Amla Navami 2023: ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ନେଇ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼
Advertisement
Article Detail0/zeeodisha/odisha1970620

Amla Navami 2023: ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ନେଇ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼

Amla Navami 2023: ଆଜି ହେଉଛି ପବିତ୍ର ଅଳାଁ ନବମୀ ବା ରାଧା ପାଦ ଦର୍ଶନ । ଓଡ଼ିଆଣୀ ବେଶରେ ସଜେଇ ହେବେ ମାଆ ରାଧାରାଣୀ । ଏନେଇ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନ କରି ସୌଭାଗ୍ୟ ଲାଭ କରିବା ନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଜମିଛି । 

ସୌ(ସୋସିଆଲ ମିଡିଆ)

Amla Navami 2023: କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବେ ପାଳନ କରାଯାଏ । ଏହି ଦିନ ଅଅଁଳା ଗଛକୁ ପୂଜା କରାଯାଏ । ଓଡ଼ିଆ ସଂସ୍କୃତିରେ ଅଅଁଳା ଗଛକୁ ଦେବୀ ରୂପେ ଗ୍ରହଣ କରାଯାଇଛି । ବିଶ୍ୱାସ କରାଯାଏ, ସରସ୍ବତୀଙ୍କ ରଜୋଗୁଣରୁ ଅଅଁଳାର ସୃଷ୍ଟି । ତେବେ ଏହି ଦିନଠାରୁ ସତ୍ୟ ଯୁଗ ଆରମ୍ଭ ହୋଇଥିବା ବୋଲି ବିଶ୍ୱାସ କରାଯାଏ ।

ଆଜି ହେଉଛି ପବିତ୍ର ଅଳାଁ ନବମୀ ବା ରାଧା ପାଦ ଦର୍ଶନ । ଓଡ଼ିଆଣୀ ବେଶରେ ସଜେଇ ହେବେ ମାଆ ରାଧାରାଣୀ । ଏନେଇ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନ କରି ସୌଭାଗ୍ୟ ଲାଭ କରିବା ନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଜମିଛି । ଅନ୍ୟପଟେ ଅଁଳାନବମୀ ତିଥିରେ ଶ୍ରୀ ରାଧା ପାଦ ଦର୍ଶନର ପରମ୍ପରା ରହିଥିବାବେଳେ ଶ୍ରୀକୃଷ୍ଣ ନଟବର ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ବର୍ଷକୁ ଥରେ ମାତ୍ର ଏହି ଦର୍ଶନ କରି ସୌଭାଗ୍ୟ ଲାଭ କରିଥାନ୍ତି ଭକ୍ତ । ଏଥିପାଇଁ ସାରା ରାଜ୍ୟରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ସୂଚନା ଥାଉ କି, ରାତି ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବା ପରେ ସାକ୍ଷୀ ଗୋପୀନାଥ ଓ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯାଇଛି। ଭକ୍ତମାନେ ବ୍ୟାରିକେଟ୍ ଦେଇ ଧାଡିରେ ଦର୍ଶନ କରୁଛନ୍ତି । ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ଚାଲିବ । ମାତ୍ର ରାଧା ପାଦ ସ୍ପର୍ଶ କରିପାରିବେ ନାହିଁ । ଅଁଳା ନବମୀ ଉପଲକ୍ଷେ ପୁରୀ ଓ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ କଡାକଡି଼ କରାଯାଇଛି ।

ଅଁଳା ନବମୀର ମାହାତ୍ମ୍ୟ

କୁହାଯାଏ, ଥରେ ଲକ୍ଷ୍ମୀ ଓ ଭଗବତୀ ହରିଙ୍କୁ କୌଣସି ଏକ ନୂତନ ଦ୍ରବ୍ୟ ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । କ’ଣ ଦେବେ ଭାବୁଥିବା ବେଳେ ଉଭୟ ଚକ୍ଷୁରୁ ଏକ ସଙ୍ଗେ ଲୁହ ଝରିଥିଲା । ସେହି ଆନନ୍ଦାଶ୍ରୁ ଭୂମିରେ ପଡ଼ି ଅଅଁଳା ଗଛ ସୃଷ୍ଟି ହୋଇଥିଲା ।

ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକତ୍ର ବନସ୍ତରେ ନିଜ ନିଜ ପତିଙ୍କ ପାଇଁ ପୂଜାପାଠ କରିବାକୁ ମନ ବଳାଇଲେ । କିନ୍ତୁ ସ୍ୱାମୀଙ୍କର ପ୍ରିୟ ପୂଜା ସାମଗ୍ରୀ ସେମାନଙ୍କ ପାଖରେ ନ ଥିଲା । ଅର୍ଥାତ୍ ପାର୍ବତୀଙ୍କ ପାଖରେ ବେଲପତ୍ର କିମ୍ବା ଲକ୍ଷ୍ମୀଙ୍କ ପାଖରେ ତୁଳସୀ ନ ଥିଲା । ଦୁହେଁ ଭାବିବାକୁ ଲାଗିଲେ କିପରି ଏ ସମସ୍ୟାର ସମାଧାନ ହେବ । ଠିକ୍ ସେତିକିବେଳେ ନାରଦ ମୁନି ସେଠାରେ ପହଞ୍ଚି ସମସ୍ୟାଟି ଶୁଣି ଅଅଁଳା; ବିଲ୍ୱ ଓ ତୁଳସୀ ସମାହାର ବୋଲି ସେମାନଙ୍କୁ କହିବାରୁ, ସେ ଦୁହେଁ ଅଅଁଳା ଗଛ ନିକଟରେ ପୂଜା ସମାପନ କଲେ । ସେଥିପାଇଁ ଅଅଁଳା ଗଛକୁ ଶିବ ଓ ବିଷ୍ଣୁଙ୍କର ପ୍ରିୟ ବୃକ୍ଷ ବୋଲି କୁହାଯାଏ ।

ଏହା ବି ପଢନ୍ତୁ-Winter Session: ଆଜିଠୁ ଶୀତକାଳିନ ଅଧିବେଶନ, ବିରୋଧୀଙ୍କ ଏହି ୮ଟି ବଡ଼ ମୁଦ୍ଦାକୁ ସାମ୍ନା କରିବ ଶାସକ ଦଳ!