ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ
Advertisement

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

Odisha Politics: ନିର୍ବାଚନ ଆୟୋଗଙ୍କ ଗାଇଡଲାଇନକୁ ଶାସକ ବିଜେଡି ବାରମ୍ବାର ଉଲ୍ଲଂଘନ କରୁଛି: ବିଜେପି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଲେ ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ସମଗ୍ର ଦେଶ ସମେତ ରାଜ୍ୟରେ ମଧ୍ୟ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି । ତା ପରେ ବି ଶାସକ ବିଜୁ ଜନତା ଦଳ ସରକାରୀ ଅଧିକାରୀମାନଙ୍କୁ ଦଳୀୟ ସ୍ୱାର୍ଥ ପାଇଁ ଜାଣିଶୁଣି ବ୍ୟବହାର କରୁଛି । ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ମିଶନ ଶକ୍ତି ଗ୍ରାମ ପଂଚାୟତ ସ୍ତରୀୟ ଫେଡେରେସନ୍‌ର ସଭାପତି, ସମ୍ପାଦକ, ଏମ୍‌ବିକେ, ସିଆର୍‌ପି ମାନଙ୍କୁ ଡାକି ସାଲେପୁରର ବିକେ ମଣ୍ଡପଠାରେ ଗତ ୨୩ ତାରିଖ ଦିନ ଏକ ଦଳୀୟ ବୈଠକରେ ସାମିଲ୍ କରିଥିଲେ । ଯେଉଁ ବୈଠକରେ ବିଜୁ ଜନତା ଦଳର ଦଳୀୟ ବ୍ୟାନର୍ ଲାଗିଥିଲା । ଏମ୍‌ବିକେ ଓ ସିଆର୍‌ପିର ମହିଳାମାନେ ବେତନପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବାରୁ ସେମାନଙ୍କୁ ଦଳୀୟ ନିର୍ବାଚନ ପ୍ରଚାର କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବନାହିଁ । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନରେ ବାଧା ସୃଷ୍ଟି ହେବାରେ ଆଶଙ୍କା ରହିଛି । ସରକାରୀ କର୍ମଚାରୀମାନେ ନିଜ କର୍ତବ୍ୟ ଓ ଦାୟିତ୍ୱ ଭୁଲି ଶାସକ ଦଳର ଏଜେଣ୍ଟ ଭାବେ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ । ନିର୍ବାଚନ ପରିଚାଳନାକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର, ଆଉ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । 

ଦ୍ୱିତୀୟରେ ଯେତେବେଳେ ନିର୍ବାଚନ ଆସେ ସେତେବେଳେ ମଦର ବହୁଳ ବ୍ୟବହାର ଦେଖାଯାଏ । କାରଣ ମଦ ଦେଇ ବହୁ ଲୋକଙ୍କୁ ପ୍ରଲୋଭନ ଦେଖାଇ ଭୋଟ କିଣାଯାଏ । ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିବା ପରେ ଗାଇଡଲାଇନ ଅନୁଯାୟୀ ମଦ ଦୋକାନ ଖୋଲିବାର ଅନୁମତି ଦେବା ସଠିକ୍ ନୁହେଁ । ଯାଜପୁର ଜିଲ୍ଲାର ପାଂସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଙ୍କୁଳା ଗ୍ରାମଠାରେ ସୁଶାନ୍ତ କୁମାର ଜେନା ଗୋଟେ ଅବୈଧ ଭାବେ ଅସ୍ଥାୟୀ ମଦ ଦୋକାନ ଖୋଲିଛନ୍ତି । ଯାହାକି ବେଆଇନ ଭାବେ ମଦ ଦୋକାନ ଘର ନଥାଇ ମଦ ଲାଇସେନ୍ସ ଇସ୍ୟୁ କରିବା ଭଳି ଚଞ୍ଚକତା କରି ମଦକୁ ପ୍ରୋତ୍ସାହନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଭଳି ବେଆଇନ କାର୍ଯ୍ୟରୁ ରାଜ୍ୟ ସରକାର ନିବୃତ ରହିବା ସହ ବେଆଇନ ମଦ ଦୋକାନକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ରାଜ୍ୟ ମହିଳାମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟ ମୁଖ୍ୟନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବୀ କରିଛନ୍ତି ।

ବିଭିନ୍ନ ଜିଲ୍ଲାରେ ଦୀର୍ଘ ବର୍ଷ ଧରି ଅଥବା ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଅବସ୍ଥାପିତ ଥିବା ବହୁ ଅଧିକାରୀ ଦୃଷ୍ଟିଗୋଚର ହେଉଛନ୍ତି । ସେହିପରି କଟକ ଜିଲ୍ଲାରେ ୬ବର୍ଷରୁ ଉର୍ଦ୍ଧ୍ୱ ଚାକିରୀ କରୁଥିବା ଅଫିସରମାନଙ୍କ ବଦଳି ହୋଇନାହିଁ । ଏପରି କରି ନିର୍ବାଚନ ଆୟୋଗଙ୍କ ଗାଇଡଲାଇନକୁ ଶାସକ ବିଜେଡି ବାରମ୍ବାର ଉଲ୍ଲଂଘନ କରୁଛି । ସେମାନେ ହେଲେ କଟକ ସଦର ବ୍ଲକ ଜେଇ ସୌମ୍ୟ ବିଶୋଇ, ସମାପିକା ନାୟକ, ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରଦୀପ କୁମାର ସାହୁ, କଟକ ସଦର ବ୍ଲକ ସିଡିପିଓ ନିବେଦିତା ବିଶ୍ୱାଳ. କଟକ ସବ୍‌ରେଜିଷ୍ଟର ହେର୍ଡ କ୍ଲର୍କ ଗୋପବନ୍ଧୁ ପରିଡା, ପଂଚାୟତ ଅଧିକାରୀ ଚକ୍ରଧର ମହାଲିକ, ଗଜପତି ପାରଳାଖେମୁଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକାରୀ କମଳକାନ୍ତ ଗୌଡ, ବାଲେଶ୍ୱର ଡିଇଓ ପ୍ରତିଭା ମଞ୍ଜରୀ, ଭୁବନେଶ୍ୱର ରିଜର୍ଭ ପୋଲିସ ଅଧିକାରୀ ଲୋଲା ବିଜୟ ରତ୍ନମ୍‌ଙ୍କ ସମେତ ଅନ୍ୟ ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ବଦଳି କରାଯିବାକୁ ସଂପୃକ୍ତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରନ୍ତୁ ବୋଲି ଅରିନ୍ଦମ ରାୟ କହିଛନ୍ତି ।

ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜେନ୍ଦ୍ର ପଣ୍ଡା, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । 

Also Read- ୟୁଟ୍ୟୁବର ମୋନାଲିସା ଭଦ୍ର ଫେରାର୍, ଖୋଜୁଛି ବନ ବିଭାଗ

Also Read- AirTelର ଜବରଦସ୍ତ ପ୍ଲାନ୍, ବର୍ଷେ ପର୍ଯ୍ୟନ୍ତ ନାହିଁ ରିଚାର୍ଜ ଟେନସନ୍