Elephant Attack: ଯୁବକଙ୍କୁ ବାଇକରୁ ଟାଣି କଚାଡ଼ି ମାରିଦେଲା ଦନ୍ତା ହାତୀ, ଦେଖନ୍ତୁ ଏହି ଭିଡିଓ..
Advertisement
Article Detail0/zeeodisha/odisha1969694

Elephant Attack: ଯୁବକଙ୍କୁ ବାଇକରୁ ଟାଣି କଚାଡ଼ି ମାରିଦେଲା ଦନ୍ତା ହାତୀ, ଦେଖନ୍ତୁ ଏହି ଭିଡିଓ..

Elephant Attack: ଥମୁନି ହାତୀ ଆତଙ୍କ। ପୁଣି ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଜଣେ ଯୁବକ।କେନ୍ଦୁଝରରେ(Keonjhar) ଥମିବାର ନାଁ ନେଉନି ହାତୀ ଆତଙ୍କ। ଦନ୍ତାହାତୀ ଆକ୍ରମଣରେ(Elephant attack) ଯୁବକଙ୍କ ମୃତ ପରେ ଏବେ ସେ ଅଞ୍ଚଳରେ ସୃଷ୍ଟି ହୋଇଛି କୋକୁଆ ଭୟ।

କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ୍(Bimala Forest Section) ବନ୍ଧନଝରୀ ସଂରକ୍ଷିତ ଜଙ୍ଗଲ ପୁରୁଷୋତ୍ତମପୁର ଗାଁ ଚାରିକଣିଆ ନିକଟରେ ଦନ୍ତାହାତୀ ଆକ୍ରମଣରେ ଯୁବକ ମୃତ । ମୃତ ଯୁବକ ହେଲେ ଆକୁଳ ପଞ୍ଚାୟତ ମଲଣ୍ଡା ଗାଁର ମଦନ ନାୟକ। ଆଜି ମଦନ ସକାଳେ ୨ ଜଣଙ୍କ ସହ ମିଶି ଏକ ବାଇକ୍ ରେ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡିଥିଲେ। ହାତୀ ଶୁଣ୍ଢରେ ଟାଣି ନେଇ ତାଙ୍କୁ କଚାଡି ମାରି ଦେଇଥିବା ଜଣାପଡ଼ିଛି।

ତେବେ ମଦନଙ୍କ ମୃତ୍ୟୁ ପରେ କାନ୍ଦବୋବାଳି ଫାଟିପଡ଼ୁଛି ପରିବେଶ। ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଆଉ କେତେ ଦିନ ଏପରି ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପ୍ରାଣ ହାରିବାକୁ ପଡ଼ିବ, କେବେ ସତର୍କ ହୋଇ ତତ୍ପରତାର ସହ ଏହା ନିରାକରଣ କରିବ ବନ ବିଭାଗ?

Also Read: World Cup 2027: ଜାଣନ୍ତୁ କେବେ ଓ କେଉଁଠି ଖେଳାଯିବ ପରବର୍ତ୍ତୀ ବିଶ୍ୱକପ୍..