World Cup 2023: ଆସନ୍ତାକାଲି ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାର୍ମଅଫ୍ ମ୍ୟାଚ୍, ଜାଣନ୍ତୁ ପ୍ଲେଇଂ XI ଓ ଲାଇଭ୍ ଷ୍ଟ୍ରିମିଂ ସମେତ ସବୁକିଛି
Advertisement
Article Detail0/zeeodisha/odisha1893472

World Cup 2023: ଆସନ୍ତାକାଲି ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାର୍ମଅଫ୍ ମ୍ୟାଚ୍, ଜାଣନ୍ତୁ ପ୍ଲେଇଂ XI ଓ ଲାଇଭ୍ ଷ୍ଟ୍ରିମିଂ ସମେତ ସବୁକିଛି

World Cup 2023: ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ (୩୦ ସେପ୍ଟେମ୍ବର) ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ମ୍ୟାଚ୍ ହେବ । ଏହି ମ୍ୟାଚ୍ ଗୁଆହାଟୀରେ ଖେଳାଯିବ ।

 

ସାଙ୍କେତିକ ଛବି (India vs England, 4th Warm-up game)

India vs England, 4th Warm-up game: ଦିନିକିଆ ବିଶ୍ୱକପ୍ ୨୦୨୩ ର କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । କ୍ରିକେଟର ଏହି ମହାକୁମ୍ଭ ୫ ଅକ୍ଟୋବରରୁ ଆରମ୍ଭ ହେବ, କିନ୍ତୁ ଶୁକ୍ରବାର ଦିନ ଠାରୁ ୱାର୍ମ ଅପ୍ ମ୍ୟାଚ୍ ଆରମ୍ଭ ହୋଇଛି । ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ (୩୦ ସେପ୍ଟେମ୍ବର) ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକ ମ୍ୟାଚ୍ ହେବ । ଏହି ମ୍ୟାଚରେ ଉଭୟ ଦଳ ସର୍ବଶ୍ରେଷ୍ଠ ଖେଳୁଥିବା ପ୍ଲଇଂ ଇଲେଭେନ ସହିତ ପଡିଆକୁ ଉହ୍ଲାଇ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ବିଶ୍ୱକପ ପାଇଁ ନିଜର ସର୍ବୋତ୍ତମ ପ୍ଲେଇଂ ଇଲେଭେନ ବାଛିବା ପାଇଁ ଉଭୟ ଦଳର ଏହି ହେଉଛି ଏକ ଭଲ ସୁଯୋଗ ।

ଆପଣଙ୍କୁ କହି ରଖୁଛୁ ଯେ ୱାର୍ମ ଅପ୍ ମ୍ୟାଚ୍ ରେ ସମସ୍ତ ୧୫ ଖେଳାଳିଙ୍କୁ ଖେଳା ଯାଇପାରିବ । ଯଦିଓ କେବଳ ୧୧ ଖେଳାଳି ବ୍ୟାଟିଂ କରିବେ, ସେଥିପାଇଁ ପ୍ଲେଇଂ ଇଲେଭେନ ବାଛିବାର କୌଣସି ଆବଶ୍ୟକତା ନାହିଁ । ଯେକେହି ଯେକୌଣସି ସ୍ଥାନରେ ବ୍ୟାଟିଂ କରିପାରିବେ ଓ ଯେକୈଣସି ସ୍ଥାନରେ ବୋଲିଂ କରିପାରିବେ ।

ବର୍ଷା ଯୋଗୁଁ ଧୋଇ ଯାଇପାରେ ଭାରତ-ଇଂଲଣ୍ଡ ମ୍ୟାଚ୍
ପାଣିପାଗ ବିଭାଗ ଅନୁଯାୟୀ, ୩୦ ସେପ୍ଟେମ୍ବରରେ ଗୁଆହାଟୀରେ ବର୍ଷା ହେବାର ସମ୍ଭାବନା ରହିଛି । ପାଣିପାଗ ଡଟ୍ କମ୍ ରିପୋର୍ଟ ଅନୁଯାୟୀ ଶନିବାର ଦିନ ଗୁଆହାଟୀରେ ୫୦ରୁ ୫୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ।

କେବେ ଓ କେଉଁଠାରେ ଖେଳାଯିବ ଭାରତ-ଇଂଲଣ୍ଡ ମ୍ୟାଚ୍?
ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ଅଭ୍ୟାସ ମ୍ୟାଚ୍ ଗୁଆହାଟିର ବାରସାପାରା ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍ ଅପରାହ୍ନ ୨ ଟାରୁ ଆରମ୍ଭ ହେବ ।

କେଉଁଠାରେ ଦେଖିବେ ଭାରତ-ଇଂଲଣ୍ଡ ମ୍ୟାଚ୍?
ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଏହି ୱାର୍ମ ଅପ୍ ମ୍ୟାଚ୍ ଟିଭିରେ ସିଧା ପ୍ରସାରଣ ହେବ । ଷ୍ଟାର୍ ସ୍ପୋର୍ଟସ୍ ହିନ୍ଦୀରେ ପ୍ରଶଂସକମାନେ ଏହି ମ୍ୟାଚ୍ ଦେଖିପାରିବେ । ଅନ୍ଲାଇନରେ ମ୍ୟାଚ୍ ଦେଖୁଥିବା ଦର୍ଶକମାନେ ହଟ୍ ଷ୍ଟାରରେ ଏହି ମ୍ୟାଚ୍ ଦେଖିପାରିବେ ।

୨୦୨୩ ଦିନିକିଆ ବିଶ୍ୱକପ ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ଶାମି, ରବିଚନ୍ଦ୍ରନ୍ ଅଶ୍ୱିନ୍, ଇଶାନ୍ କିଶାନ୍ ଓ ସୂର୍ଯ୍ୟକୁମାର ଯାଦବ ।

୨୦୨୩ ଦିନିକିଆ ବିଶ୍ୱକପ୍ ଇଂଲଣ୍ଡ ଦଳ- ଜୋସ୍ ବଟଲର୍ (ଅଧିନାୟକ), ମୋଏନ୍ ଅଲି, ଗୁସ୍ ଆଟକିନ୍ସନ୍, ଜନି ବେୟାରଷ୍ଟୋ, ସାମ୍ କରନ୍, ଲିଆମ୍ ଲିଭିଙ୍ଗଷ୍ଟୋନ୍, ଡେଭିଡ ମଲାନ, ଆଦିଲ ରସିଦ, ଜୋ ରୁଟ, ହ୍ୟାରି ବ୍ରୁକ, ବେନ ଷ୍ଟୋକ୍ସ, ରିସ ଟୋପଲି, ଡେଭିଡ ୱିଲି, ମାର୍କ ୱୁଡ୍, କ୍ରିସ୍ ୱୁକସ୍ ।