Crime News: ବିବାହ ଉତ୍ସବରୁ ଫେରି ଘରେ ଝିଅର ମୃତଦେହ ଦେଖିଲେ ମାଆ, ଆଉ ତାପରେ...
Advertisement

Crime News: ବିବାହ ଉତ୍ସବରୁ ଫେରି ଘରେ ଝିଅର ମୃତଦେହ ଦେଖିଲେ ମାଆ, ଆଉ ତାପରେ...

Crime News: ମୃତ ଯୁବତୀ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ ମଞ୍ଜୁଲତା ଖୁଣ୍ଟିଆ । ଲକ୍ଷ୍ମୀପ୍ରିୟାଙ୍କ ବେକରେ ଏକ କଳା ଦାଗ ଚିହ୍ନ ରହିଛି ବୋଲି ସେ କହିଛନ୍ତି । ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Crime News: ବିବାହ ଉତ୍ସବରୁ ଫେରି ଘରେ ଝିଅର ମୃତଦେହ ଦେଖିଲେ ମାଆ, ଆଉ ତାପରେ...

Crime News: ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯୁବତୀଙ୍କ ମୃତ୍ୟୁ କିପରି ହେଲା ତାହା ଏକ ରହସ୍ୟ ପରି ମନେହେଉଛି । ଖବର ମୁତାବକ, ଯୁବତୀଙ୍କ ମାଆ ଏକ ବିବାହ ଉତ୍ସବକୁ ଯାଇଥିବା ସମୟରେ ଯୁବତୀ ଜଣକ ନିଜ ମାନସିକ ଅନଗ୍ରସର ଭଉଣୀଙ୍କ ସହ ଘରେ ଥିଲେ । କିନ୍ତୁ ସକାଳୁ ଯୁବତୀ ଜଣଙ୍କ ନଉଠିବାରୁ ସଭିଙ୍କ ମନରେ ସନ୍ଦେହ ହୋଇଥିଲା । ପରେ ଜଣାପଡିଥିଲା ଯେ, ଯୁବତୀଙ୍କ ମୃତ୍ୟୁ ହୋଇଛି । ଘଟଣାଟି କାମାକ୍ଷାନଗର ଥାନା ଅନ୍ତର୍ଗତ ଲୋକନାଥପୁର ଶାସନ ଗାଁରେ ଦେଖିବାକୁ ମିଳିଛି ।

ମୃତ ଯୁବତୀ ଲକ୍ଷ୍ମୀପ୍ରିୟା ଖୁଣ୍ଟିଆଙ୍କୁ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ ମଞ୍ଜୁଲତା ଖୁଣ୍ଟିଆ । ଲକ୍ଷ୍ମୀପ୍ରିୟାଙ୍କ ବେକରେ ଏକ କଳା ଦାଗ ଚିହ୍ନ ରହିଛି ବୋଲି ସେ କହିଛନ୍ତି । ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ତଦନ୍ତ ଆଗକୁ ବଢିବ ବୋଲି ପୋଲିସ୍ କହିଥିବା ସୂଚନା ମିଳିଛି । ଅନ୍ୟପଟେ ମଞ୍ଜୁଲତାଙ୍କ ସ୍ୱାମୀଙ୍କର ମୃତ୍ୟୁ ବର୍ଷେ ପୂର୍ବରୁ ହୋଇଥିବାରୁ ଏବେ ଝିଅର ମୃତ୍ୟୁରେ ଖୁବ୍ ଭାଙ୍ଗିପଡିଛନ୍ତି ମଞ୍ଜୁଲତା । ସେ ପର ଘରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଆର୍ଥିକ ସ୍ୱଚ୍ଛଳ ନଥିବା କାରଣରୁ ତାଙ୍କୁ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Also Read- Jaya Bachchan: ସୋସିଆଲ୍ ମିଡିଆରୁ କାହିଁକି ଦୂରରେ ଜୟା ବଚ୍ଚନ? ଜାଣନ୍ତୁ କାରଣ

Also Read- Budh Gochar 2024: ବୁଧଙ୍କ ଚଳନ ପ୍ରଭାବ, ୪ ରାଶିକୁ ବଡ଼ ଚ୍ୟାଲେଞ୍ଜ୍, ହୋଇପାରେ ଧନ କ୍ଷୟ