Odisha News: ମୋତିଆବିନ୍ଦୁ ଚିକିତ୍ସା କରିବାକୁ ଯାଇ ଆଖି ହରାଇଲେ ବୃଦ୍ଧା!
Advertisement
Article Detail0/zeeodisha/odisha1875615

Odisha News: ମୋତିଆବିନ୍ଦୁ ଚିକିତ୍ସା କରିବାକୁ ଯାଇ ଆଖି ହରାଇଲେ ବୃଦ୍ଧା!

Odisha News: ମୋତିଆବିନ୍ଦୁ ଚିକିତ୍ସା ହେଲା କାଳ । ଆଖି ହରାଇଲେ ବୃଦ୍ଧା । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଛି । ବୃଦ୍ଧା ଆଖି ହରାଇବା ପରେ କ୍ଷତିପୂରଣ ଦାବି କରି ଚିକିତ୍ସାଳୟରେ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ପରିବାର ଲୋକେ । 

Odisha News: ମୋତିଆବିନ୍ଦୁ ଚିକିତ୍ସା କରିବାକୁ ଯାଇ ଆଖି ହରାଇଲେ ବୃଦ୍ଧା!

Odisha News: ମୋତିଆବିନ୍ଦୁ ଚିକିତ୍ସା (Motiyabind Treatment) କରି ଆଖି ହରାଇଲେ ବୃଦ୍ଧା । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଛି । ବୃଦ୍ଧା ଆଖି ହରାଇବା ପରେ କ୍ଷତିପୂରଣ ଦାବି କରି ଚିକିତ୍ସାଳୟରେ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ପରିବାର ଲୋକେ । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର (Balasore) ଜିଲ୍ଲା ଜଳେଶ୍ୱର (Jaleswar) ସହରରେ ଭୂମିକା ଚକ୍ଷୁ ଚିକିତ୍ସାଳୟ ବିଗତ ୨ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଆଖି ଚିକିତ୍ସା କରିଆସୁଛି । ରାଜ୍ୟ ସରକାରଙ୍କ (Government of Odisha) ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କାର୍ଡ ମାଧ୍ୟମରେ ଏଠାରେ ମୋତିଆବିନ୍ଦୁ ଅପରେସନ (Motiyabind operation) ଓ ଅନ୍ୟାନ୍ୟ ଚକ୍ଷୁ ଚିକିତ୍ସା ପାଇଁ ଗାଁ ଗାଁରେ କ୍ୟାମ୍ପ କରାଯାଇଥାଏ । ଚଳିତ ମାସ ୭ ତାରିଖରେ ଭୂମିକା ଚକ୍ଷୁ ହସ୍ପିଟାଲ ପକ୍ଷରୁ ଜଳେଶ୍ୱର ଥାନା ଚାଲନ୍ତି ଗ୍ରାମରେ ଏକ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ସେହି ଗାଁର ବାସନ୍ତୀ ନନ୍ଦୀ ନାମକ (୮୫) ଜଣେ ବୃଦ୍ଧାଙ୍କର ମୋତିଆବିନ୍ଦୁ ଅପରେସନ ହେବା ନେଇ ସ୍ଥିର କରାଯାଇଥିଲା । ଗତ ୮ ତାରିଖ ଦିନ ଅପରେସନ ପାଇଁ ବୃଦ୍ଧା ହସ୍ପିଟାଲରେ ପହଞ୍ଚିଥିଲେ । ବୃଦ୍ଧାଙ୍କୁ ଓଟିକୁ ନେବା ପରେ ଚିକିତ୍ସା ଦାୟିତ୍ୱରେ ଥିବା ନର୍ସ ତାଙ୍କ ଆଖିରେ ଏକ ଇଞ୍ଜେକ୍ସନ ଦେଇଥିଲେ । ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ବୃଦ୍ଧାଙ୍କ ଆଖି ଫୁଲି ଲାଲି ହୋଇଯାଇଥିଲା । ତେବେ ଘଟଣାର ୩ ଦିନ ପରେ ପରିବାର ପରିବାର ଲୋକ ଏକଥା ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ସଙ୍ଗେ ସଙ୍ଗେ ବୃଦ୍ଧଙ୍କୁ ଭୁବନେଶ୍ୱର ପଟିଆ ସ୍ଥିତ ଏକ ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ପରୀକ୍ଷା ପରେ ଡାକ୍ତର ବାସନ୍ତୀଙ୍କର ଶତକଡ଼ା ୮୫ ପ୍ରତିଶତ ଆଖି ଖରାପ ହୋଇଥିବା କହିଥିଲେ ।

ଏହା ଜାଣିବା ପରେ ପରିବାର ଲୋକେ ଜଳେଶ୍ୱର ସ୍ଥିତ ଭୂମିକା ହସ୍ପିଟାଲରେ ପହଂଚି କ୍ଷତି ପୂରଣ ଦାବି କରିଥିଲେ । ଫଳରେ ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।  ଖବର ପାଇ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଁଞ୍ଚିଲା ବୁଝାସୁଝା ପରେ ମଧ୍ୟ ପରିସ୍ଥିତି ଶାନ୍ତ ପଡିନାହିଁ। ଗୋଟେ ପଟେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ (BSKY) ଗରିବ ଲୋକଙ୍କୁ ଭଲ ଚିକିତ୍ସା ବଦଳରେ ବହୁ ଅନାମଧେୟ ସଂସ୍ଥା ଯେନତେନ ଚିକିତ୍ସା କରି ସରକାରୀ ଯୋଜନାରୁ ଟଙ୍କା ଲୁଟୁଥିବା ବେଳେ ଅନ୍ୟପଟେ ନୀରବଦ୍ରଷ୍ଠା ସାଜିଛି ସ୍ବାସ୍ଥ୍ୟ ବିଭାଗ । ଏସବୁ ଅନୁଷ୍ଠାନର ଭିତ୍ତିଭୂମି ସହ ସେଠାରେ ସେବା ଯୋଗାଉଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ସଠିକ୍ ସେବା ଦେଉଛନ୍ତି କି ନାହିଁ, ତାହା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ ହେଉନଥିବା ସ୍ଥାନୀୟ ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ଭୂମିକା ଚକ୍ଷୁ ଚିକିତ୍ସାଳୟ ପରି ଛତୁ ଫୁଟିଲା ପରି ଅନେକ ହସ୍ପିଟାଲରେ ଖୋଲିଥିବା ଦେଖିବାକୁ ମିଳିଛି । ତଦନ୍ତ କରି ଏହିସବୁ ଅନାମଧେୟ ହସ୍ପିଟାଲ ଉପରେ ତୁରନ୍ତ ଅଙ୍କୁଶ ଲଗାଇବା ନେଇ ଦାବି କରାଯାଇଛି ।

Also Read-Kalia Scheme: ଏହି ଦିନ ଆସିବାକୁ ଯାଉଛି କାଳିଆ ଯୋଜନାର ୨ୟ କିସ୍ତି..