ବ୍ୟବସାୟୀଙ୍କ ନିକଟରୁ ମୋଟ ୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସଂଗୃହୀତ ଖାଦ୍ୟ ନମୁନା ଯାଞ୍ଚ ପାଇଁ ପଠାଯାଇଥିବାବେଳେ ଖାଦ୍ୟ ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇଛି ।
Trending Photos
ଭୁବନେଶ୍ୱର: ବିଏମସି ଫୁଡ୍ ସ୍କାର୍ଡ ପକ୍ଷରୁ ବିଭିନ୍ନ ରାସ୍ତା ପାର୍ଶ୍ୱ ଖାଦ୍ୟ ଦୋକାନ ଉପରେ ଚଢଉ କରି ସେମାନଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଛି ।
ଆଜି ବିଏମସି ପ୍ରାଧିକୃତ ଅଧିକାରୀ, ଫୁଡ୍ ସେଫ୍ଟି ଟିମଙ୍କ ସହ ଟିମ୍ ସାଇନ୍ ମିଳିତ ଭାବେ କିଟ୍ ଅଞ୍ଚଳରେ ଥିବା ବିଭିନ୍ନ ରେଷ୍ଟୁରାଣ୍ଟ, ଷ୍ଟଲ, ଫାଷ୍ଟଫୁଡ ଦୋକାନ ପରିଦର୍ଶନ କରି ପରିମଳ ଓ ଖାଦ୍ୟର ପରିଛନ୍ନତା ଯାଞ୍ଚ କରିଥିଲେ । କିଛି ଦୋକାନୀ ଅସ୍ୱାସ୍ଥ୍ୟକର ଓ ବାସି ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦେଖିବାକୁ ପାଇଥିଲେ । ଅସ୍ୱାସ୍ଥ୍ୟକର ଓ ବାସି ଖାଦ୍ୟ ପଦାର୍ଥ ଗୁଡିକୁ ସିଜ୍ କରିବା ସହ ସେମାନଙ୍କ ନିକଟରୁ ଜରିମାନା ଆଦାୟ କରାଯାଇଛି । ଜବତ ହୋଇଥିବା ପ୍ରାୟ ୪୦ କେଜିରୁ ଅଧିକ ଖାଦ୍ୟ ପଦାର୍ଥକୁ ନଷ୍ଟ କରିଦିଆଯାଇଛି । ସେମାନଙ୍କ ନିକଟରୁ ମୋଟ ୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସଂଗୃହୀତ ଖାଦ୍ୟ ନମୁନା ଯାଞ୍ଚ ପାଇଁ ପଠାଯାଇଥିବାବେଳେ ଖାଦ୍ୟ ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏହିପରି ନିୟମିତ ଯାଞ୍ଚ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।
Also Read- ତୃତୀୟ ଭାରତ-ବ୍ରିଟେନ ଆର୍ଥିକ ବଜାର ଆଲୋଚନା: ମିଳିତ ବିବୃତ୍ତି
Also Read- ଅପରାହ୍ନରେ ଗିରଫ, ସନ୍ଧ୍ୟାରେ ଜେଲ, ୧ ଘଣ୍ଟାରେ ବେଲ୍, ପୁଷ୍ପା ଷ୍ଟାଇଲରେ ଏମିତି ଥିଲା ପୂରା ଘଟଣା