Odisha News: ପିଆଇସିଟି କମ୍ପାନୀ ପରିସରରେ ଦୁର୍ଘଟଣା, ଫୋରକ୍ଲିପ୍ ଚାପାରେ ଜଣେ କର୍ମଚାରୀର ମୃତ୍ୟୁ
Advertisement
Article Detail0/zeeodisha/odisha2467442

Odisha News: ପିଆଇସିଟି କମ୍ପାନୀ ପରିସରରେ ଦୁର୍ଘଟଣା, ଫୋରକ୍ଲିପ୍ ଚାପାରେ ଜଣେ କର୍ମଚାରୀର ମୃତ୍ୟୁ

Odisha News: ଆଜି ସେହିପରି ଭୋଳିନାଥ ସର୍ଭେ କାର୍ଯ୍ୟ କରୁଥିବା ସମୟରେ ପିଆଇସିଟି କମ୍ପାନୀ ର ଫୋରକ୍ଲିପ୍ ଟି ଭୋଳିନାଥ ଉପରେ ଚଢି ଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ପିଆଇସିଟି କମ୍ପାନୀ ପରିସରରୁ ମୃତ ଭୋଳିନାଥକୁ ଅଠରବାଙ୍କୀ ମେଡିକାଲ୍ କୁ ନଆଣି କୁଜଙ୍ଗ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଵା ଜଣାପଡିଛି।

Odisha News: ପିଆଇସିଟି କମ୍ପାନୀ ପରିସରରେ ଦୁର୍ଘଟଣା, ଫୋରକ୍ଲିପ୍ ଚାପାରେ ଜଣେ କର୍ମଚାରୀର ମୃତ୍ୟୁ

Odisha News:(ନାରାୟଣ ବେହେରା) ପାରାଦୀପ ସ୍ଥିତ ପିଆଇସିଟି କମ୍ପାନୀ ପରିସରରେ ଦୁର୍ଘଟଣା। ଫୋରକ୍ଲିପ୍ ଚାପାରେ ଜଣେ କର୍ମଚାରୀର ମୃତ୍ୟୁ। ମୃତ କର୍ମଚାରୀ ଜଣଙ୍କ ହେଲେ ପାରାଦୀପ ମଧୁବନ ସ୍ଥିତ ବୃନ୍ଦାବନ କଲୋନୀ ଶିବ ମନ୍ଦିର ନିକଟରେ ରହୁଥିବା ଭୋଳିନାଥ ସ୍ବାଇଁ ,ବୟସ ୩୫ ବୋଲି ଜଣାପଡିଛି। ସେ ଦୀର୍ଘଦିନ ହେବ ପିଆଇସିଟି କମ୍ପାନୀ ଅଧିନ ରେ କାର୍ଯ୍ୟ କରୁଥିବା ''ସାଇଏନ୍ସ ମେରାଇନ୍ ପ୍ରାଇଭେଟ୍ ଲିମିଟେଡ଼ ଏକ ସର୍ଭେ କମ୍ପାନୀ ରେ କାର୍ଯ୍ୟ କରି ଆସୁଥିଲେ। ଆଜି ସେହିପରି ଭୋଳିନାଥ ସର୍ଭେ କାର୍ଯ୍ୟ କରୁଥିବା ସମୟରେ ପିଆଇସିଟି କମ୍ପାନୀ ର ଫୋରକ୍ଲିପ୍ ଟି ଭୋଳିନାଥ ଉପରେ ଚଢି ଯିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ପିଆଇସିଟି କମ୍ପାନୀ ପରିସରରୁ ମୃତ ଭୋଳିନାଥକୁ ଅଠରବାଙ୍କୀ ମେଡିକାଲ୍ କୁ ନଆଣି କୁଜଙ୍ଗ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଵା ଜଣାପଡିଛି।

 ତେବେ ଘଟଣାକୁ ନେଇ ଉତେଜନା ଲାଗି ରହିଥିବା ବେଳେ ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। କମ୍ପାନୀ ଭିତରକୁ କାହାରିକୁ ପ୍ରବେଶ କରାଇ ଦିଆ ଯାଉନାହିଁ। ଯେପର୍ଯ୍ୟନ୍ତ ଭୋଳିନାଥ ର ଶବକୁ ପିଆଇସିଟି କମ୍ପାନୀ ନିକଟକୁ ଅଣା ନଯାଇଛି ସେପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ସହିତ ରାସ୍ତା ଅବରୋଧ ରହିବ ବୋଲି ସ୍ଥାନୀୟ ଲୋକଙ୍କ ସହିତ ପରିବାର ଲୋକେ ଚେତାବନୀ ଦେଇଛନ୍ତି। ତେବେ ଘଟଣାକୁ ନେଇ ଉତେଜନା ଲାଗି ରହିଥିବା ବେଳେ କମ୍ପାନୀ ର ସୁରକ୍ଷା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ। ତେବେ ଭୋଳିନାଥ ର ଘର ଜଗତସିଂହପୁର ଜିଲ୍ଲା ମରଚିପୁର ଗ୍ରାମ ବୋଲି ଜଣାପଡିଛି। ତେବେ ଏହି ଦୁର୍ଘଟଣା କୁ ନେଇ ପାରାଦୀପ ଆଦର୍ଶ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ବେଳେ ଏବେବି ଉତେଜନା ଲାଗି ରହିଛି।