Amrit Bharat: ରାଜ୍ୟରେ ଗଡ଼ିଲା ଅମୃତ ଭାରତ, ରେଳ ଷ୍ଟେସନରେ ସ୍ବାଗତ କଲେ ଅପରାଜିତା ଷଡ଼ଙ୍ଗୀ
Advertisement
Article Detail0/zeeodisha/odisha2036941

Amrit Bharat: ରାଜ୍ୟରେ ଗଡ଼ିଲା ଅମୃତ ଭାରତ, ରେଳ ଷ୍ଟେସନରେ ସ୍ବାଗତ କଲେ ଅପରାଜିତା ଷଡ଼ଙ୍ଗୀ

Amrit Bharat Express: ଅମୃତ ଭାରତ ଏକ୍ସପ୍ରେସ (Amrit Bharat Express) ଭୁବନେଶ୍ବର ଷ୍ଟେସନରେ (Bhubaneswar Station) ପହଁଞ୍ଚିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ (Aparajita Sarangi), ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ସୁଲତା ଦେଓ ଉପସ୍ଥିତ ରହି ଅମୃତ ଭାରତକୁ ସ୍ବାଗତ କରିଥିଲେ। ଏହି ଟ୍ରେନ୍ ଟି ମାଲଦା ଟାଉନରୁ ବେଙ୍ଗଲୁରୁ ମଧ୍ଯରେ ଚଳାଚଳ କରିବ । ।

ସୌ(ସୋସିଆଲ ମିଡିଆ)

Amrit Bharat Express: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଅଯୋଧ୍ଯ ଧାମରୁ (Ayodhya dham) ୨ଟି ଅମୃତ ଭାରତ, ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ତେବେ ଉଦ୍ଦଘାଟନ ପରେ ରବିବାର ଅର୍ଥାତ୍ ଆଜି ଓଡ଼ିଶା ମଧ୍ଯ ଦେଇ ଗଡ଼ିଛ ଏହି ଟ୍ରେନ୍ । ଅମୃତ ଭାରତ ଏକ୍ସପ୍ରେସ (Amrit Bharat Express) ଭୁବନେଶ୍ବର ଷ୍ଟେସନରେ (Bhubaneswar Station) ପହଁଞ୍ଚିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ (Aparajita Sarangi), ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ସୁଲତା ଦେଓ ଉପସ୍ଥିତ ରହି ଅମୃତ ଭାରତକୁ ସ୍ବାଗତ କରିଥିଲେ। ଏହି ଟ୍ରେନ୍ ଟି ମାଲଦା ଟାଉନରୁ ବେଙ୍ଗଲୁରୁ ମଧ୍ଯରେ ଚଳାଚଳ କରିବ । ତେବେ ଅମୃତ ଭାରତ ଜଳେଶ୍ବର, ବାଲେଶ୍ବର, ସୋର, ଭଦ୍ରକ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଓ ବ୍ରହ୍ମପୁର ଷ୍ଟେସନରେ ରହଣି କରିବ ।

ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍। ଏଥିରେ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ୍ ରହିବ। ଏହା ପୁସ୍ ପୁଲ (Push pull technology)  ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଞ୍ଜନ ସହିତ ଚଳାଚଳ କରିବ । ପୁଶ୍-ପୁଲ୍ ଟେକ୍ନୋଲୋଜି ଫଳରେ ଟ୍ରେନଟି ଖୁବ୍ କମ୍ ସମୟ ଭିତରେ ପିକ୍ଅପ୍ ଓ ବ୍ରେକ୍ କରିପାରିବ, ଅର୍ଥାତ୍ ଏହା ଶୀଘ୍ର ସ୍ପିଡ୍ ବଢ଼ାଇ ଓ କମାଇପାରିବ। ମୋଡ଼, ସେତୁ ଓ ଷ୍ଟେସନ ଆଦି ସ୍ଥାନରେ ଏହି ଟେକ୍ନୋଲୋଜି ସମୟ ବଞ୍ଚାଇବ । ଅମୃତ ଭାରତ ଟ୍ରେନ୍ ରେ ଷ୍ଟାର୍ଟ ଓ ବ୍ରେକ୍ ବେଳେ ଯାତ୍ରୀଙ୍କୁ ଝଟକା ଲାଗିବ ନାହିଁ ଓ ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଶେଷ ସୁବିଧା ରହିବ । ଏହି ନନ୍ ଏସି ଟ୍ରେନ୍ ରେ କବଚ ଟେକ୍ନୋଲୋଜି ଲାଗିଛି। ଏଥିରେ ରେଳ ଯାତ୍ରୀମାନଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲ୍‌ଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ଯୋଗାଇ ଦିଆଯିବ।

Also Read- Lingaraj Temple: ନୂତନ ବର୍ଷରେ ଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ୩ ନୂଆ ନିୟମ

ତେବେ, ଏହି ଟ୍ରେନ୍ ପାଇଁ ନିୟମିତ ସେବା ମାଲଦା ଟାଉନ୍ ଠାରୁ ଜାନୁଆରି ୭ଠାରୁ ଏବଂ ଏସଏମ୍‌ଭିଟି ବେଙ୍ଗାଲୁରୁରୁ ୯ ତାରିଖରୁ ଆରମ୍ଭ ହେବ। ଏହା ପ୍ରତ୍ୟେକ ରବିବାର ସକାଳ ୮ଟା ୫୦ରେ ମାଲଦା ଟାଉନ୍ ଛାଡି ମଙ୍ଗଳବାର ଦିନ ଭୋର ୩ଟାରେ ବେଙ୍ଗାଲୁରୁରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ବେଙ୍ଗାଲୁରୁରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୧ଟା ୫୦ରେ ଛାଡି ଗୁରୁବାର ଦିନ ପୂର୍ବାହ୍ନ ୧୧ଟାରେ ମାଲଦା ଟାଉନ୍‌ରେ ପହଞ୍ଚିବ।