Odisha News: ଆନ୍ଧ୍ର ମୁହାଁ ହେଉଛି ଓଡ଼ିଶାର କୋଟିଆ ! ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି ଆନ୍ଧ୍ର ସରକାର..
Advertisement

Odisha News: ଆନ୍ଧ୍ର ମୁହାଁ ହେଉଛି ଓଡ଼ିଶାର କୋଟିଆ ! ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି ଆନ୍ଧ୍ର ସରକାର..

Odisha News: (ନିରୋଜ ସତପଥି) କୋଟିଆକୁ ନେଇ ଆନ୍ଧ୍ର - ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ୍ ମୂଳକ କାର୍ଯ୍ୟ କରା ଯାଉଥିବାବେଳେ, ଆନ୍ଧ୍ର ମଧ୍ୟ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର କୋଟିଆର ନେରେଡିବାଳସା ଠାରେ ଆନ୍ଧ୍ର ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରା ଯାଇଥିଲା।

Odisha News: ଆନ୍ଧ୍ର ମୁହାଁ ହେଉଛି ଓଡ଼ିଶାର କୋଟିଆ ! ଆକୃଷ୍ଟ କରିବାକୁ ଲାଗି ପଡ଼ିଛନ୍ତି ଆନ୍ଧ୍ର ସରକାର..

Odisha News: (ନିରୋଜ ସତପଥି) କୋଟିଆକୁ ନେଇ ଆନ୍ଧ୍ର - ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଛି। ଓଡ଼ିଶା ପକ୍ଷରୁ କୋଟିଆ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ୍ ମୂଳକ କାର୍ଯ୍ୟ କରା ଯାଉଥିବାବେଳେ, ଆନ୍ଧ୍ର ମଧ୍ୟ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଉଦ୍ୟମ ଜାରି ରଖିଛି। ଏହି କ୍ରମରେ ମଙ୍ଗଳବାର କୋଟିଆର ନେରେଡିବାଳସା ଠାରେ ଆନ୍ଧ୍ର ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରା ଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରକୁ ପାର୍ବତିପୁରମ୍ ମାନ୍ୟମ ଜିଲ୍ଲାର ଏସପି ବିକ୍ରାନ୍ତ ପାଟିଲ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଅବସରରେ ଏଏସପି ସୁନିଲ ସୋରେନ୍ ସାଲୁର ପୋଲିସ ସିଆଇ ବାଳକ୍ରିଷ୍ଣା, କୋଟିଆ ସିଆଇ, ସାଲୁର ରୁରାଲ ସିଆଇ ଭେଙ୍କଟ ରମାଣା ଉପସ୍ଥିତ ଥିଲେ। 
କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପୁରୁଷ ଓ ମହିଳା ଏହି ସ୍ୱାସ୍ଥ୍ୟ ଶିବିର ରେ ଯୋଗ ଦେଇ ନିଜ ନିଜ ର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ପ୍ରାୟ ୪୦୦ ପୁରୁଷ ଓ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରା ଯାଇଥିଲା। ବହୁ ମାତ୍ରା ରେ କୋଟିଆ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ଶିବିର ରେ ଯୋଗ ଦେଇଥିବାରୁ ଲୋକେ ଆନ୍ଧ୍ର ମୁହାଁ ହେଇଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଆନ୍ଧ୍ରର ସାଳୁରୁ ରୁରାଲ ପୋଲିସ ପକ୍ଷରୁ ଏହା ଆୟୋଜିତ ହୋଇଥିବାବେଳେ ପୋଲିସ ଓ ସ୍ଥାନୀୟ ଯୁବକମାନେ ଭଲିବଲ୍ ମଧ୍ୟ ଖେଳିଥିଲେ। ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ପୋଲିସ ଦ୍ବାରା ଜନ ସମ୍ପର୍କ ଶିବିର ମଧ୍ୟ କରା ଯାଇଥିଲା। ମାନ୍ୟମ୍ମ ଜିଲ୍ଲା ଏସପି ସ୍ଥାନୀୟ ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା ବି କରିଥିଲେ। ଏହି ଅବସରରେ ଲୋକଙ୍କୁ ଛତା, ରାସନ ସାମଗ୍ରୀ ଓ ଯୁବକମାନଙ୍କୁ ଭଲିବଲ୍ କୀଟ ପ୍ରଦାନ କରା ଯାଇଥିଲା। ସ୍ୱାସ୍ଥ୍ୟ ଶିବିର ଓ ଜନ ସଂପର୍କ ଶିବିର ଏକା ସହିତ ଆୟୋଜନ କରି ଲୋକଙ୍କ ଆସ୍ଥା ଜିତିବା ପାଇଁ ଆନ୍ଧ୍ର ପ୍ରୟାସ କରୁଛି।