WTC Final 2023: ବିରାଟ କୋହଲି, ସଚିନ୍ ନା ଦ୍ରାବିଡ; ଜାଣନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ କିଏ କରିଛନ୍ତି ସର୍ବାଧିକ ରନ୍?
Advertisement

WTC Final 2023: ବିରାଟ କୋହଲି, ସଚିନ୍ ନା ଦ୍ରାବିଡ; ଜାଣନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ କିଏ କରିଛନ୍ତି ସର୍ବାଧିକ ରନ୍?

WTC Final 2023: ଭାରତୀୟ ଦଳ ୭ଜୁନରୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ୍ ଖେଳିବ, ଯାହା ଲଣ୍ଡନର ଓଭାଲରେ ଖେଳାଯିବ । ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

WTC Final 2023: ଆଇପିଏଲ ୨୦୨୩ ସମାପ୍ତ ହୋଇଛି । ବର୍ତ୍ତମାନ ଟିମ୍ ଇଣ୍ଡିଆର (Team India) ଖେଳାଳିମାନେ ଇଂଲଣ୍ଡରେ ପହଞ୍ଚିଛନ୍ତି, ଯେଉଁଠାରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଲଢିବ । ଭାରତୀୟ ଦଳକୁ ୭ଜୁନରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ (World Test Championship Final) ମ୍ୟାଚ୍ ଖେଳିବାକୁ ପଡିବ । ଏହି ମ୍ୟାଚ୍ ଲଣ୍ଡନର ଓଭାଲରେ ଖେଳାଯିବ । ଭାରତୀୟ ଦଳ ଶେଷ ଥର ପାଇଁ ନିଜ ଘରେ ଅଷ୍ଟ୍ରେଲିଆ (India vs Australia) ସହିତ ମୁହାଁମୁହିଁ ହୋଇଥିଲେ, ଯେଉଁ ସିରିଜକୁ ଟିମ୍ ଇଣ୍ଡିଆ ୨-୧ ରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିଥିଲା ।​ ବର୍ତ୍ତମାନ ଭାରତୀୟ ଦଳ ପୁଣି ଅଷ୍ଟ୍ରେଲିଆ ସହିତ ପୁଣିଥରେ ଳଢିବାକୁ ପ୍ରସ୍ତୁତ ଓ କିନ୍ତୁ ସ୍ଥାନ ଲଣ୍ଡନ ହେବ । ଭାରତୀୟ ଦଳରେ ଏପରି ଦୁଇଜଣ ଖେଳାଳି ଅଛନ୍ତି, ଯାହାଙ୍କ ବ୍ୟାଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜୋରଦାର ବର୍ଷିଛି ।

କହିରଖୁଛୁ ଯେ, ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଇଂଲଣ୍ଡର ଜ୍ୟାକ୍ ହବ୍ସଙ୍କ ନାମରେ ରହିଛି, ଯିଏ ହାରାହାରି ୬୫ଟି ମ୍ୟାଚରେ ୩୬୩୬ ରନ୍ ସ୍କୋର କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ସର୍ବାଧିକ ରନ୍ ସ୍କୋରର୍ ସଚିନ୍ ତେନ୍ଦୁଲକର ରହିଛନ୍ତି । ସଚିନ୍ ୩୯ଟି ଟେଷ୍ଟର ୭୪ଟି ଇନିଂସରେ ୩୬୩୦ ରନ୍ ସ୍କୋର କରିଛନ୍ତି । ଦ୍ୱିତୀୟ ନମ୍ବରରେ ଭିଭିଏସ୍ ଲକ୍ଷ୍ମଣ ଅଛନ୍ତି, ଯିଏ ୨୯ଟି ମ୍ୟାଚରେ ୨୪୩୪ ରନ୍ ସ୍କୋର କରିଛନ୍ତି । ରାହୁଲ ଦ୍ରାବିଡ ମଧ୍ୟ ୩୩ଟି ମ୍ୟାଚରେ ୨୧୬୬ ରନ୍ ସ୍କୋର କରିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ ର ଫାଇନାଲ୍ ପାଇଁ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ ଚେତେଶ୍ୱର ପୂଜାରା ୨୪ ଟି ମ୍ୟାଚରେ ୨୦୩୩ ରନ୍ ସଂଗ୍ରହ କରିଛନ୍ତି । ବିରାଟ କୋହଲି ମଧ୍ୟ ୨୪ ଟି ମ୍ୟାଚ୍ ଖେଳି ୧୯୭୯ ରନ୍ ସ୍କୋର କରିଛନ୍ତି । ୧୭ଟି ମ୍ୟାଚରେ ରାହାଣେ ୧୦୯୦ ରନ୍ ସ୍କୋର କରିଛନ୍ତି ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପାଇଁ ମନୋନୀତ ହୋଇଥିବା ଭାରତୀୟ ଦଳରେ ବିରାଟ କୋହଲି, ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେ ଅଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ତିନିଜଣଙ୍କ ପ୍ରଦର୍ଶନ ଅତ୍ୟନ୍ତ ଭଲ ଏବଂ ପୁଣି ଥରେ ସେମାନେ ରନ୍ ସ୍କୋର କରିବାକୁ ପ୍ରସ୍ତୁତ ଅଛନ୍ତି ।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଚୟନ ହୋଇଥିବା ଉଭୟ ଦଳ
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେ.ଏସ୍ ଭରତ (wk), ରବିଚନ୍ଦ୍ରନ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନଦକାଟ ଓ ଇଶାନ କିଶାନ (wk))

ଅଷ୍ଟ୍ରେଲିଆ: ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରି (wk), କ୍ୟାମେରନ୍ ଗ୍ରୀନ୍, ମାର୍କସ୍ ହାରିସ୍, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ୍, ଉସମାନ ଖାୱାଜା, ମାର୍ନସ୍ ଲାବୁସାଗ୍ନେ, ନାଥାନ୍ ଲିଅନ୍, ଟଡ୍ ମର୍ଫି, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ ଓ ଡେଭିଡ ୱାର୍ଣ୍ଣର ।

ଏହା ବି ପଢନ୍ତୁ: WTC Final 2023: ଟିମ୍ ଇଣ୍ଡିଆ ହାରିଯିବ କି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍? ଆଇସିସିର ଏହି ନିଷ୍ପତ୍ତି ରୋହିତ ଟିମକୁ ଦେଲା ବଡ଼ ଟେନସନ