Odisha News: ୪ବର୍ଷର ଶିଶୁକୁ ହାତଗୋଡ ବାନ୍ଧି ହତ୍ୟା, ପୋଖରୀରୁ ଉଦ୍ଧାର ହେଲା ମୃତ ଦେହ..
Advertisement
Article Detail0/zeeodisha/odisha1972784

Odisha News: ୪ବର୍ଷର ଶିଶୁକୁ ହାତଗୋଡ ବାନ୍ଧି ହତ୍ୟା, ପୋଖରୀରୁ ଉଦ୍ଧାର ହେଲା ମୃତ ଦେହ..

Odisha News: ଖୋର୍ଧା ଜିଲ୍ଲା ଟାଙ୍ଗୀ ଥାନା(Tangi Police Station) ଉଜ୍ଜ୍ୱଳା ଗୋପିନାଥପୁର ଗ୍ରାମରୁ ୫ ଦିନ ତଳୁ ନିଖୋଜ ୪ ବର୍ଷର ଶିଶୁପୁତ୍ର ସୌମ୍ୟ ରଞ୍ଜନର ମୃତ ଦେହ ଗାଁ ନିକଟ ପଥର ଖଣିରୁ ଠାବ ହୋଇଛି। ମୃତ ସୌମ୍ୟରଞ୍ଜନ ଗତ ୧୭ ତାରିଖ ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ।

Odisha News: ୪ବର୍ଷର ଶିଶୁକୁ ହାତଗୋଡ ବାନ୍ଧି ହତ୍ୟା, ପୋଖରୀରୁ ଉଦ୍ଧାର ହେଲା ମୃତ ଦେହ..

Odisha News: ଖୋର୍ଧା ଜିଲ୍ଲା ଟାଙ୍ଗୀ ଥାନା(Tangi Police Station) ଉଜ୍ଜ୍ୱଳା ଗୋପିନାଥପୁର ଗ୍ରାମରୁ ୫ ଦିନ ତଳୁ ନିଖୋଜ ୪ ବର୍ଷର ଶିଶୁପୁତ୍ର ସୌମ୍ୟ ରଞ୍ଜନର ମୃତ ଦେହ ଗାଁ ନିକଟ ପଥର ଖଣିରୁ ଠାବ ହୋଇଛି। ମୃତ ସୌମ୍ୟରଞ୍ଜନ ଗତ ୧୭ ତାରିଖ ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ। ସୌମ୍ୟରଞ୍ଜନଙ୍କ ବାପା ସୁବାଷ ପ୍ରଧାନ ପୁଅର ନିଖୋଜ ସମ୍ପର୍କରେ ଭୂଷୁଣ୍ଡପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ତେବେ ପୋଲିସ ଏବଂ ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କଲାପରେ ମଧ୍ୟ ଶିଶୁ ପୁତ୍ରର କୌଣସି ପତା ପାଇନଥିଲେ। ଆଜି ସନ୍ଦେହରେ କିଛି ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରିବା ପରେ ସେହି ଗ୍ରାମ ନିକଟ ଏକ ପଥର ଖଣି ଭିତରୁ ନିଖୋଜ ଶିଶୁ ପୁତ୍ରର ମୃତଦେହ ଠାବ କରିଛି। ପିଲାଟିର ଦେହରେ ଏକ ଲୁଙ୍ଗି ଗୁଡ଼ାଇ ପଥର ବନ୍ଧା ଅବସ୍ଥାରେ ପୋଲିସ ଖଣି ଭିତରୁ ପିଲାଟିକୁ ଉଦ୍ଧାର କରିଛି। ପରିବାର ଲୋକେ ସୌମ୍ୟରଞ୍ଜନକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି।ତେବେ ଏ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚଳାଇଛି ପୋଲିସ୍।

Also Read: kartika Panchuka 2023: ଗୁରୁବାରଠାରୁ ଆରମ୍ଭ ହେବ ପଞ୍ଚୁକ ବତ୍ର, ଜାଣନ୍ତୁ କାହିଁକି କରାଯାଏ ପାଳନ?