IND vs WI, 2nd Test: ବାପା ଚଳାଉଥିଲେ ଅଟୋ, ପୁଅ ଟିମ୍ ଇଣ୍ଡିଆ ପାଇଁ କଲେ ଡେବ୍ୟୁ, ଜାଣନ୍ତୁ କିଏ ଏହି ମୁକେଶ କୁମାର?
Advertisement
Article Detail0/zeeodisha/odisha1788777

IND vs WI, 2nd Test: ବାପା ଚଳାଉଥିଲେ ଅଟୋ, ପୁଅ ଟିମ୍ ଇଣ୍ଡିଆ ପାଇଁ କଲେ ଡେବ୍ୟୁ, ଜାଣନ୍ତୁ କିଏ ଏହି ମୁକେଶ କୁମାର?

IND vs WI, 2nd Test: ଗୁରୁବାର ଠାରୁ କୁଇନ୍ସ ପାର୍କରେ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମୁକେଶ କୁମାରଙ୍କ ସ୍ୱପ୍ନ ସାକାର ହୋଇଛି । ତେବେ ତାଙ୍କ ପାଇଁ ଏହି ସଫଳତା ପାଇବା ବହୁତ ସଂଘର୍ଷ ପୂର୍ଣ୍ଣ ରହିଥିଲା । ଆସନ୍ତୁ ଜାଣିବା ଏହି ବୋଲରଙ୍କ ବିଷୟରେ…।

ସୌ: ସୋସିଆଲ ମିଡିଆ (ମୁକେଶ କୁମାର)

Mukesh Kumar Makes India Debut: ଡାହାଣ ହାତି ମଧ୍ୟମ ଦ୍ରୁତ ବୋଲର ମୁକେଶ କୁମାର ଶେଷରେ ଟିମ୍ ଇଣ୍ଡିଆ (Team India) ପାଇଁ ଡେବ୍ୟୁ କରିଛନ୍ତି । ଗୁରୁବାର ଦିନ ଠାରୁ କୁଇନ୍ସ ପାର୍କରେ (Queen's Park) ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମୁକେଶଙ୍କ ସ୍ୱପ୍ନ ସାକାର ହୋଇଛି । ଗୋପାଳଗଞ୍ଜ ବିହାରର ବାସିନ୍ଦା ମୁକେଶ କୁମାରଙ୍କ (Mukesh Kumar) ଏଠାରେ ପହଞ୍ଚିବା କାହାଣୀ ଅତ୍ୟନ୍ତ ମଜାଦାର ଓ ସଂଘର୍ଷ ପୂର୍ଣ୍ଣ ଅଟେ । ଆସନ୍ତୁ ଜାଣିବା ଏହି ବୋଲରଙ୍କ ବିଷୟରେ…

ମୁକେଶଙ୍କର ସ୍ୱପ୍ନ ଥିଲା ଭିନ୍ନ 
ମୁକେଶ କୁମାରଙ୍କୁ କ୍ରିକେଟ୍ ପାଇଁ ନିଜ ଘର ଓ ରାଜ୍ୟ ଛାଡିବାକୁ ପଡିଲା । ତାଙ୍କ ମୃତ ପିତା କୋଲକାତାରେ ଏକ ଅଟୋ ଚଳାଉଥିଲେ । ତାଙ୍କ ପିତା ଚାହୁଁଥିଲେ ଯେ ତାଙ୍କ ପୁଅ ତାଙ୍କ ରୋଜଗାରରେ ସହଯୋଗ କରନ୍ତୁ, କିନ୍ତୁ ମୁକେଶଙ୍କର ଭିନ୍ନ ସ୍ୱପ୍ନ ଥିଲା । ପିତା ମଧ୍ୟ ତାଙ୍କ ଦକ୍ଷତା ଉପରେ ସନ୍ଦେହ କରିଥିଲେ । ସମସ୍ତ ବାଧାବିଘ୍ନ ସତ୍ତ୍ୱେ ସେ ୨୦ ବର୍ଷ ବୟସରେ ପ୍ରୋଫେସନାଲ ଭାବରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ।

