Accident News: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ, ୧୨ ଯାତ୍ରୀ ଆହତ
Advertisement

Accident News: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ, ୧୨ ଯାତ୍ରୀ ଆହତ

Accident News: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ । ବାଲେଶ୍ବର ଜିଲ୍ଲା ନିଧିପଣ୍ତା ଛକ ନିକଟରେ ବୁଧବାର ସକାଳେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ସୌଜନ୍ୟ-ସୋସିଆଲ ମିଡିଆ

Accident News: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ । ବାଲେଶ୍ବର ଜିଲ୍ଲା ନିଧିପଣ୍ତା ଛକ ନିକଟରେ ବୁଧବାର ସକାଳେ ଘଟିଛି ଏହି ଭୟଙ୍କର ଦୁର୍ଘଟଣା । ଏଥିରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ୬୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଉ ପୁରୀରୁ- କଲିକତା ବାଙ୍କୁଡ଼ା ଅଭିମୁଖେ ବାହାରିଥିଲା ଏହି ତୀର୍ଥଯାତ୍ରୀ ବସ୍ । ବାଲେଶ୍ବର ନିଧିପଣ୍ତା ଛକ ନିକଟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସଟି ଭାରସାମ୍ୟ ହରାଇ ଏକ ଟିପରକୁ ଧକ୍କା ଦେଇ ରାସ୍ତା ତଳକୁ ଖସିପଡ଼ିଥିଲା ।  ଫଳରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତଙ୍କ ମଧ୍ଯରେ କିଛି ଗୁରୁତର ଥିବା ଜଣାପଡ଼ିଛି । ଖବର ପାଇ ଘଟଣାସ୍ଥଳରେ ହାଇୱେ ପାଟ୍ରୋଲିଂ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସେପଟେ, କିଛିଦିନ ତଳେ ସମ୍ବଲପୁର ଜିଲ୍ଲା ନୂଆପଡ଼ା ଛକରେ ଏକ ଘରୋଇ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିଲେ । ଭୁବନେଶ୍ବରରୁ ହୀରାକୁଦ ଆସୁଥିବା ଶିବମ୍ ନାମକ ଏକ ଘରୋଇ ବସ୍ ଭୋର ସମୟରେ ନୂଆପଡ଼ା ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ କଣ୍ଡକ୍ଟର ସମେତ ୮ ଯାତ୍ରୀ ଗୁରୁତର ହୋଇଥିଲେ। ସମସ୍ତ ଗୁରୁତରଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନା ଓ ପରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତରିତ କରାଯାଇଥିଲା।

Also Read- Bharat Jodo Nyay Yatra: ରାଜ୍ୟରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆଜି ଶେଷ ଦିନ