RBI ଏକଜିକ୍ୟୁଟିଭ ଡି଼ରେକ୍ଟର ପଦବୀରେ ଓଡ଼ିଆ ପୁଅ ମନୋରଞ୍ଜନ ମିଶ୍ର
Advertisement

RBI ଏକଜିକ୍ୟୁଟିଭ ଡି଼ରେକ୍ଟର ପଦବୀରେ ଓଡ଼ିଆ ପୁଅ ମନୋରଞ୍ଜନ ମିଶ୍ର

RBI: ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ନିଯୁକ୍ତ ହେଲେ ଆଉ ଜଣେ ଓଡ଼ିଆ ପୁଅ । ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡି଼ରେକ୍ଟର (RBI Executive Director) ଭାବେ ଦାୟିତ୍ବ ନେଇଛନ୍ତି ମନୋରଞ୍ଜନ ମିଶ୍ର (Manoranjan Mishra) । 

ସୌ(ସୋସିଆଲ ମିଡିଆ)

RBI Executive Director: ସର୍ବଭାରତୀୟ ସ୍ତରର ଉଚ୍ଚ ପଦବୀରେ ନିଯୁକ୍ତ ହେଲେ ଆଉ ଜଣେ ଓଡ଼ିଆ ପୁଅ । ରିଜର୍ଭ ବ୍ୟାଙ୍କର ଏକଜିକ୍ୟୁଟିଭ ଡି଼ରେକ୍ଟର (RBI Executive Director) ଭାବେ ଦାୟିତ୍ବ ନେଇଛନ୍ତି ମନୋରଞ୍ଜନ ମିଶ୍ର (Manoranjan Mishra) ।

ସୂଚନାଯୋଗ୍ୟ, ଗତ ନଭେମ୍ବର ୧ ତାରିଖରେ ରିଜର୍ଭ ବ୍ୟାଙ୍କର (RBI) ଏକଜିକ୍ୟୁଟିଭ ଡି଼ରେକ୍ଟର ଭାବେ ଦାୟିତ୍ବ ନେଇଛନ୍ତି ଓଡ଼ିଆ ପୁଅ ମନୋରଞ୍ଜନ ମିଶ୍ର । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ଏବେ ମନୋରଞ୍ଜନ ମିଶ୍ର ତିନୋଟି ବିଭାଗର ଦାୟିତ୍ବ ନେବେ। ସେଗୁଡିକ ହେଲା ପ୍ରବର୍ତ୍ତନ ବିଭାଗ, ବିପଦ ନିରୀକ୍ଷଣ ବିଭାଗ ଓ ବାହ୍ୟ ନିବେଶ ଓ କାର୍ଯ୍ୟ ପରିଚାଳନା। ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କର ରେଗୁଲେସନ ବିଭାଗରେ (Department of regulation RBI) ଚିଫ୍ ଜେନେରାଲ ମ୍ୟାନେଜର ଥିଲେ । ସେ ପ୍ରାୟ ୩ ଦଶନ୍ଧି ଧରି ଆଇବିଆଇ ସହ କାର୍ଯ୍ୟ କରିଆସୁଛନ୍ତି । ମନୋରଞ୍ଜନ ମିଶ୍ର ଅର୍ଥନୀତିରେ ସ୍ନାତକୋତ୍ତ ଓ ଫାଇନାନ୍ସରେ ଏମବିଏ କରିଛନ୍ତି । ଏହାସହ ସେ ୟୁକେର ଆଷ୍ଟନ ୟୁନିଭରସିଟିରୁ ଫାଇନାନ୍ସ ଓ ଫାଇନାନସିଆଲ ରେଗୁଲେସନରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

Also Read-Odisha News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କଲେ ପାଣ୍ଡିଆନ୍, ଡିସେମ୍ବର ୧୫ ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

Also Read-Puri News: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ ନେଇ ବାଜିପାରେ ମୋହର