ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓଙ୍କ ଦ୍ବାଦଶାହରେ ଯୋଗ ଦେଲେ 5ଟି ଅଧ୍ୟକ୍ଷ
Advertisement
Article Detail0/zeeodisha/odisha2120074

ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓଙ୍କ ଦ୍ବାଦଶାହରେ ଯୋଗ ଦେଲେ 5ଟି ଅଧ୍ୟକ୍ଷ

ଦଳମତ ନିର୍ବିଶେଷରେ ଖଲ୍ଲିକୋଟ ରାଣୀ ସମସ୍ତଙ୍କର ଶ୍ରଦ୍ଧା ଓ ସମ୍ମାନର ଅଧିକାରିଣୀ ଥିଲେ ବୋଲି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

ଖଲ୍ଲିକୋଟ ରାଣୀ ସୁଜ୍ଞାନ ଦେଓଙ୍କ ଦ୍ବାଦଶାହରେ ଯୋଗ ଦେଲେ 5ଟି ଅଧ୍ୟକ୍ଷ

ଭୁବନେଶ୍ବର: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ଖଲ୍ଲିକୋଟ RCM ବିଜ୍ଞାନ କଲେଜରେ ପୂର୍ବତନ ବିଧାୟିକା ରାଣୀ ସୁଜ୍ଞାନ କୁମାରୀ ଦେଓଙ୍କ ଦ୍ବାଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କ ପରିବାର ବର୍ଗ, ଜ୍ଞାତିକୁଟୁମ୍ବ ଓ ସ୍ଥାନୀୟ ଲୋକମାନଙ୍କୁ ସେ ଭେଟି ରାଣୀଙ୍କ ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ, ସ୍ବର୍ଗତ ସୁଜ୍ଞାନ ଦେଓ ଗଞ୍ଜାମର ଅପ୍ରତିଦ୍ବନ୍ଦୀ ରାଜନେତ୍ରୀ ଭାବେ ଅନେକ ଦଶକ ଧରି ଏ ଅଞ୍ଚଳର ସେବା କରିଆସିଥିଲେ। ତାଙ୍କର ବ୍ୟକ୍ତିତ୍ବ ଓ ସେବା ମନୋଭାବ ଯୋଗୁ ସେ ସାରା ଓଡ଼ିଶାରେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସମ୍ମାନର ଅଧିକାରିଣୀ ହୋଇଥିଲେ ।

ସ୍ବତନ୍ତ୍ର ଓଡ଼ିଶା ଗଠନରେ ଓ ପରିବର୍ତ୍ତୀ ଓଡ଼ିଶାରେ ବିକାଶରେ ରାଣୀଙ୍କ ପରିବାରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ମତ ଦେଇ ସେ କହିଥିଲେ ଯେ, ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ବୋହୁ ଭାବରେ ସେ ଖଲ୍ଲିକୋଟ ରାଜ ପରିବାରର ଜଣେ ସୁଯୋଗ୍ୟା ଉତ୍ତରାଧିକାରିଣୀ ଥିଲେ ।

Also Read- ବିଶ୍ୱ ମହିଳା ଦିବସରେ ଅନୁପମ ପଟ୍ଟନାୟକଙ୍କ ନୂଆ ଚଳଚ୍ଚିତ୍ର "ତ୍ରିକନ୍ୟା"

Also Read- ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