WTC 2023: ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଘୋଷଣା ହେଲା ଦଳ, ଋଷଭ ପନ୍ତଙ୍କୁ ମଧ୍ୟ କରାଗଲା ସାମିଲ
Advertisement

WTC 2023: ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଘୋଷଣା ହେଲା ଦଳ, ଋଷଭ ପନ୍ତଙ୍କୁ ମଧ୍ୟ କରାଗଲା ସାମିଲ

Wisden World Test Championship: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ର ଫାଇନାଲ ମ୍ୟାଚ୍ ପାଇଁ ଭାରତ ଓ ଅଷ୍ଟ୍ରେଲିଆ ଦଳ ଏପର୍ଯ୍ୟନ୍ତ ନିଜ ନିଜର ସ୍କ୍ୱାଡ୍ ଘୋଷଣା କରି ନାହିଁ । ଏସବୁ ମଧ୍ୟରେ ୱିସଡେନ୍ ୨୦୨୧-୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦଳ ଘୋଷଣା କରିଛନ୍ତି । ବିସ୍ଫୋରକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି । ଋଷଭ ପନ୍ତଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ଦୁଇ ଖେଳାଳି ମଧ୍ୟ ଏହି ଦଳରେ ନିଜର ସ୍ଥାନ ପକ୍କା କରିବାରେ ସଫଳ ହୋଇଛନ୍ତି ।

WTC 2023: ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଘୋଷଣା ହେଲା ଦଳ, ଋଷଭ ପନ୍ତଙ୍କୁ ମଧ୍ୟ କରାଗଲା ସାମିଲ

Wisden World Test Championship: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩ର ଫାଇନାଲ ମ୍ୟାଚ୍ (World Test Championship Final 2023) ଜୁନ୍ ମାସରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଇଂଲଣ୍ଡର ଓଭାଲରେ ଖେଳାଯିବାର ଅଛି । ଏହି ମ୍ୟାଚ୍ ପାଇଁ ଉଭୟ ଦଳ ଏପର୍ଯ୍ୟନ୍ତ ନିଜ ନିଜର ସ୍କ୍ୱାଡ୍ ଘୋଷଣା କରି ନାହିଁ । ଏସବୁ ମଧ୍ୟରେ ୱିସଡେନ୍ ୨୦୨୧-୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦଳ ଘୋଷଣା କରିଛନ୍ତି । ବିସ୍ଫୋରକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ମଧ୍ୟ ଏହି ଦଳରେ ସାମିଲ କରାଯାଇଛି । ଋଷଭ ପନ୍ତ (Rishabh Pant) ଙ୍କ ବ୍ୟତୀତ ଟିମ୍ ଇଣ୍ଡିଆ (Team India) ର ଦୁଇ ଖେଳାଳି ମଧ୍ୟ ଏହି ଦଳରେ ନିଜର ସ୍ଥାନ ପକ୍କା କରିବାରେ ସଫଳ ହୋଇଛନ୍ତି ।

ୱିସଡେନ୍ ୨୦୨୧-୨୦୨୩ରେ ଅନୁଷ୍ଠିତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପ୍ରଦର୍ଶନ ଆଧାରରେ ୧୧ ଖେଳାଳିଙ୍କୁ ଚୟନ କରାଯାଇଛି । ଏହି ଦଳରେ ଟିମ୍ ଇଣ୍ଡିଆର ରବିନ୍ଦ୍ର ଜାଡେଜା (Ravindra Jadeja), ଜସପ୍ରୀତ ବୁମ୍ରା  (Jasprit Bumrah) ଏବଂ ଋଷଭ ପନ୍ତ (Rishabh Pant) ଙ୍କୁ ସାମିଲ କରାଯାଇଛି । ୱିକେଟ୍ କିପର ଭାବରେ ଋଷଭ ପନ୍ତ ଦଳରେ ଅଛନ୍ତି । ଏଥି ସହ ଭାରତର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (Rohit Sharma), କେ.ଏଲ୍ ରାହୁଲ (KL Rahul) ଏବଂ ବିରାଟ କୋହଲି  (Virat Kohli) ଦଳରେ ସ୍ଥାନ ପାଇ ନାହାଁନ୍ତି ।

