Rishabh Pant: ରିଷଭ ପନ୍ତଙ୍କୁ ନେଇ ଆସିଲା ବଡ଼ ଅପଡ଼େଟ, ଜାଣନ୍ତୁ କ’ଣ କହିଲା ବିସିସିଆଇ
Advertisement

Rishabh Pant: ରିଷଭ ପନ୍ତଙ୍କୁ ନେଇ ଆସିଲା ବଡ଼ ଅପଡ଼େଟ, ଜାଣନ୍ତୁ କ’ଣ କହିଲା ବିସିସିଆଇ

Rishabh Pant : ଗତ ସପ୍ତାହରେ ପନ୍ତଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଯଦିଓ ତାଙ୍କର ମୁମ୍ବାଇ ଗସ୍ତର କାରଣ ସ୍ପଷ୍ଟ ହୋଇନାହିଁ, ତେବେ ଆଣ୍ଠୁ ସମ୍ବନ୍ଧରେ ଡାକ୍ତରୀ ପରାମର୍ଶ ଲାଗି ସେ ଆସିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ଏହି ୨୫ ବର୍ଷୀୟ ଖେଳାଳିଙ୍କ MCL ଅସ୍ତ୍ରୋପଚାର କରାଯାଇଥିଲା । 

ସୌ(ସୋସିଆଲ ମିଡିଆ)

Rishabh Pant Comeback: ଟିମ୍ ଇଣ୍ଡିଆ ପାଇଁ ଆସିଲା ଏକ ଖୁସି ଖବର । ଗତ ବର୍ଷ କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ରିଷଭ ପନ୍ତ (Rishabh Pant Comeback) । ଏହାପରେ ବର୍ତ୍ତମାନ ସୁଦ୍ଧା ସେ ମଇଦାନ ଉପରେ ଖେଳିବା ନେଇ ସଂପୂର୍ଣ୍ଣ ଭାବେ ଫିଟ୍ ହୋଇପାରିନାହାନ୍ତି । ତେବେ ଏହା ଭିତରେ କ୍ରିକେଟରଙ୍କ ସୁସ୍ଥତାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦୁର୍ଘଟଣାରେ ପନ୍ତଙ୍କ ଆଣ୍ଠୁରେ ଶକ୍ତ ଆଘାତ ଲାଗିଥିଲା । ଯାହା ଫଳରେ ତାଙ୍କୁ ସର୍ଜରୀ କରିବାକୁ ପଡ଼ିଥିଲା । ଦୁର୍ଘଟଣା ପରେ ପନ୍ତଙ୍କୁ ସଂପୂର୍ଣ୍ଣ ଭାବେ ଫିଟ୍ ହେବା ଲାଗି ବହୁଥର ସର୍ଜରୀ କରିବାକୁ ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ନିକଟରେ ଏହାକୁ ମିଥ୍ୟା ପ୍ରଚାର ବୋଲି କହିଛି ବିବିସିଆଇ ।

ସୂଚନା ଅନୁଯାୟୀ, ନିକଟରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇ (BCCI) କହିଛି ଯେ, “ଏହି ସବୁ ଖବର ସମ୍ପୂର୍ଣ୍ଣ ଭୁଲ୍ ଅଟେ। ପନ୍ତଙ୍କୁ ବହୁ ଅସ୍ତ୍ରୋପଚାର କରିବାକୁ ପଡ଼ିବ ନାହିଁ, ଯେଉଁ ଗୁଜବ ସୃଷ୍ଟି ହୋଇଛି ତାହା ସମ୍ପୂର୍ଣ୍ଣ ଭୁଲ ଅଟେ। ପ୍ରତି 2 ସପ୍ତାହରେ ପନ୍ତଙ୍କ ସ୍ବାସ୍ଥବସ୍ଥା ଯାଞ୍ଚ କରାଯାଇଛି। ଆମେ ବହୁତ ଖୁସି ଯେ ସେ ବହୁତ ଶୀଘ୍ର ସୁସ୍ଥ ହେଉଛନ୍ତି । ଏହା ସମସ୍ତଙ୍କ ପାଇଁ ଏକ ଖୁସି ଖବର ଅଟେ । ପନ୍ତ ନିର୍ଦ୍ଧାରିତ ସମୟ ପୂର୍ବରୁ ମଇଦାନକୁ ଫେରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇପାରନ୍ତି” । କାର ଦୁର୍ଘଟଣା ପରେ ରିଷଭ ପନ୍ତଙ୍କୁ (Rishabh Pant) ଆଶା ବାଡ଼ି ସାହାଯ୍ୟରେ ଚାଲୁଥିବା ଦେଖିବାକୁ ମିଳିଛି । କିନ୍ତୁ ଗତ ମାସରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ସେ ବିନା ଆଶା ବାଡିରେ ଚାଲୁଥିବା ନଜର ଆସିଥିଲେ। ତେବେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ଭଲ ଅଛନ୍ତି। ବିନା କୌଣସି  ସହାୟତାରେ ଚାଲିବା ପାଇଁ ସେ ଚେଷ୍ଟା କରୁଛନ୍ତି । ତେବେ ଖୁବଶ୍ରୀଘ ସେ ପଡ଼ିଆରେ ଅଭ୍ୟାସ ଆରମ୍ଭ କରିପାରନ୍ତି ବୋଲି ଆଶା କରାଯାଉଛି।

