ସରକାରୀ ବିଦ୍ୟାଳୟରେ ଅଘଟଣ, ପାଇଖାନା ଛାତ ଧସି ୨ ଛାତ୍ର ଆହତ
Advertisement
Article Detail0/zeeodisha/odisha2118567

ସରକାରୀ ବିଦ୍ୟାଳୟରେ ଅଘଟଣ, ପାଇଖାନା ଛାତ ଧସି ୨ ଛାତ୍ର ଆହତ

ସ୍କୁଲର ପାଇଖାନା ଛାତ ଖସିପଡିବା କାରଣରୁ ୨ ଜଣ ଛାତ୍ର ଗୁରୁତର ଆହତ ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ସରକାରୀ ବିଦ୍ୟାଳୟରେ ଅଘଟଣ, ପାଇଖାନା ଛାତ ଧସି ୨ ଛାତ୍ର ଆହତ

କେନ୍ଦୁଝର: ପାଟଣା ବ୍ଲକରେ ଥିବା ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲର ପାଇଖାନା ଛାତ ଖସିପଡିବା କାରଣରୁ ୨ ଜଣ ଛାତ୍ର ଗୁରୁତର ଆହତ ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ପରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଆହତ ହୋଇଥିବା ୨ଛାତ୍ର ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ ।

ସୂଚନା ମୁତାବକ, ବିଦ୍ୟାଳୟର ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କ ସହାୟତାରେ ସ୍କୁଲ୍ ପରିସରରେ ସଫେଇ କାର୍ଯ୍ୟକ୍ରମ କରୁଥିଲେ । ପାଇଖାନା ନିକଟରେ ଦୁଇ ଛାତ୍ର ସଫା କରୁଥିବା ସମୟରେ ହଠାତ୍ ପାଇଖାନାର ଛାତ ଭୁଶୁଡି ପଡିବା କାରଣରୁ ପାଇଖାନା କାନ୍ଥ ମଧ୍ୟ ଭାଙ୍ଗିଯାଇଥିଲା । ଫଳରେ ଦୁଇ ଛାତ୍ରଙ୍କ ଦେହରେ ଭଙ୍ଗା ଇଟ୍ଟା ଓ ସିମେଣ୍ଟ ଖଣ୍ଡ ବାଜିଥିଲା । ଏହି ଖବର ପ୍ରଚାରିତ ହେବାପରେ ସ୍କୁଲ ପରିସରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ବିଇଓ ପୂର୍ଣ୍ଣଚନ୍ଦ୍ର ଦଳେଇ ଆହତ ହୋଇଥିବା ଛାତ୍ରଙ୍କୁ ଭେଟିଥିବା ସୂଚନା ମିଳିଛି । ବିଇଓଙ୍କ କହିବାନୁଯାୟୀ ଘଟଣାର ତଦନ୍ତ ଚାଲିଛି । ଅନ୍ୟପଟେ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ କାହିଁକି ସଫେଇ କାମରେ ଲଗାଯାଉଛି ତାହା ଅଭିଭାବକମାନେ ପ୍ରଶ୍ନ କରିଛନ୍ତି ।

Also Read- Crime News: ତେନ୍ତୁଳି ଗଛ କାହାର? ଭାଗ ଛିଣ୍ଡିଲାନି ବୋଲି ୩ ଜଣଙ୍କୁ ହତ୍ୟା

Also Read- ବାପୁଜୀନଗରରେ ସନ୍ଥକବି ଭୀମଭୋଇ ପାଠାଗାର ଉଦଘାଟିତ