ଏହି ଦଳରେ ଅଷ୍ଟ୍ରେଲିଆର ଉସମାନ ଖାୱାଜା (Usman Khawaja), ମାର୍ନସ୍ ଲାବୁସାଗ୍ନେ (Marnus Labuschagne), ପ୍ୟାଟ୍ କମିନ୍ସ (Pat Cummins) ଏବଂ ନାଥନ୍ ଲିଅନ୍  (Nathan Lyon) ମଧ୍ୟ ସାମିଲ ଅଛନ୍ତି । ଶ୍ରୀଲଙ୍କା ଦଳରୁ ଦିମୁଥ କରୁଣାତ୍ନେ ଓ ଦୀନେଶ ଚଣ୍ଡିମାଲଙ୍କୁ ସ୍ଥାନ ଦିଆଯାଇଛି । ଏଥି ସହିତ ଇଂଲଣ୍ଡର ଜନି ବେୟାରଷ୍ଟୋ ଓ ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ଏହି ଦଳରେ ସାମିଲ ଅଛନ୍ତି ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ ମ୍ୟାଚ୍ ଜୁନ୍ ୭ରୁ ଜୁନ୍ ୧୧ ପର୍ଯ୍ୟନ୍ତ ଇଂଲଣ୍ଡର କେନିଙ୍ଗଟନ୍ ଓଭାଲ୍ (ଲଣ୍ଡନ) ଗ୍ରାଉଣ୍ଡରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC) ର ଫାଇନାଲ ପାଇଁ ଟିମ୍ ଜମା କରିବାର ଶେଷ ତାରିଖ ହେଉଛି ମେ ୭ । ଲଗାତାର ଦ୍ୱିତୀୟ ଥର ପାଇଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । କିନ୍ତୁ ଗତଥର ଫାଇନାଲରେ ଟିମ୍ ଇଣ୍ଡିଆକୁ ନ୍ୟୁଜିଲ୍ୟାଣ୍ଡ ହାତରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା ।

ଅଧିକ ପଢ଼ନ୍ତୁ-ଦିନିକିଆ ବିଶ୍ୱକପ୍ ୨୦୨୩ ପାଇଁ ଟିମ୍ ଇଣ୍ଡିଆରେ ମିଳିଲା ୧୭ ଖେଳାଳିଙ୍କୁ ସ୍ଥାନ, କୋଚ୍ ଦ୍ରାବିଡ ପ୍ରସ୍ତୁତ କଲେ ଲିଷ୍ଟ୍

ଅଧିକ ପଢ଼ନ୍ତୁ-ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ପାଇଁ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍

ଅଧିକ ପଢ଼ନ୍ତୁ-ପୁରୁଣା ପେନସନକୁ ନେଇ ଆସିଲା ଏପରି ଖବର, ଶୁଣି ଖୁସ୍ ହୋଇଯିବେ ଲକ୍ଷ ଲକ୍ଷ କର୍ମଚାରୀ; ବର୍ତ୍ତମାନ ଏଠାରେ ମଧ୍ୟ ହେବ ଲାଗୁ!

ୱିସଡେନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଦଳ

ଉସମାନ ଖାୱାଜା, ଦିମୁଥ କରୁଣାରତ୍ନେ, ମାର୍ନୁସ ଲାବୁସାଗ୍ନେ, ଦୀନେଶ ଚାନ୍ଦିମାଲ, ଜନି ବେୟାରଷ୍ଟୋ, ଋଷଭ ପନ୍ତ, ରବିନ୍ଦ୍ର ଜାଡେଜା, ପ୍ୟାଟ କମିନ୍ସ, ଜସପ୍ରୀତ ବୁମ୍ରା, କାଗିସୋ ରାବାଡା, ନାଥନ ଲିଅନ ।