Ganjam: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୦ରୁ ଅଧିକ ଆହତ
Advertisement

Ganjam: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୧୦ରୁ ଅଧିକ ଆହତ

Ganjam Accident: ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । 

ସୌ(ସୋସିଆଲ ମିଡିଆ)

Ganjam Accident: ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବିଳମ୍ବତ ରାତିରେ ଭୁବନେଶ୍ବରରୁ କାଲିମେଳା ଅଭିମୁଖେ ଯାଉଥିବା ‘ଦିଲଖୁସ’ ବସ ଢଉଗାଁ ନିକଟରେ ସାମ୍ନା ପଡୁ ଆସୁଥିବା ‘ହ୍ବାଇଟ ହର୍ସ’ ବସ ସହ ଧକ୍କା ହୋଇଥିଲା । ଏଥିରେ ବସ ଡ୍ରାଇଭର କାଳିଆ ଗୌଡ଼ଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଆହତମାନଙ୍କ ମଧ୍ୟରୁ କ୍ଷୀରୋଦ ବେହେରା, ସରିତା ଶତପଥୀ ଓ ରକି ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତ ଲକ୍ଷ୍ମୀ ଖଡା, ସଂଧ୍ୟାରଣୀ ନାହାକ, ପ୍ରକାଶ ଡାକୁଆ, ଦୀପକ ନାହାକ ଆସିକା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେବେ କେଉଁ ପରିସ୍ଥିତିରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।

Also Read-Dillip Samantray Dies: ଦିଲ୍ଲୀପଙ୍କ ପରିବାରର ଅଭିଯୋଗ, ବଦନାମ ଭୟରେ ମାରିଦେଲେ !

Also Read-Samalei Project: ଏହି ଦିନ ଉଦ୍ଦଘାଟିତ ହେବ ସମଲେଇ ପ୍ରକଳ୍ପ, ଆଜିଠୁ ଦେବ ନିମନ୍ତ୍ରଣ

ପ୍ରକାଶଥାଉ କି, ଗୁରୁବାର ଦ୍ୱାରଶୁଣି ଘାଟିରେ ଏକ ତେଲ ଟ୍ୟାଙ୍କର-ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲେ। ଫଳରେ ଉଭୟ ଗାଡି଼ ଭାରସାମ୍ୟ ହରାଇ ଘାଟି ରାସ୍ତା କଡ଼କୁ ଓଲଟି ପଡିଥିଲା। ଗାଡ଼ି ଓଲଟିବା ପରେ ଏଥିରେ ନିଆଁ ଲାଗିଯାଇଥିଲା ।  ଏହାପରେ ଘଟଣାସ୍ଥଳରେ ହିଁ ଡ୍ରାଇଭର ଜଣଙ୍କ ଜୀଅନ୍ତା ଜଳି ଯାଇଥିଲେ। ସେହିଦିନ କାମାକ୍ଷାନଗରରେ ଘଟିଥିଲା ସିରିଜ ଦୁର୍ଘଟଣା । ଏକ ପିକନିକ୍ ବସ ଦୁର୍ଘଟଣାଗସ୍ତ ହେବା ଫଳରେ ୪୦ ଜଣ ଯାତ୍ରୀ ଆହତ ହୋଇଥିଲେ। ପ୍ରଥମେ ହାଇୱାକୁ ଏକ ବସ ଧକ୍କା ଦେବାପରେ ସେହି ବସକୁ ଆଉ ଏକ ଟ୍ରକ୍ ଧକ୍କା ଦେଇଥିଲା ।