WTC Final 2023: ଗୋଟିଏ ପରାଜୟ ଓ ସବୁକିଛି ଶେଷ! କ'ଣ ଏବେବି WTC ଫାଇନାଲରେ ପହଞ୍ଚିପାରିବ ଭାରତ, ଜାଣନ୍ତୁ ସମୀକରଣ
Advertisement

WTC Final 2023: ଗୋଟିଏ ପରାଜୟ ଓ ସବୁକିଛି ଶେଷ! କ'ଣ ଏବେବି WTC ଫାଇନାଲରେ ପହଞ୍ଚିପାରିବ ଭାରତ, ଜାଣନ୍ତୁ ସମୀକରଣ

WTC Final 2023:  ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଯୋଗ୍ୟତା ଅର୍ଜନ କରିବାର ଆଶାରେ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି । ଷ୍ଟିଭ୍ ସ୍ମିଥ୍ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ୨୦୨୧-୨୩ WTC ଚକ୍ରରେ ସେମାନଙ୍କର ଏକାଦଶ ବିଜୟ ହାସଲ କରି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ।

WTC Final 2023: ଗୋଟିଏ ପରାଜୟ ଓ ସବୁକିଛି ଶେଷ! କ'ଣ ଏବେବି WTC ଫାଇନାଲରେ ପହଞ୍ଚିପାରିବ ଭାରତ, ଜାଣନ୍ତୁ ସମୀକରଣ

ICC World Test Championship Final 2023: ଭାରତୀୟ ଦଳ (Indian Cricket Team) ଶୁକ୍ରବାର ଦିନ ଇନ୍ଦୋର (Indore Test) ରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫି (Border-Gavaskar Trophy 2023) ର ତୃତୀୟ ଟେଷ୍ଟ (India vs Australia 3rd Test) ର ତୃତୀୟ ଦିନରେ ଅଷ୍ଟ୍ରେଲିଆ ହାତରେ ୯ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଥିଲା । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ (ICC World Test Championship Final) ରେ ଯୋଗ୍ୟତା ଅର୍ଜନ କରିବାର ଆଶାରେ ଭାରତୀୟ ଦଳକୁ ଏକ ବଡ଼ ଝଟକା ଲାଗିଛି । ଷ୍ଟିଭ୍ ସ୍ମିଥ୍ (Steve Smith) ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ୨୦୨୧-୨୩ WTC ଚକ୍ରରେ ସେମାନଙ୍କର ଏକାଦଶ ବିଜୟ ହାସଲ କରି ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ।

ଏହି ସମୟରେ ଭାରତୀୟ ଦଳକୁ ପ୍ରତିଶତରେ ଏକ ବଡ଼ କ୍ଷତି ସହିବାକୁ ପଡ଼ିଛି । ଟିମ୍ ଇଣ୍ଡିଆ (Team India) ପାଖରେ ୬୪.୦୬ ପ୍ରତିଶତ ଥିଲା ଯାହା ପରାଜୟ ପରେ ୬୦.୨୯କୁ ଖସି ଆସିଛି । ୨୦୨୧-୨୩ ଚକ୍ରରେ ୧୭ଟି ମ୍ୟାଚରେ ଏହା ଭାରତୀୟ ଦଳ (Indian Team) ର ପଞ୍ଚମ ପରାଜୟ ଥିଲା । ଯଦି ଭାରତୀୟ ଦଳକୁ WTC ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଅଛି । ତେବେ ଦଳ ପାଇଁ ଏକମାତ୍ର ଉପାୟ ହେଉଛି ମାର୍ଚ୍ଚ ୯ରୁ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ (India vs Australia 4th Test Match) ଜିତିବା । ଇଂଲଣ୍ଡର ଓଭାଲରେ ଅନୁଷ୍ଠିତ ହେବାକୁ ଥିବା WTC ଫାଇନାଲରେ ପ୍ରବେଶ କରିବାକୁ ଶ୍ରୀଲଙ୍କା ଏକମାତ୍ର ଦଳ । ଯଦି ଭାରତୀୟ ଦଳ ଅହମ୍ମଦାବାଦରେ ଏକ ବିଜୟ ହାସଲ କରନ୍ତି । ତେବେ ଦଳର ପ୍ରତିଶତ ୬୨.୫ ହୋଇଯିବ । ଶ୍ରୀଲଙ୍କା (Sri Lankan) ବିପଦକୁ ଏଡ଼ାଇବା ପାଇଁ ଏହା ଯଥେଷ୍ଟ ହେବ ।

ଅଧିକ ପଢ଼ନ୍ତୁ:-ଇନ୍ଦୋର ଟେଷ୍ଟ ଶେଷ ହେବା ମାତ୍ରେ ଅଧିନାୟକତ୍ୱ ଛାଡିବାକୁ କଲେ ଘୋଷଣା, ବର୍ତ୍ତମାନ ଏହି ଭେଟେରାନଙ୍କୁ ମିଳିବ ଦଳର କମାଣ!

ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜ୍ ମଝିରେ ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବାପାଙ୍କ ଦେହାନ୍ତ, ଶୋକ ପ୍ରକାଶ କଲେ ପିଏମ ମୋଦି

ଅଧିକ ପଢ଼ନ୍ତୁ:-ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର; ବଦଳିଯିବ ବ୍ୟାଙ୍କ ଖୋଲିବା ଓ ବନ୍ଦ ହେବା ସମୟ; ଜାଣନ୍ତୁ କାହିଁକି

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଶ୍ରୀଲଙ୍କାକୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (New Zealand vs Sri Lanka Test Series) ଖେଳିବାକୁ ପଡିବ । ଯଦି ଶ୍ରୀଲଙ୍କା ଦଳ ଉଭୟ ମ୍ୟାଚ୍ ଜିତିବ । ତେବେ ଦଳର ୬୧.୧୧ ପ୍ରତିଶତ ହେବ । ତେବେ ଯଦି ଭାରତୀୟ ଦଳ ଅହମ୍ମଦାବାଦରେ ଅଷ୍ଟ୍ରେଲିଆକୁ ପରାସ୍ତ କରେ ତେବେ ଏଥିରେ ୬୨.୫ ପ୍ରତିଶତ ସହ ୧୩୫ ପଏଣ୍ଟ ରହିବ । ଯଦି ଅହମ୍ମଦାବାଦରେ ମ୍ୟାଚରେ ଭାରତ ହାରିଯାଏ, ତେବେ ଭାରତ ୫୬.୯୪ ପ୍ରତିଶତ ସହ ୧୨୩ ପଏଣ୍ଟକୁ ଖସି ଆସିବ । ଯଦି ଭାରତୀୟ ଦଳ ଅହମ୍ମଦାବାଦରେ ମ୍ୟାଚ୍ ଡ୍ର କରେ । ତେବେ ଦଳ ୧୨୭ ପଏଣ୍ଟ ଓ ୫୮.୭୯ ପ୍ରତିଶତକୁ ଖସି ଆସିବ । ଏଭଳି ପରିସ୍ଥିତିରେ ଯଦି ଶ୍ରୀଲଙ୍କା ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରେ । ତେବେ ଶ୍ରୀଲଙ୍କା ଦଳର ପ୍ରତିଶତ ୬୧.୧୧ ହେବ । ଏପରି ପରିସ୍ଥିତିରେ ଭାରତୀୟ ଦଳ ଫାଇନାଲ ଦୌଡ଼ରୁ ବାଦ ପଡ଼ିବ ।