ପ୍ରକାଶ ଥାଉ କି, ଗତ ସପ୍ତାହରେ ପନ୍ତଙ୍କୁ (Rishabh Pant) ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଯଦିଓ ତାଙ୍କର ମୁମ୍ବାଇ ଗସ୍ତର କାରଣ ସ୍ପଷ୍ଟ ହୋଇନାହିଁ, ତେବେ ଆଣ୍ଠୁ ସମ୍ବନ୍ଧରେ ଡାକ୍ତରୀ ପରାମର୍ଶ ଲାଗି ସେ ଆସିଥିବା ଅନୁମାନ କରାଯାଉଛି । ଦୁର୍ଘଟଣା ପରେ ଏହି ୨୫ ବର୍ଷୀୟ ଖେଳାଳିଙ୍କ MCL ଅସ୍ତ୍ରୋପଚାର କରାଯାଇଥିଲା । ଏମିତି କି ତାଙ୍କ ACL (Anterior Cruciate ligament)ରେ ମଧ୍ୟ କ୍ଷତି ପହଁଞ୍ଚିଥିଲା ​​। ପ୍ରଥମ ଅସ୍ତ୍ରୋପଚାରର କିଛି ସପ୍ତାହ ପରେ ଅନ୍ୟ ଏକ ଛୋଟ ଅସ୍ତ୍ରୋପଚାର କରାଯିବା ନେଇ ଜଣାପଡ଼ିଥଲା । ତେବେ ବର୍ତ୍ତମାନ ତାଙ୍କ ଲିଗାମେଣ୍ଟ (ligament ) ସୌଭାବିକ ଭାବେ ଠିକ୍ ଥିବାରୁ ଦ୍ୱିତୀୟ ଅସ୍ତ୍ରୋପଚାର କୌଣସି ଆବଶ୍ୟକତା ନଥିବା ଜଣାପଡ଼ିଛି । ମିଡ଼ିଆ ରିର୍ପୋଟ ଅନୁଯାୟୀ, ପନ୍ତଙ୍କ ପୋଷ୍ଟୋରିଅର୍ କ୍ରୁସିଏଡ୍ ଲିଗାମେଣ୍ଟ୍ (PCL) ବିଷୟରେ ଚିନ୍ତା କରାଯାଇ ଦ୍ବିତୀୟ ଅସ୍ତ୍ରୋପଚାର ଲାଗି ସ୍ଥିର କରାଯାଇଥିଲା । ଗତ ସପ୍ତାହରେ ମୁମ୍ବାଇରେ ଯିବା ପରେ ଦ୍ବିତୀୟ ସର୍ଜରୀ ନକରିବା ଲାଗି ଡ଼ାକ୍ତର ପରାମର୍ଶ ଦେଇଥିଲେ । ଏହା ପରେ ସେ ବାଙ୍ଗାଲୋରକୁ ଫେରିଥିବା ସୂଚନା ରହିଛି । ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ (world test championship final 2023) , ଏସିଆ କପ୍ (Asia cup 2023) ଓ ବିଶ୍ୱକପରୁ (world cup 2023) ବାଦ୍ ପଡ଼ିବା ନେଇ ସମ୍ଭାବନା ରହିଛି।

Also Read-WTC Final: ଭାରତୀୟ ଦଳକୁ ନେଇ ରିକି ପଣ୍ଟିଂ ଦେଲେ ଏଭଳି ଜବାବ