Gajpati news : ୨୫ ବର୍ଷର ସରକାର ଦେଇପାରିଲାନି ଅଙ୍ଗନବାଡ଼ି ଘର
Advertisement
Article Detail0/zeeodisha/odisha2350717

Gajpati news : ୨୫ ବର୍ଷର ସରକାର ଦେଇପାରିଲାନି ଅଙ୍ଗନବାଡ଼ି ଘର

Development of government lies : ଗତ ନବୀନ ସରକାରଙ୍କ ୨୫ ବର୍ଷ ଶାସନ ସମୟରେ ଗଜପତିର ବିକାଶ କେବଳ କାଗଜ କଲମରେ ସୀମିତ ହୋଇ ରହିଛି।ଜିଲ୍ଲାରେ ୮୪ ଟି ଅଙ୍ଗନବାଡ଼ି ଅଛି ହେଲେ ପାଠ ପଢିବାକୁ ଘରଟିଏ ନାହିଁ। ନବୀନ ସରକାରଙ୍କ ବିକାଶର ଡିଣ୍ଡିମକୁ ପ୍ରଶ୍ନ କରୁଛି।

anganwadi

ଗଜପତି : ଗତ ନବୀନ ସରକାରଙ୍କ ୨୫ ବର୍ଷ ଶାସନ ସମୟରେ ଗଜପତିର ବିକାଶ କେବଳ କାଗଜ କଲମରେ ସୀମିତ ହୋଇ ରହିଛି।ଜିଲ୍ଲାରେ ୮୪ ଟି ଅଙ୍ଗନବାଡ଼ି ଅଛି ହେଲେ ପାଠ ପଢିବାକୁ ଘରଟିଏ ନାହିଁ।ପିଲାମାନେ  ଭଙ୍ଗା ଘରେ ଅନ୍ୟ କାହାର ବାରଣ୍ଡାରେ ବସି ପଢୁଛନ୍ତି ।ଯାହାକି ନବୀନ ସରକାରଙ୍କ ବିକାଶର ଡିଣ୍ଡିମକୁ ପ୍ରଶ୍ନ କରୁଛି।

ନବୀନ ସରକାରଙ୍କ ଦୀର୍ଘ ୨୫ ବର୍ଷ ଶାସନ କାଳରେ ଗଜପତି ଜିଲ୍ଲାରେ ସହରାଞ୍ଚଳ ଠୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ ଉନ୍ନତି ଘଟିନଥିବା ଅନୁଧ୍ୟାନରୁ ଜଣାପଡ଼ୁଛି । ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲାର ନୂଆଗଡ଼ ବ୍ଳକରେ ୮୪ ଗୋଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ । ଏହି କେନ୍ଦ୍ର ଗୁଡିକରେ ଥିବା ପିଲାଙ୍କୁ ଶୀତ କାକର, ବର୍ଷା ଓ ଖରା ଦିନେ ପୁରାତନ ଅଙ୍ଗନବାଡ଼ି କେନ୍ଦ୍ରର ଭଙ୍ଗା ଓ ବିପଦପୂର୍ଣ୍ଣ ଘରେ ପଢ଼ା ଯାଉଛି । ଯେଉଁଥିପାଇଁ ଅଭିଭାବକ ଅସନ୍ତୁଷ୍ଟ ହୋଇ ପିଲାଙ୍କୁ ବେସରକାରୀ ସ୍କୁଲ ମାନଙ୍କରେ ପାଠ ପଢ଼ାସିବାକୁ ବାଧ୍ୟ ହେଉଛନ୍ତି।

ନୂଆଗଡ ବ୍ଲକରେ ୨୭୪ଟି ଅଙ୍ଗନବାଡ଼ି କେନ୍ଦ୍ରରୁ ୧୯୦ଟିର ନିଜସ୍ବ ଗୃହ ରହିଛି। ତେବେ, ବାକି ୮୪ଟି କେନ୍ଦ୍ର ଭଗ୍ନ ଅବସ୍ଥାରେ ପଡ଼ିରହିଛି।ସେଥି ମଧ୍ୟରୁ ୧୪ଟି ରହିଥିବା ବେଳେ ନିର୍ମାଣାଧୀନ ଅବସ୍ଥାରେ ୫୦ଟି ରହିଛି। ୨ଟି ଘର ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ପାଠପଢା ପାଇଁ  ହସ୍ତାନ୍ତର ହୋଇନି। ଆଉ ୧୮ଟି ନୂତନ କୋଠା ନିମନ୍ତେ କାମ ହିଁ ଆରମ୍ଭ ହୋଇନାହିଁ। ଭଗ୍ନାବସ୍ଥାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କୁ କେଉଁଠି ଭଙ୍ଗା ଘରେ ତ, ଆଉ କେଉଁଠି କାହାରି ଘର ବାରଣ୍ଡାରେ ବସାଇ ପଢ଼ାଯାଉଛି। ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଉଭୟ କର୍ମୀ ଓ ପିଲାମାନେ ରହିଥିବା ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । 

ଉଲ୍ଲେଖଯୋଗ୍ୟଯେ, ଗତ ୨/୩ ବର୍ଷ ହେଲା ଗଜପତି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନୂଆଗଡ଼ ବ୍ଲକର ବିପଦପୂର୍ଣ୍ଣ, ଅଦ୍ଧଭଗ୍ନ, ଅର୍ଦ୍ଧନିର୍ମିତ, ଅସମ୍ପୂର୍ଣ୍ଣ ଏବଂ କାମ ଆରମ୍ଭ ହୋଇନଥିବା ଅଙ୍ଗନବାଡ଼ି କେନ୍ଦ୍ର ସମ୍ପର୍କରେ ତତ୍କାଳୀନ ସିଡିପିଓ ଅବଗତ କରାଇଥିଲେ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଶୂନ୍। ଗ୍ରାମ୍ୟ ଉନ୍ନୟନ ବିଭାଗର ଉଚ୍ଚକର୍ତ୍ତୃପକ୍ଷ ପିଲାଙ୍କ ଅଙ୍ଗନବାଡ଼ି ବିଦ୍ୟାଳୟ ପ୍ରତି ସଚେତନ ନଥିବା ଏଥିରୁ ସ୍ପଷ୍ଟ ହୋଇଛି । ସମ୍ପୃକ୍ତ ଘଟଣା ନେଇ ବର୍ତ୍ତମାନ ରାଜ୍ୟରେ ଶାସନ ଭାର ଗ୍ରହଣ କରିଥିବା ନୂତନ ସରକାର ଦୃଷ୍ଟି ଆକର୍ଷଣ କରି ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳବାସୀ ନିବେଦନ କରିଛନ୍ତି।

ଗଜପତି ରୁ ପ୍ରେମାନନ୍ଦ ପୁଜାରୀ ଙ୍କ ରିପୋର୍ଟ ଜୀମିଡିଆ