Odisha News: ଦଳ ପକ୍ଷରୁ ଦମ୍ଭ ପାଇଲେ ପ୍ରତାପ ଜେନା, ମିଳିଲା କେନ୍ଦ୍ରାପଡ଼ାର ପର୍ଯ୍ୟବେକ୍ଷକ ଦାୟିତ୍ୱ
Advertisement
Article Detail0/zeeodisha/odisha1941009

Odisha News: ଦଳ ପକ୍ଷରୁ ଦମ୍ଭ ପାଇଲେ ପ୍ରତାପ ଜେନା, ମିଳିଲା କେନ୍ଦ୍ରାପଡ଼ାର ପର୍ଯ୍ୟବେକ୍ଷକ ଦାୟିତ୍ୱ

Odisha News ଭୁବନେଶ୍ୱର: ମାହାଙ୍ଗା ଡବଲ୍‍ ମର୍ଡର (Mahanga Double Murder) ଘଟଣାରେ ଅନ୍ୟତମ ଆରୋପୀ ଥିବା ପ୍ରତାପ ଜେନାଙ୍କୁ (MLA Pratap Jena) ନ୍ୟାୟିକ ଆଶ୍ୱସ୍ତି ପରେ ମିଳିଛି ଦଳ ପକ୍ଷରୁ ଦମ୍ଭ। ସାଲେପୁର ଜେଏମ୍‍ଏଫ୍‍ସି କୋର୍ଟ (MLA Pratap Jena) ପ୍ରତାପ ଜେନାଙ୍କ ବିରୁଦ୍ଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ରଚିବା ଆଦି ମାମଲାରେ ବିଚାର ପାଇଁ ପ୍ରସ୍ତୁତି ହେଉଥିବାବେଳେ ବିଜୁ ଜନତା ଦଳ କିନ୍ତୁ ତାଙ୍କ ଉପରେ ଅଧିକ ଭରସା କରିବାରେ ଲାଗିଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Odisha News ଭୁବନେଶ୍ୱର: ମାହାଙ୍ଗା ଡବଲ୍‍ ମର୍ଡର (Mahanga Double Murder) ଘଟଣାରେ ଅନ୍ୟତମ ଆରୋପୀ ଥିବା ପ୍ରତାପ ଜେନାଙ୍କୁ (MLA Pratap Jena) ନ୍ୟାୟିକ ଆଶ୍ୱସ୍ତି ପରେ ମିଳିଛି ଦଳ ପକ୍ଷରୁ ଦମ୍ଭ। ସାଲେପୁର ଜେଏମ୍‍ଏଫ୍‍ସି କୋର୍ଟ (MLA Pratap Jena) ପ୍ରତାପ ଜେନାଙ୍କ ବିରୁଦ୍ଧରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ରଚିବା ଆଦି ମାମଲାରେ ବିଚାର ପାଇଁ ପ୍ରସ୍ତୁତି ହେଉଥିବାବେଳେ ବିଜୁ ଜନତା ଦଳ କିନ୍ତୁ ତାଙ୍କ ଉପରେ ଅଧିକ ଭରସା କରିବାରେ ଲାଗିଛି। ବିଜେଡି (bjd) ପକ୍ଷରୁ ଆଜି ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ (kendrapara District Adviser) ମିଳିଛି।
 
ବିଜେଡି ପକ୍ଷରୁ ପ୍ରକାଶିତ ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି ଯେ, ପୂର୍ବତନ ମନ୍ତ୍ରୀ ((BJD) MLA and former Minister Pratap Jena) ଶ୍ରୀ ଜେନା ଓ ସଞ୍ଜୟ ଦାସବର୍ମା ଯଥାକ୍ରମେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିବେ। ଦଳୀୟ ସଭାପତି ନବୀନ ପଟ୍ଟନାୟକଙ୍କ ( Odisha CM Naveen Patnaik) ନିର୍ଦ୍ଦେଶ କ୍ରମେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ଘୋଷଣା କରିଛନ୍ତି। 

ଶ୍ରୀ ଦାସବର୍ମା ଅନେକ ଦିନ ହେଲା ଦଳର ଦାୟିତ୍ୱରୁ ବାହାରେ ଥିଲେ। ନିଜ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରିକୁ ଛାଡ଼ି ସେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦେଖିବାକୁ ମିଳି ନଥିଲା। ଏପରିକି ନିଜ ନିର୍ବାଚନ ମଣ୍ଡଳୀର ଏକ ଶୋଭାଯାତ୍ରାରେ ସେ ଦେଇଥିବା ବୟାନକୁ ନେଇ କିଛି ଦିନ ଧରି ଦଳୀୟ ରାଜନୀତି ବି ସରଗରମ ହୋଇଥିଲା। ଠିକ୍‍ ସେହିଭଳି  ପ୍ରତାପ ଜେନା ମଧ୍ୟ ଅନେକ ଦିନ ହେଲା ଦଳୀୟ କାର୍ଯ୍ୟକ୍ରମରୁ ଦୂରରେ ରହିଥିଲେ। 
ତାଙ୍କ ବିରୁଦ୍ଧରେ ଆସିଥିବା ଡବଲ୍‍ ମର୍ଡର ଘଟଣାକୁ ନେଇ ସେ ଚର୍ଚ୍ଚାରେ ଥିଲେ। ନିଜ ନିର୍ବାଚନ ମଣ୍ତଳୀର ଦୁଇଜଣ ବିଜେପି କର୍ମୀଙ୍କୁ ହତ୍ୟା କରିବା ଅଭିଯୋଗରେ ତାଙ୍କର ପରୋକ୍ଷ ବା ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଯାହାର ବିଚାର ଏବେ ଚାଲିଛି। ସାଲେପୁର କୋର୍ଟଙ୍କ ପାଖରେ ନିଜ ଓକିଲଙ୍କ ଜରିଆରେ ପ୍ରତିନିଧିତ୍ୱ ରଖିଥିବା ପ୍ରତାପ ଜେନା କୌଣସି ବଡ଼ ଧରଣର ନ୍ୟାୟିକ କାରନାମାକୁ ଏଡ଼ାଇବା ଲାଗି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସାଲେପୁର ଜେଏମ୍‍ଏଫ୍‍ସି ପକ୍ଷରୁ ହାଇକୋର୍ଟଙ୍କ ପାଖରେ ସୂଚନା ପହଞ୍ଚିବା ବିଳମ୍ବ ହେବା କାରଣରୁ ଏହି ମାମଲାର ଶୁଣାଣି ଡିସେମ୍ବର ୧୫ ଯାଏ ଟାଳି ଦିଆଯାଇଛି।