World Cup 2023: ଜାଣନ୍ତୁ ବିଶ୍ବକପ ୨୦୨୩ ସମୟରେ କେମିତି ରହିବ ଦେଶର ପାଣିପାଗ
Advertisement
Article Detail0/zeeodisha/odisha1899808

World Cup 2023: ଜାଣନ୍ତୁ ବିଶ୍ବକପ ୨୦୨୩ ସମୟରେ କେମିତି ରହିବ ଦେଶର ପାଣିପାଗ

World Cup 2023: ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ବିଶ୍ବକପ ୨୦୨୩ । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ବିଶ୍ବକପ ଉଦ୍ଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ତ  ସହ ମୁହାଁମୁହିଁ ହେବେ ଗତ ଥରର ବିଜେତା ଇଂଲଣ୍ତ। 

ସୌ(ସୋସିଆଲ ମିଡିଆ)

World Cup 2023: ବହୁ ଦିନର ପ୍ରତୀକ୍ଷା ପରେ ଗୁରୁବାର ଅର୍ଥାତ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ବିଶ୍ବକପ ୨୦୨୩ (World Cup 2023 ) । ଅହମ୍ମଦାବାଦରେ ଖେଳାଯିବାକୁ ଥିବା ବିଶ୍ବକପ ଉଦ୍ଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ତ (new Zealand) ସହ ମୁହାଁମୁହିଁ ହେବେ ଗତ ଥରର ବିଜେତା ଇଂଲଣ୍ତ (England)। ତେବେ ଆସନ୍ତୁ ଜାଣିବା ବିଶ୍ବକପ ସମୟରେ କେମିତି ରହିବ ଦେଶର ପାଣିପାଗ ।

ସୂଚନା ଅନୁଯାୟୀ, ଅନ୍ତ ହେବାକୁ ଯାଉଛି ପ୍ରତୀକ୍ଷା । ଆସନ୍ତାକାଲି ଅର୍ଥାତ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ କ୍ରିକେଟ୍ ମହାସମର (ICC World cup 2023) । ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ପ୍ରଶଂସକମାନଙ୍କ ମଧ୍ଯରେ ବିଶ୍ୱକପକୁ ନେଇ ଉତ୍ସାହ ଲାଗି ରହିଛି । କାରଣ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱକପ୍ । ଏହାପୂର୍ବରୁ ୨୦୧୧ ମସିହାରେ ଭାରତ ସମେତ ବାଂଲାଦେଶ ଓ ଶ୍ରୀଲଙ୍କା ବିଶ୍ୱକପ ଆୟୋଜନ କରାଯାଇଥିଲା। ଏସିଆ କପର ଗୋଟିଏ ଦୁଇଟି ମ୍ୟାଚ୍ ବ୍ୟତୀତ ବାକି ସବୁ ମ୍ୟାଚ୍ ବର୍ଷା ଦ୍ୱାରା ପ୍ରଭାବିତ ହୋଇଥିଲା । ଏସିଆ କପ୍ ୨୦୨୩ ଶ୍ରୀଲଙ୍କାରେ ଖେଳାଯାଇଥିବା ବେଳେ ବର୍ତ୍ତମାନ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱକପ୍ । ଏପରି ସ୍ଥିତିରେ ପାଣିପାଗକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ଆସିବା ସ୍ବାଭାବିକ କଥା । ତେବେ ବର୍ଷା ବିଶ୍ବକପର କିଛି ମ୍ୟାଚକୁ ପ୍ରଭାବିତ କରିପାରେ। ଆସନ୍ତା ୨ରୁ ୩ ସପ୍ତାହ ମଧ୍ୟରେ ବର୍ଷା ହେବା ନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯଦି ଏପରି ହୁଏ, ତାହାଲେ ସମସ୍ତ ଦେଶକୁ ନିଜ ସହ ପ୍ଲାନ୍ ବି (Plan-B) ପ୍ରସ୍ତୁତ ରଖିବାକୁ ପଡିବ । ଏସିଆ କପ୍ ସମୟରେ ରୋହିତ ଶର୍ମାଙ୍କ (Rohit Sharma) ନିକଟରେ ପ୍ଲାନ୍ ବି ଥିବାରୁ ଦଳ ପାଇଁ ବର୍ଷା ସମସ୍ୟା ସୃଷ୍ଟି କରିପାରିନଥିଲା  । ତେଣୁ ବିଶ୍ୱକପରେ ସମସ୍ତ ଦଳ DLS ର ନିୟମ ଅନୁଯାୟୀ ଏହାର ଇନିଂସକୁ ଆଗେଇ ନେବାକୁ ପଡିବ ।

Also Read-ବିଶ୍ବକପ ୨୦୨୩ ସେମିଫାଇନାଲ ଲିଷ୍ଟକୁ ନେଇ ରବି ଶାସ୍ତ୍ରୀ ଓ ହରଭଜନ ସିଂଙ୍କ ବଡ଼ ବୟାନ, କହିଲେ...

ବିଶ୍ୱକପର ମଇଦାନ କଥା କହିବାକୁ ଗଲେ, ଅହମ୍ମଦାବାଦ ସହିତ ଧର୍ମଶାଳା ଓ ଦିଲ୍ଲୀରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ଏହା କୁହାଯାଇପାରିବ ଯେ,ବର୍ଷା ଯୋଗୁଁ ସମଗ୍ର ମ୍ୟାଚ୍ ବ୍ୟାହତ ହେବନାହିଁ। କିନ୍ତୁ ମଝିରେ ମଝିରେ ବର୍ଷା ଯୋଗୁଁ ସମସ୍ୟା ସୃଷ୍ଟି ହୋଇପାରେ ।