୍ନ , ୬୦ ପ୍ରକାରର ଡାଲି , ତରକାରୀ , ପାମ୍ପଡ , ଖଟା , ଖିରି , ପିଠା , ମିଠା ଓ 65 ପ୍ରକାରର ଚଟଣୀ , ୭୦ ପ୍ରକାର ପାମ୍ପଡ , ୬୫ପ୍ରକାର ଭଜା ୮୫୧ ରକମର ସୁସ୍ୱାଦୁ ଖାଦ୍ୟ ଦେଖଣାହାରୀ ତଥା ଭକ୍ତମାନଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲା । ତେବେ ପରମ୍ପରା ମୁତାବକ ରାଧାକୃଷ୍ଣଙ୍କୁ ଆଜିର ଦିନରେ ମା ଯଶୋଦା କୃଷ୍ଣଙ୍କ ପାଇଁ ବିଭିନ୍ନ ରକମର ବ୍ୟଂଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ ବୋଲି ଭକ୍ତମାନେ ବି କୃଷ୍ଣଙ୍କ ପାଇଁ ଏହି ସୁସ୍ୱାଦୁ ବ୍ୟଂଜନ ପ୍ରସ୍ତୁତ କରିଥାନ୍ତି । ଆଉ ସମସ୍ତ ଶ୍ରଦ୍ଧାଳୁ , ସାଧୁସନ୍ଥମାନେ ଏହି ବ୍ୟଂଜନ ପ୍ରସାଦ ପାଇ ଅହେତୁକ ଶାନ୍ତି ଅନୁଭବ କରିଛନ୍ତି । ତେବେ ଭଗବାନଙ୍କ କୃପାରୁ ସବୁକିଛି ଆପେ ଆପେ ହୋଇଯାଉଛି ବୋଲି କହିଛନ୍ତି ମଠାଧୀଶ ।

ଆମ ପରମ୍ପରାକୁ ଆଧାର କରି ଗୌଡିୟ ଓ ବୈଷ୍ଣବ ସମ୍ପ୍ରଦାୟର ଭକ୍ତମାନେ ପ୍ରଭୂ କୃଷ୍ଣଙ୍କୁ ଭୋଗ କରିଥାନ୍ତି ବିଭିନ୍ନ ରକମର ବ୍ୟଂଜନ । ତେବେ ପରମ୍ପରା ମୁତାବକ ରାଧାକୃଷ୍ଣଙ୍କୁ ଆଜିର ଦିନରେ ମା ଯଶୋଦା କୃଷ୍ଣଙ୍କ ପାଇଁ ବିଭିନ୍ନ ରକମର ବ୍ୟଂଜନ ପ୍ରସ୍ତୁତ କରି ଖାଇବାକୁ ଦେଇଥିଲେ ବୋଲି ଭକ୍ତମାନେ ବି କୃଷ୍ଣଙ୍କ ପାଇଁ ଏହି ସୁସ୍ୱାଦୁ ବ୍ୟଂଜନ ପ୍ରସ୍ତୁତ କରିଥାନ୍ତି । ଆଉ ସମସ୍ତ ଶ୍ରଦ୍ଧାଳୁ , ସାଧୁସନ୍ଥମାନେ ଏହି ବ୍ୟଂଜନ ପ୍ରସାଦ ପାଇ ଅହେତୁକ ଶାନ୍ତି ଅନୁଭବ କରିଛନ୍ତି ।

Also Read: Weather Update: ଆଜିଠୁ କମିବ ଶୀତ, କିଛି ସ୍ଥାନରେ ଘନ କୁହୁଡ଼ି ନେଇ ସତର୍କ କଲା ବିଭାଗ