ବିଶାଳ ସମାବେଶରେ ଗର୍ଜିଲେ ଖଡଗେ, ବିଜେପି-ବିଜେଡି ଉପରେ ବର୍ଷିଲେ
Advertisement
Article Detail0/zeeodisha/odisha2085106

ବିଶାଳ ସମାବେଶରେ ଗର୍ଜିଲେ ଖଡଗେ, ବିଜେପି-ବିଜେଡି ଉପରେ ବର୍ଷିଲେ

Odisha politics: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଆଜି ରାଜ୍ୟର କୋଣ ଅନୁକୋଣରୁ ଭୁବନେଶ୍ୱରରେ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇଥିବାବେଳେ ସେମାନଙ୍କ ସାମ୍ନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଖଡଗେ । 

ବିଶାଳ ସମାବେଶରେ ଗର୍ଜିଲେ ଖଡଗେ, ବିଜେପି-ବିଜେଡି ଉପରେ ବର୍ଷିଲେ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ (aicc president mallikarjun kharge) । ଆଜି ରାଜ୍ୟର କୋଣ ଅନୁକୋଣରୁ ଭୁବନେଶ୍ୱରରେ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇଥିବାବେଳେ ସେମାନଙ୍କ ସାମ୍ନାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଖଡଗେ । 

ଆଜି ସମାବେଶରେ ଯୋଗ ଦେଇ କଂଗ୍ରେସ ଅମଳର କଥା କହିବା ସହ ରାଜ୍ୟକୁ ନବୀନ ଏବଂ ମୋଦୀ ସରକାର କଣ ଦେଇଛନ୍ତି ବୋଲି ଖଡଗେ ପ୍ରଶ୍ନ କରିଥିଲେ । ଏଥିସହିତ ରାଜ୍ୟରେ ଚାଲିଥିବା ଶାସନ ଏବଂ ନାମ ନନେଇ ପାଣ୍ଡିଆନଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି ଖଡଗେ । ରାଜ୍ୟରେ କଣ ଲୋକଙ୍କ ଅଭାବ କାହିଁକି ରାଜ୍ୟ ବାହାର ଲୋକଙ୍କ ଉପରେ ସରକାର ନିର୍ଭରଶୀଳ ବୋଲି ଖଡଗେ ପ୍ରଶ୍ନ କରିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମଧ୍ୟରେ ଥିବା ତଫାତ ବିଷୟରେ ଆଲୋକପାତ କରିଥିଲେ । କେବଳ ସେତିକି ନୁହେଁ, ରାଜ୍ୟରେ ଥିବା ଦାରିଦ୍ର, ବେକାରୀ ଏବଂ ଦାଦନ ସମସ୍ୟା ମଧ୍ୟ ଉଠାଇଥିଲେ । ଖଡଗେ କହିଥିଲେ ଯେ, କଂଗ୍ରେସ ସବୁବେଳେ ଗରିବ ଲୋକଙ୍କ ସାଥିରେ ରହିଛି । 

Also Read- ରାଜ୍ୟସଭା ନିର୍ବାଚନ: କେହି ପଲଟିବେନି, ପୁଣି ଏକାଠି ହେବେକି ବିଜେପି ବିଜେଡି ?

Also Read- ବିଜେଡିରେ ମିଶିଲା ଜଲିଉଡ୍ ! ଦୈତାରୀ ପଣ୍ଡାଙ୍କ ସହ ୨୯ କଳାକାର ଫୁଙ୍କିଲେ ଶଙ୍ଖ