କ୍ଲବ କ୍ରିକେଟ ଖେଳି ରୋଜଗାର କରୁଥିଲେ ଟଙ୍କା 
ଏହାପୂର୍ବରୁ ସେ ଦୌନିକ ଆୟ ପାଇଁ କ୍ଲବ କ୍ରିକେଟ୍ ଖେଳୁଥିଲେ । ୨୦୧୪ ମସିହାରେ, ସେ କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ (CAB) ର ପ୍ରଥମ ଥର ପାଇଁ ଟ୍ରାୟଲ ଦେଇଥିଲେ । ପ୍ରତ୍ୟେକ କ୍ରିକେଟରଙ୍କ ପରି ମୁକେଶ ଦିନେ ଟିମ୍ ଇଣ୍ଡିଆ ଖେଳିବାର ସୁଯୋଗ ପାଇବାକୁ ଚାହୁଁଥିଲେ । ଶେଷରେ, ୨୦ ଜୁଲାଇ ଅର୍ଥାତ ଗୁରୁବାର ଦିନ, ତାଙ୍କର ସ୍ୱପ୍ନ ସାକାର ପୂରଣ ହୋଇଛି ।

ବାଂଲାଦେଶ ବିପକ୍ଷରେ କରିଥିଲେ ଖତରନାକ ବୋଲିଂ
ମୁକେଶ କୁମାର ନିଜ ମାରାତ୍ମକ ବୋଲିଂ ସହ ଆତଙ୍କ ସୃଷ୍ଟି କରୁଛନ୍ତି । ସେ ବାଂଲାଦେଶରେ ଇଣ୍ଡିଆ ଏ ପାଇଁ ଖେଳୁଥିବାବେଳେ ସାଂଘାତିକ ବୋଲିଂ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ମୁକେଶ କୁମାର ୧୫.୫ ଓଭରରେ ୬ଟି ୱିକେଟ୍ ନେଇ ମାରାତ୍ମକ ବୋଲିଂ କରିଥିଲେ । ସେ ୪୦ ରନ୍ ଦେଇ ୫ଟି ମେଡେନ ଓଭର ବୋଲିଂ ମଧ୍ୟ କରିଥିଲେ ।

ଏହାପୂର୍ବରୁ ବିଜୟ ହଜାରେ ଟ୍ରଫିର ୬ଟି ମ୍ୟାଚରେ ୯ ୱିକେଟ୍ ନେଇ ସେ ନିଜ ପ୍ରଦର୍ଶନକୁ ମାଧ୍ୟମରେ ଆଶ୍ଚର୍ଯ୍ୟ କରାଇଥିଲେ । ଏହା ପରେ ସେ ଦିଲ୍ଲୀ କ୍ୟାପିଟାଲରୁ ଆଇପିଏଲ୍ ୨୦୨୩ ରେ ଖେଳିବାର ସୁଯୋଗ ପାଇଥିଲେ । ମୁକେଶଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ଥିଲା । ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୫.୫୦ କୋଟି ମୂଲ୍ୟରେ କିଣିଥିଲା । ଏହି ସିଜନରେ ସେ ୧୦ ଟି ମ୍ୟାଚରେ ୭ଟି ୱିକେଟ୍ ନେଇଥିଲେ ।

ପ୍ରଥମ ଦିନର ଖେଳ ଶେଷ ପର୍ଯ୍ୟନ୍ତ ୪ ଟି ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ୨୮୮ ରନ୍ ସଂଗ୍ରହ କରିଛି । ପ୍ରଥମ ଇନିଂସରେ ଚମତ୍କାର ବ୍ୟାଟିଂ କରୁଥିବାବେଳେ ବିରାଟ କୋହଲି ଅପରାଜିତ ୮୭ ରନ୍ କରିଛନ୍ତି । ରବିନ୍ଦ୍ର ଜାଡେଜା ୩୬ ରନ୍ କରି ଅପରାଜିତ ଅଛନ୍ତି । ଅଧିନାୟକ ଇନିଂସ ଖେଳିବାବେଳେ ରୋହିତ ଶର୍ମା ୮୦ ରନ୍ କରିଥିଲେ । ୱେଷ୍ଟଇଣ୍ଡିଜ୍ ପାଇଁ ଜେସନ୍ ହୋଲ୍ଡର, ଗାବ୍ରିଏଲ୍, କେମର ରୋଚ୍ ଓ ୱାରିକାନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ଏହା ବି ପଢ଼ନ୍ତୁ: Jasprit Bumrah: 'ମୁଁ ଫେରୁଛି', ଏସିଆ କପ୍ ପୂର୍ବରୁ ଜସପ୍ରୀତ ବୁମ୍ରା ସେୟାର କଲେ ଏକ ଭାବପ୍ରବଣ ପୋଷ୍ଟ

ଏହା ବି ପଢନ୍ତୁ: Ashes 2023: ଇତିହାସ ରଚିଲେ ଷ୍ଟୁଆର୍ଟ ବ୍ରଡ୍, ବିଶ୍ୱର ୫ଜଣ ଖେଳାଳି କରଛନ୍ତି ଏପରି କାରନାମା, ଜଣେ ଭାରତୀୟ ମଧ୍ୟ ସାମିଲ