Odisha News: ପାରାଦୀପ ବିଶ୍ଵକର୍ମା ପୂଜା ମହୋତ୍ସବରେ ଅଘଟଣ
Advertisement
Article Detail0/zeeodisha/odisha2434301

Odisha News: ପାରାଦୀପ ବିଶ୍ଵକର୍ମା ପୂଜା ମହୋତ୍ସବରେ ଅଘଟଣ

Odisha News: କାଲି ମଧ୍ୟରାତ୍ରରେ ଘଟିଛି ସେଥିପାଇଁ ସେଥିରେ କାହାର କେହି କିଛି କ୍ଷତି ହୋଇନଥିବା ଜଣାପଡିଛି। ତେବେ ରାତିରେ ବର୍ଷା ପବନରେ ଲାଇଟ୍ ଗେଟଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ପଡି ଥିବାରୁ ଗୋଟିଏ ପଟ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇ ପଡିଛି। ସକାଳୁ ସକାଳୁ ଏହାକୁ ଉଠାଇବା ଲାଗି ଲାଇଟ୍ ଗେଟ୍ କର୍ମଚାରୀମାନେ ଭାଙ୍ଗି ପଡିଥିବା ଗେଟକୁ ଉଠାଇବା କାର୍ଯ୍ୟରେ ଲାଗି ପଡିଛନ୍ତି।

Odisha News: ପାରାଦୀପ ବିଶ୍ଵକର୍ମା ପୂଜା ମହୋତ୍ସବରେ ଅଘଟଣ

Odisha News: (ନାରାୟଣ ବେହେରା) ପାରାଦୀପ ବିଶ୍ଵକର୍ମା ପୂଜା ମହୋତ୍ସବରେ ଅଘଟଣ। ପାରାଦୀପ ବଡପଡିଆ କେଜି ସ୍କୁଲ ନିକଟସ୍ଥ ରାସ୍ତା ଉପରେ ନିର୍ମିତ ଏକ ଲାଇଟ୍ ଗେଟ୍ ଗତ କାଲି ବିଳମ୍ବିତ ରାତିରେ ଭାଙ୍ଗି ପଡ଼ିଛି। ଯଦିଓ ଏହା କାଲି ମଧ୍ୟରାତ୍ରରେ ଘଟିଛି ସେଥିପାଇଁ ସେଥିରେ କାହାର କେହି କିଛି କ୍ଷତି ହୋଇନଥିବା ଜଣାପଡିଛି। ତେବେ ରାତିରେ ବର୍ଷା ପବନରେ ଲାଇଟ୍ ଗେଟଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ପଡି ଥିବାରୁ ଗୋଟିଏ ପଟ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇ ପଡିଛି। ସକାଳୁ ସକାଳୁ ଏହାକୁ ଉଠାଇବା ଲାଗି ଲାଇଟ୍ ଗେଟ୍ କର୍ମଚାରୀମାନେ ଭାଙ୍ଗି ପଡିଥିବା ଗେଟକୁ ଉଠାଇବା କାର୍ଯ୍ୟରେ ଲାଗି ପଡିଛନ୍ତି।

 ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ନିରାପତ୍ତା ଦିଗ ପ୍ରତି ସେତିକି ଧ୍ୟାନ ଦିଆ ଯାଇ ନଥିବା ରୁ ପ୍ରକାର ଅଘଟଣ ଘଟିଗଲା। ଯଦି ଲୋକ ଗହଳି ସମୟରେ ହୋଇଥାନ୍ତା ତା' ହେଲେ କି ପ୍ରକାରର ପରିସ୍ଥିତି ସୃଷ୍ଟି ହୋଇଥାନ୍ତା ବୋଲି ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ। ତେବେ ପୂଜା ମଣ୍ଡପ ଆୟୋଜକ ମାନେ ଯଥେଷ୍ଟ ସଚେତନ ହେବା ଆବଶ୍ୟକତା ରହିଛି।