କଟକ ମର୍କତନଗର ଥାନା ଅଂଚଳରେ ବାପା, ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ
Advertisement
Article Detail0/zeeodisha/odisha2364908

କଟକ ମର୍କତନଗର ଥାନା ଅଂଚଳରେ ବାପା, ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

Cuttack: ଗତକାଲି ଘର ଛାଡ଼ିବା ପାଇଁ ଘର ମାଲିକଙ୍କ ସହ କ‌ଥାବାର୍ତ୍ତା ହୋଇଥିଲେ। ପ୍ରତି ମାସରେ ଭଡ଼ା ଦେଇ ପାରୁ ନଥିଲେ, ପୂର୍ବରୁ ମଧ୍ୟ ଜୀବନ ହରିବାକୁ ଚେତାବନୀ ଦେଇଥିଲେ ପରିବାରବର୍ଗ ବୋଲି ପ୍ରତିକ୍ରିୟା ରଖୁଛନ୍ତି ଘର ମାଲିକ।

କଟକ ମର୍କତନଗର ଥାନା ଅଂଚଳରେ ବାପା, ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ଗୋଟିଏ ପରିବାରର ତିନିଜଣଙ୍କ ଆତ୍ମହତ୍ୟା ଉଦ୍ୟମ। କଟକ ମର୍କତନଗର ଥାନା ଅନ୍ତର୍ଗତ ସିଡିଏ ସେକ୍ଟର-୬ରେ ଥିବା ଏକ ଭଡ଼ା ଘରୁ ମୁମୂର୍ଷୁ ଅବସ୍ଥାରେ ବାପା, ମାଆ ଓ ପୁଅଙ୍କୁ ଉଦ୍ଧାର ଉଦ୍ଧାର କରାଯାଇଛି। ୩ ଜଣଙ୍କୁ ପୁଲିସ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ରହିଛି।

ସୂଚନା ଅନୁସାରେ, କଟକ ସିଡିଏ ସ୍ଥିତ ମର୍କନଗର ଥାନା ଅଞ୍ଚଳ ଭଡ଼ାରେ ରହୁଥିଲେ ପରିବାର। ଘର ଭଡ଼ା ଟଙ୍କାକୁ ନେଇ ଚିନ୍ତାରେ ଥିଲେ ପରିବାର। ଗତକାଲି ଘର ଛାଡ଼ିବା ପାଇଁ ଘର ମାଲିକଙ୍କ ସହ କ‌ଥାବାର୍ତ୍ତା ହୋଇଥିଲେ। ପ୍ରତି ମାସରେ ଭଡ଼ା ଦେଇ ପାରୁ ନଥିଲେ, ପୂର୍ବରୁ ମଧ୍ୟ ଜୀବନ ହରିବାକୁ ଚେତାବନୀ ଦେଇଥିଲେ ପରିବାରବର୍ଗ ବୋଲି ପ୍ରତିକ୍ରିୟା ରଖୁଛନ୍ତି ଘର ମାଲିକାl। ଏ ନେଇ ଦୁଇ ମାସ ତଳେ ସ୍ଥାନୀୟ ଥାନାକୁ ମଧ୍ୟ ଅବଗତ କରିଥିଲେ ଘର ମାଲିକ। ତେବେ ଆଜି ଘର ଭିତରୁ ଗୁରୁତର ଅବସ୍ଥାରେ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ପରେ ଘଟଣାସ୍ଥଳରେ ସାଇନଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି।