କେନାଲରୁ ମିଳିଲା ନବଜାତ ଶିଶୁର ମୃତଦେହ
Advertisement
Article Detail0/zeeodisha/odisha2073291

କେନାଲରୁ ମିଳିଲା ନବଜାତ ଶିଶୁର ମୃତଦେହ

ନାଲକୋ ଥାନା ହଟିଙ୍ଗ ପାଖରେ ଥିବା ଏକ କେନାଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଶିଶୁଟି ଜନ୍ମ ହେବାପରେ କେହି ତାହାକୁ ନାଳରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

କେନାଲରୁ ମିଳିଲା ନବଜାତ ଶିଶୁର ମୃତଦେହ

ଅନୁଗୋଳ: ପୁଣି ସାମ୍ନାକୁ ଆସିଲା ଆଉ ଏକ ଅଭାବନୀୟ ଘଟଣା । ନାଲକୋ ଥାନା ହଟିଙ୍ଗ ପାଖରେ ଥିବା ଏକ କେନାଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଶିଶୁଟି ଜନ୍ମ ହେବାପରେ କେହି ତାହାକୁ ନାଳରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି ।

ସୂଚନା ମୁତାବକ, ସ୍ଥାନୀୟ ଲୋକେ କେନାଲରେ ମୃତଦେହ ପଡିଥିବା ଦେଖିବା ପରେ ଘଟଣା ପ୍ରଚାରିତ ହୋଇଥିଲା । ଫଳରେ କେନାଲ ନିକଟରେ ଭିଡ ଦେଖିବାକୁ ମିଳିଥିଲା । ଖବର ପାଇବା ପରେ ସ୍ୱେଚ୍ଛାସେବୀ ଚିନ୍ମୟୀ ଦାସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଚିନ୍ମୟୀ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ କେନାଲରୁ ଉଦ୍ଧାର କରିଥିଲେ । ଶିଶୁଟି ଏକ ପୁତ୍ର ସନ୍ତାନ ବୋଲି ଜଣାପଡିବା ପରେ ଲୋକଙ୍କ ମନରେ ସନ୍ଦେହ ଆହୁରି ବଢିଛି । ଏ ସମ୍ପର୍କରେ ନିକଟସ୍ଥ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଶିଶୁପୁତ୍ରର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

Also Read- Ayodhya Ram Mandir: ଅଯୋଧ୍ୟାକୁ ଅଧିକ ଭକ୍ତିମୟ କଲେ ସୋନୁ ନିଗମ, ଶଙ୍କରଙ୍କ ସହ ଅନୁରାଧା

Also Read- କାହିଁକି କୃଷ୍ଣଶୀଳା ଅର୍ଥାତ କଳାରଙ୍ଗରେ ହେଲା ରାମଙ୍କ ମୂର୍ତ୍ତି, ଜାଣନ୍ତୁ ରହସ୍ୟ