Odisha News: ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, ରାସ୍ତା ଉପରେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା
Advertisement
Article Detail0/zeeodisha/odisha2049250

Odisha News: ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, ରାସ୍ତା ଉପରେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

Odisha News: ବନ୍ଦର ନଗରୀ ପାରାଦୀପରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ। କେହି ଶୁଣିଲେ ନାହିଁ, ଆଉ ମଝି ରାସ୍ତାରେ ପ୍ରସବ କଲେ ମହିଳା। ସେ ପୁଣି ଏକ ଟ୍ରଲି ଉପରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବନ୍ଦର ନଗରୀ ପାରାଦୀପର ସଣ୍ଢକୁଦଠାର।

Odisha News: ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର, ରାସ୍ତା ଉପରେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା

Odisha News: ବନ୍ଦର ନଗରୀ ପାରାଦୀପରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ। କେହି ଶୁଣିଲେ ନାହିଁ, ଆଉ ମଝି ରାସ୍ତାରେ ପ୍ରସବ କଲେ ମହିଳା। ସେ ପୁଣି ଏକ ଟ୍ରଲି ଉପରେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବନ୍ଦର ନଗରୀ ପାରାଦୀପର ସଣ୍ଢକୁଦଠାର। ନିକଟସ୍ଥ ସଣ୍ଡକୁଦ ଅଞ୍ଚଳରୁ ଏକ ଟ୍ରଲିରେ ଆସୁଥିବା ଗର୍ଭବତୀ ମହିଳା ପ୍ରସବ ବେଦନା ସହି ନପାରି ଟ୍ରଲି ଉପରେ ହିଁ ଜନ୍ମ ଦେଇଛନ୍ତି ଏକ କନ୍ୟା ସନ୍ତାନ।

ସେପଟେ ହାଡ଼ ଭଙ୍ଗା ଶୀତକୁ ଏପଟେ ପ୍ରସବର ଅସହ୍ୟ ବେଦନା। ରାସ୍ତା ଉପରେ ଚିତ୍କାର ଶୁଣି ସ୍ଥାନୀୟ କେତେଜଣ ମହିଳା ଆସି ତାଙ୍କୁ ଲୁଗା ଘୋଡାଇ ଦେଇ ପ୍ରସବ ପାଇଁ ସହଯୋଗ କରିଥିଲେ। ସେପଟେ ଖବରପାଇ ପାରାଦୀପ ବନ୍ଦର ତରଫରୁ ଏକ ଆମ୍ବୁଲାନ୍ସ ପହଞ୍ଚିଥିଲା। ପରେ ପ୍ରସୂତି ମହିଳା ଓ ତାଙ୍କ କନ୍ୟାକୁ ପାରାଦୀପ ବିଜୁ ମେମୋରିଆଲ୍ ହସପିଟାଲକୁ ପଠାଇ ଦିଆଯାଇଛି। ଶିଶୁ କନ୍ୟା ସହିତ ମହିଳା ଜଣଙ୍କ ସୁସ୍ଥ ଥିବା ବେଳେ ତାଙ୍କର ଘର କେନ୍ଦ୍ରାପଡା ଜିଲ୍ଲା ଦୁହୁରିଆ ଜମ୍ମୁଧର ଅଞ୍ଚଳର ବୋଲି ଜଣାପଡ଼ିଛି। ସେ ସେହି ଅଞ୍ଚଳର ସରାଫତ ଖାଁ ଙ୍କ ପତ୍ନୀ ସଲାମୁନ ଖାତୁନ ବୋଲି ଜଣାପଡିଛି।

Also Read: Parshottam Rupala: ଓଡ଼ିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ପରଷୋତ୍ତମ ରୂପାଲା, ମତ୍ସ୍ୟଜୀବୀଙ୍କ ଘରେ କଲେ ଭୋଜନ